କଂଗ୍ରେସରେ ତେଜିଲା ଅନ୍ତଃକନ୍ଦଳ; ଦଳୀୟ ସଙ୍ଗଠନକୁ ନେଇ ମୁହାଁମୁହିଁ ଅଧିର ରଞ୍ଜନ-କପିଲ ଶିବଲ
Advertisement

କଂଗ୍ରେସରେ ତେଜିଲା ଅନ୍ତଃକନ୍ଦଳ; ଦଳୀୟ ସଙ୍ଗଠନକୁ ନେଇ ମୁହାଁମୁହିଁ ଅଧିର ରଞ୍ଜନ-କପିଲ ଶିବଲ

ନେତୃତ୍ୱ ସଂକଟକୁ ନେଇ ତେଜିଥିବା ଅସନ୍ତୋଷ କାରଣରୁ ଦଳ ପ୍ରାୟତଃ ୨ ଭାଗରେ ବାଣ୍ଟି ହୋଇଗଲାଣି। 

କଂଗ୍ରେସରେ ତେଜିଲା ଅନ୍ତଃକନ୍ଦଳ; ଦଳୀୟ ସଙ୍ଗଠନକୁ ନେଇ ମୁହାଁମୁହିଁ ଅଧିର ରଞ୍ଜନ-କପିଲ ଶିବଲ

ନୂଆଦିଲ୍ଲୀ: ଗତ ୨୦୧୯ ଲୋକସଭା ନିର୍ବାଚନରେ (2019 Lok Sabha Election)ପରାଜୟ ପରେ ନେତୃତ୍ୱ ସଂକଟ (Leadership Crisis)ମଧ୍ୟରେ ଗତି କରୁଛି ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ (Congress)। ଦଳର ମଙ୍ଗୁଆଳ ପଦବୀକୁ ଦଳୀୟ ନେତାଙ୍କ ମଧ୍ୟରେ ବାକ୍ୟ ଯୁଦ୍ଧ ଶେଷ ସୀମାରେ ପହଞ୍ଚିଗଲାଣି। 
    
ଦଳରେ ଚାଲିଥିବା ପାରିବାରିକ ରାଜନୀତିକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠାଇ ସାରିଲେଣୀ ଦଳର କେତେକ ନେତା। ଏ ପ୍ରସଙ୍ଗରେ ସେମାନଙ୍କୁ ଜବାବ ଦେବା ଲାଗି ଆଗେଇ ଆସୁଛନ୍ତି ଗାନ୍ଧୀ ପରିବାରର ବିଶ୍ୱସ୍ତ କଂଗ୍ରେସ ନେତା। ବିହାର ବିଧାନସଭା ନିର୍ବାଚନରେ (Bihar Assemblr Poll 2020) ଦଳର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ସ୍ୱର ଉଠାଇଥିଲେ ବରିଷ୍ଠ କଂଗ୍ରେସ ନେତା (Congress Leader)କପିଲ ଶିବଲ (Kapil Sibal)।
 
ଏବେ ତାଙ୍କୁ ଜବାବ ଦେବା ଲାଗି ମାଡି ଆସିଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତା (Congress Parliamentary Leader)ଅଧିର ରଞ୍ଜନ ଚୌଧୁରୀ (Adhir Ranjan Chowdhuri)। ଏ ପ୍ରସଙ୍ଗରେ ତାଙ୍କୁ ପ୍ରଥମେ ଜବାବ ଦେଇଥିଲେ ପୂର୍ବତନ ଏଆଇସିସି ସଚିବ (Ex AICC Secretary)ଅଶୋକ ଗେହୋଲତ (Ashok Gehlot)।  

ଏକ ସାକ୍ଷାତକାରରେ କଂଗ୍ରେସ ନେତା ଶିବଲ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ କହିଥିଲେ, " ବିନା ରାଷ୍ଟ୍ରୀୟ ଅଧ୍ୟକ୍ଷରେ କଂଗ୍ରେସ ଦଳ ଦେଢ ବର୍ଷ ହେଲା କିପରି ପରିଚାଳିତ ହେଉଛି? ଦଳୀୟ କର୍ମକର୍ତ୍ତା ନିଜର ଅଭିଯୋଗ ନେଇ କାହା ନିକଟକୁ ଯିବେ? ତାଙ୍କର ଏପରି ବୟାନକୁ ନେଇ ଦଳୀୟ ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏହା ପରେ ତାଙ୍କୁ ତାଙ୍କ ନିଜ ଦଳର ନେତା ଟାର୍ଗେଟ କରିବାରେ ଲାଗିଥିଲେ।

