ତେଜିଲା ଅସନ୍ତୋଷ, ନୂଆ କଂଗ୍ରେସ ଗଠନ କରିବେ କି ଅସନ୍ତୁଷ୍ଟ?
Advertisement
Article Detail0/zeeodisha/odisha856759

ତେଜିଲା ଅସନ୍ତୋଷ, ନୂଆ କଂଗ୍ରେସ ଗଠନ କରିବେ କି ଅସନ୍ତୁଷ୍ଟ?

ଦଳରେ ଆମକୁ ପଦବୀ ମିଳିପାରେ ସତ ହେଲେ ନେତା ସେମାନେ ହୁଅନ୍ତି ଯାହାକୁ ଲୋକେ ଗ୍ରହଣ କରିଥାନ୍ତି। 

ତେଜିଲା ଅସନ୍ତୋଷ, ନୂଆ କଂଗ୍ରେସ ଗଠନ କରିବେ କି ଅସନ୍ତୁଷ୍ଟ?

ନୂଆଦିଲ୍ଲୀ: ଲିଭିବାର ନାଁ ଧରୁନାହିଁ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସରେ ଲାଗିଥିବା ଦଳୀୟ ଅସନ୍ତୋଷର ନିଆଁ। ଯାହା ସମୟ ସମୟରେ କୁହୁଳିବାରେ ଲାଗିଛି। ଗତ ୨ଟି ସାଧାରଣ ନିର୍ବାଚନରେ  ଦଳର ପରାଜୟକୁ ନେଇ ଦଳୀୟ ନେତୃବୃନ୍ଦଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଦଳର ବରିଷ୍ଠ ନେତା। 

ଦଳରେ ଚାଲିଥିବା ଅସନ୍ତୋଷକୁ ନେଇ ଦଳୀୟ ନେତୃବୃନ୍ଦଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ଅସନ୍ତୁଷ୍ଟ ନେତା। ଏହି ଅସନ୍ତୁଷ୍ଟ ନେତାଙ୍କ ଗୋଷ୍ଠୀ ଜି-୨୩ (G-23) ନାମରେ ଜଣାଶୁଣା। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉତ୍ତର-ଦକ୍ଷିଣ ଭାରତ ବୟାନକୁ ନେଇ ଏବେ ଦୁଇ ଗୋଷ୍ଠୀରେ ବିଭାଜିତ ହୋଇଯାଇଛନ୍ତି। ତାଙ୍କର ଏହି ବୟାନକୁ ନେଇ ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩, ଯେଉଁଥିରେ ଉତ୍ତର ଭାରତର କଂଗ୍ରେସ ନେତା ସାମିଲ ରହିଛନ୍ତି ସେମାନେ ଶନିବାର ଜମ୍ମୁ ଠାରେ ଏକ ବୈଠକ କରିଛନ୍ତି। 

Also Read: 'Tractor ଉପରେ ବସି Actor ହେବାକୁ ଚାହୁଁଛନ୍ତି Rahul Gandhi'

ଗତ ବର୍ଷ ଏହି ଅସନ୍ତୁଷ୍ଟ ନେତା ଦଳର କାର୍ଯ୍ୟପ୍ରଣାଳୀକୁ ନେଇ କଂଗ୍ରେସ ଅଧ୍ୟକ୍ଷଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ଆଉ ଏବେ ସେମାନଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବୈଠକ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଅନ୍ୟ ଏକ ସମସ୍ୟା ଭାବେ ମୁ୍ଣ୍ଡ ଟେକିଲାଣି।     

Also Read: Election 2021: ୪ ରାଜ୍ୟ, ପୁଦୁଚେରୀ ପାଇଁ ତାରିଖ ଘୋଷଣା  

ରାଜ୍ୟସଭା ସାଂସଦ ଭାବେ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କ ଅବସର ଉପରେ ପ୍ରତିକ୍ରିୟା ରଖି ଦଳର ଅନ୍ୟତମ ବରିଷ୍ଠ ନେତା ତଥା ସାଂସଦ କପିଲ ସିବଲ କହିଛନ୍ତି ଆମେ ଚାହୁଁନଥିଲୁ ଆଜାଦ ସାହେବ ସଂସଦରୁ ବିଦାୟ ନିଅନ୍ତୁ। ତାଙ୍କର ବିଦାୟ ଆମକୁ ଦୁଃଖିତ କରିଛି। ଦଳର ପ୍ରକୃତ ପରିଚୟ କ'ଣ ତାହା ତାଙ୍କୁ ଜଣା। ତୃଣମୂଳ ସ୍ତରରେ ଦଳର ସ୍ଥିତି କ'ଣ ରହିଛି ତାହା ତାଙ୍କୁ ଭଲ ଭାବେ ଜଣାଅଛି। ମୁଁ ବୁଝି ପାରୁନାହିଁ କଂଗ୍ରେସ କାହିଁକି ତାଙ୍କର ରାଜନୈତିକ ଅଭିଜ୍ଞତାକୁ ବ୍ୟବହାର କରିବାକୁ ଚାହୁଁନାହିଁ। ଦଳ ଦିନକୁ ଦିନ ଦୁର୍ବଳ ହେଉଥିବା ନେଇ ଆମେ ଅନୁଭବ କରୁଛୁ। ଏପରି ସ୍ଥିତି ଦେଖିବା ପରେ ଆମେ ଏକାଠି ହୋଇଛୁ। ଆମେ ଏକତ୍ରୀତ ହୋଇ ଦଳକୁ ମଜବୁତ କରିବୁ। ଗାନ୍ଧୀ ଜୀ  ସତ ପଥରେ ଚାଲୁଥିଲେ। ବର୍ତ୍ତମାନର କ୍ଷମତାସୀନ ମିଥ୍ୟ ରାସ୍ତାରେ ଅଗ୍ରସର ହେଉଛି। 

Also Read: ହାତରୁ ଖସିଗଲା ପୁଡୁଚେରୀ, ଏହା ପରେ କିଏ?

ଏହି ବୈଠକରେ ଯୋଗ ଦେଇଥିବା ଅସନ୍ତୁଷ୍ଟ ନେତା ଗୁଲାମନବୀ ଆଜାଦଙ୍କ (Ghulam Nabi Azad) ଗୋଷ୍ଠୀ ବୋଲି ଜଣାପଡିଛି। ଯେଉଁଥିରେ ପୂର୍ବତନ ମନ୍ତ୍ରୀ, ବିଧାୟକ ପ୍ରମୁଖ ସାମିଲ ହୋଇଥିଲେ। କପିଲ ସିବଲଙ୍କୁ ଛାଡି ଏହି ଜମ୍ମୁ ଠାରେ ଆୟୋଜିତ ହୋଇଥିବା ଏହି ବୈଠକରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା, ଆନନ୍ଦ ଶର୍ମା, ମନୀଷ ତିୱାରୀ, ବିବେକ ତନଖା ଏବଂ ରାଜ ବାବର ପ୍ରମୁଖ ସାମିଲ ହୋଇଥିଲେ। ଜି-୨୩ ଗୋଷ୍ଠୀର ଜଣେ ବରିଷ୍ଠ ନେତା କହିଛନ୍ତି ବର୍ତ୍ତମାନ କଂଗ୍ରେସରେ ଯାହା ଘଟୁଛି ତାହା ଗତ ବର୍ଷ ଡିସେମ୍ବରରେ ଆୟୋଜିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି-ସିଡବ୍ଲ୍ୟୁଡିସି () ବୈଠକରେ ହୋଇଥିବା ଚୁକ୍ତିନାମାର ଉଲ୍ଲଂଘନ। ବର୍ତ୍ତମାନ ଦଳରେ ଉନ୍ନତି କିମ୍ବା ଦଳୀୟ ନିର୍ବାଚନର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗତ ବର୍ଷ ଜି-୨୩ ଗୋଷ୍ଠୀର ନେତା ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ ଦଳର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ନେତା ଦଳରେ ତୁରନ୍ତ ସାଙ୍ଗଠନିକ ନିର୍ବାଚନ କରିବା ସହିତ ସଙ୍ଗଠନରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ଦାବି କରିଥିଲେ।

Also Read: 'ରାମ ମନ୍ଦିର ଚାନ୍ଦା ଟଙ୍କାରେ ରାତିରେ ମଦ ପିଉଛନ୍ତି ବିଜେପି କର୍ମକର୍ତ୍ତା'

 

ବୈଠକରେ ଯୋଗ ଦେଇଥିବା ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଦଳୀୟ ନେତୃବୃନ୍ଦଙ୍କ ନାଁ ନ ନେଇ କହିଛନ୍ତି ଦଳରେ ଆମକୁ ପଦବୀ ମିଳିପାରେ ସତ ହେଲେ ନେତା ସେମାନେ ହୁଅନ୍ତି ଯାହାକୁ ଲୋକେ ଗ୍ରହଣ କରିଥାନ୍ତି। ଗୁଲାମ ନବୀ ଆଜାଦଙ୍କ ଅବସର ଉପରେ ସେ କହିଛନ୍ତି ଏହା କହିବା ଭୁଲ ହେବ। କାରଣ ଏହା କୌଣସି ସରକାରୀ ଚାକିରୀ ନୁହେଁ। ଲେହ ଏବଂ ଲଦାଖ ସ୍ୱାଧୀନ ଭାରତରେ ମିଶ୍ରିତ ହୋଇଛନ୍ତି ଏବଂ ମୁଁ ତଥାପି ବିଶ୍ୱାସ କରେ ନାହିଁ ଯେ ଏହା କୌଣସି ରାଜ୍ୟ। କାରଣ ଏହା ହେଉଛି କେନ୍ଦ୍ର ଶାସିତ ଅଞ୍ଚଳ। ଭାରତ ଗୋଟିଏ ନାମରେ, ଗୋଟିଏ ଆଦର୍ଶରେ ଚାଲିପାରିବ ନାହିଁ।  

Also Read: 'କୃଷି ଆଇନରେ କେଉଁଠି ଅଭାବ ରହିଛି ତାହା କଂଗ୍ରେସ କହୁ'