ନେତୃତ୍ୱ ସଂକଟକୁ ନେଇ ତେଜିଥିବା ଅସନ୍ତୋଷ କାରଣରୁ ଦଳ ପ୍ରାୟତଃ ୨ ଭାଗରେ ବାଣ୍ଟି ହୋଇଗଲାଣି। ଗୋଟିଏ ଗୋଷ୍ଠୀରେ ଗାନ୍ଧୀ ପରିବାରର ବିଶ୍ୱସ୍ତ ଏବଂ ଅନ୍ୟ ଗୋଷ୍ଠୀରେ ଦଳୀୟ ସଙ୍ଗଠନକୁ ନେଇ ପ୍ରଶ୍ନ ଉଠାଇଥିବା ନେତା ରହିଛନ୍ତି। ଏ ପ୍ରସଙ୍ଗରେ ଶିବଲଙ୍କୁ ଜବାବ ଦେବାକୁ ଯାଇ ସଂସଦୀୟ ଦଳ ନେତା ଅଧିର ରଞ୍ଜନ କହିଛନ୍ତି, "ସେ ଆମର ନେତା ନୁହଁନ୍ତି। ତାଙ୍କର ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଦଳ ବାଧ୍ୟ ନୁହେଁ।

କପିଲ ଶିବଲ ଏକ ସାକ୍ଷାତକାରରେ କହିଛନ୍ତି କଂଗ୍ରେସ ଦେଢ ବର୍ଷ ଧରି ଦଳର ସଭାପତିଙ୍କ ବିନା ରହିଆସିଛି। କାରଣ ରାହୁଲ ଗାନ୍ଧୀ ଦଳର ମୁଖ୍ୟ ହେବାକୁ ଆଗ୍ରହୀ ନୁହଁନ୍ତି ବୋଲି ଘୋଷଣା କରିଛନ୍ତି। ହେଲେ ଗୋଟିଏନ ଜାତୀୟ ଦଳ ବିନା କୌଣସି ରାଷ୍ଟ୍ରୀୟ ଅଧ୍ୟକ୍ଷରେ କିପରି କାର୍ଯ୍ୟ କରିପାରିବ? କଂଗ୍ରେସ କର୍ମୀ କେଉଁଆଡେ ଯିବେ ତାହା ସେମାନେ ଜାଣନ୍ତି ନାହିଁ। ନିକଟରେ ଅନୁଷ୍ଠିତ ନିର୍ବାଚନରୁ ଜଣାପଡିଛି ବର୍ତ୍ତମାନ ଦଳୀୟ ସଙ୍ଗଠନର ସ୍ଥିତି କିପରି ରହିଛି।

ଅନ୍ୟପକ୍ଷେ କପିଲ ଶିବଲଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖି ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି କଂଗ୍ରେସର କାର୍ଯ୍ୟ କରିବାର ଶୈଳୀ ରହିଛି, ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବେ ସେ ନେଇ କାର୍ଯ୍ୟ ଚାଲିଛି। ଏହି କାମ ସରିବା ପରେ ଏ ସମ୍ପର୍କରେ ଘୋଷଣା କରାଯିବ।  ଦଳୀୟ ସଙ୍ଗଠନ ବାବଦରେ ସେ ରଖୁଥିବା ପ୍ରତିକ୍ରିୟା ଉପରେ ଆମକୁ କୌଣସି ମନ୍ତବ୍ୟ ଦେବାର ଆବଶ୍ୟକତା ନାହିଁ। ସେ ଆମର ନେତା ନୁହଁନ୍ତି।

ହେଲେ ଏପରି ବୟାନବାଜି କ'ଣ ଏହା ବିବେଚନା କରାଯିବ କି କପିଲ ଶିବଲଙ୍କୁ କଂଗ୍ରେସ ଦଳ ପ୍ରତ୍ୟାଖ୍ୟାନ କରିଛି କିମ୍ବା ତାଙ୍କୁ ଦଳରୁ ହଟାଇବାକୁ ପ୍ରସ୍ତୁତି ଚାଲିଛି? ଏପରିକି  ଶିବଲଙ୍କ ବୟାନକୁ ନେଇ କ'ଣ ଦଳ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ? ଏବେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। କାରଣ ଆଧିର ରଞ୍ଜନ ଚୌଧୁରୀଙ୍କ ଭଳି ଜଣେ ପୁରୁଖା କଂଗ୍ରେସ ନେତା ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି କପିଲ ଶିବଲ ଆମର ନେତା ନୁହଁନ୍ତି। ଦଳର ସାଙ୍ଗଠନିକ ସ୍ଥିତିକୁ ଦଳୀୟ ନେତାଙ୍କ ପକ୍ଷରୁ କରାଯାଉଥିବା ବୟାନବାଜିକୁ ନେଇ କଂଗ୍ରେସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଆଗାମୀ ଦିନରେ ଜଣାପଡିବ।