 

ଏହି ବୈଠକରେ ଯୋଗ ଦେଇ ଗୁଲାମ ନବୀ ଆଜାଦ କହିଛନ୍ତି ମୁଁ ରାଜ୍ୟସଭାରୁ ଅବସର ନେଇଛି ହେଲେ ରାଜନୀତିରୁ ନୁହେଁ। ସଂସଦରୁ ଅବସର ନେବା ଏହା ପ୍ରଥମ ଘଟଣା ନୁହେଁ। ଏହା ସହ ସେ ଜାମ୍ମୁ କାଶ୍ମୀରକୁ ମିଳୁଥିବହା ସ୍ୱତନ୍ତ୍ର ମାନ୍ୟତା ସମାପ୍ତ କରିବା ପ୍ରସଙ୍ଗ ଉଠାଇଥିଲେ। ଆଜାଦ କହିଛନ୍ତି ବହୁ ବର୍ଷ ପରେ ଆମେ କୌଣସି ରାଜ୍ୟର ଅଂଶ ନାହୁଁ ଆମର ପରିଚୟ ଚାଲିଯାଇଛି। ରାଜ୍ୟକୁ ମିଳୁଥିବା ସ୍ୱତନ୍ତ୍ର ମାନ୍ୟତା ଫେରାଇ ଆଣିବା ଲାଗି ଆମ ସଂସଦ ଭିତରେ ଓ ବାହାରେ ସଂଗ୍ରାମ ଜାରି ରଖିବୁ। ଏଠାରେ ନିର୍ବାଚିତ ଜନ ପ୍ରତିନିଧି ନହେବା ପର୍ଯ୍ୟନ୍ତ ବେକାରୀ, ରାସ୍ତାଘାଟ, ଶିକ୍ଷା ଭଳି ସମସ୍ୟା ଜାରି ରହିବ।

Also Read: ମନୋବାଞ୍ଛା ହେଲା ପୂରଣ; ଶତ୍ରୁତାକୁ ଭୁଲି ପୁଣି ଏକାଠି ହେବେ ରାଜା-ମହାରାଜା

 

ଜମ୍ମୁ ଠାରେ ଏକାଠି ହୋଇଥିବା ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ଅସନ୍ତୋଷ ପଛରେ ଅନ୍ୟ ଏକ କାରଣ ରହିଛି। ତାହା ହେଉଛି ଗୁଲାମ ନବୀ ଆଜାଦଙ୍କୁ ସମ୍ମାନର ସହ ବ୍ୟବହାର କରାଯାଇ ନାହିଁ। ସେ ନିକଟରେ ରାଜ୍ୟସଭାରୁ ଅବସର ନେଇଥିଲେ ହେଲେ ଦଳୀୟ ହାଇକମାଣ୍ଡ ତାଙ୍କ ଲାଗି କୌଣସି ସମ୍ମାନ ଦେଖାଇନଥିଲେ। ଏନେଇ କଂଗ୍ରେସ ନେତା କହିଛନ୍ତି ଯେ ଯେତେବେଳେ ଅନ୍ୟ ଦଳ ଆଜାଦ ସାହେବଙ୍କୁ ଆସନ ଦେବାକୁ ମତ ରଖିଥିଲେ। ଏପରିକି ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଶଂସା ମଧ୍ୟ କରିଥିଲେ। ସେତେବେ ଦଳୀୟ ନେତୃତ୍ୱ ତାଙ୍କ ପ୍ରତି କୌଣସି ସମ୍ମାନ ପ୍ରଦର୍ଶନ କରିନଥିଲେ। ରବର୍ଟ ଭଦ୍ରଙ୍କ ପାଇଁ କେସ ଲଢିଥିବା ଜଣେ ଓକିଲଙ୍କୁ ରାଜ୍ୟସଭା ପଠାଯାଇଥିଲା।

Also Read: 'ମୁଁ ହିନ୍ଦୁସ୍ତାନୀ ମୁସଲିମ ଭାବେ ଗର୍ବିତ'

 

ଅସନ୍ତୁଷ୍ଟ ଗୋଷ୍ଠୀର ଜଣେ ବରିଷ୍ଠ ନେତା ଏହା ମଧ୍ୟ କହିଛନ୍ତି କିଛି ଦିନ ପୂର୍ବେ ରାହୁଲ ଗାନ୍ଧୀ କେରଳରେ ଦେଇଥିବା ଉତ୍ତର-ଦକ୍ଷିଣ ଭାରତ ବିବୃତ୍ତି ଦଳୀୟ ସ୍ଥିତିକୁ ପ୍ରଭାବିତ କରିଛି। ଅସନ୍ତୁଷ୍ଟ ନେତାଙ୍କ ଏପରି ମେଳି  ବାନ୍ଧିବା ଘଟଣାକୁ ନେଇ କଂଗ୍ରେସର ଶୀର୍ଷ ନେତୃବୃନ୍ଧ ମଧ୍ୟ ଅବଗତ ଅଛନ୍ତି। ହେଲେ ଏ ଦିଗରେ କ'ଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା।