ଗାନ୍ଧୀନଗର: ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ମନୋନୀତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ। ନୂଆ ଦାୟିତ୍ୱ ମିଳିବା ପରେ ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ସାକ୍ଷାତ କରିଥିଲେ ସେ। ଆସନ୍ତାକାଲି ଦିନ ୨ଟା ୪୦ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରାଜ୍ୟର ଘାଟଲୋଡି଼ଆ ବିଧାନସଭା ଆସନର ବିଧାୟକ ଭୂପେନ୍ଦ୍ର ପଟେଲ।     


COMMERCIAL BREAK
SCROLL TO CONTINUE READING

ଗତକାଲି ପଦରୁ ଇସ୍ତଫା ଦେଇଥିଲେ ବିଦାୟୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ (Former Gujarat CM) ବିଜୟ ରୂପାଣୀ (Vijay Rupani)। ତାଙ୍କ ଇସ୍ତଫା ପରେ ନୂଆ ମୁଖ୍ୟମନ୍ତ୍ରୀ (Gujarat New CM) କିଏ ହେବେ ସେ ନେଇ ରବିବାର ରାଜଧାନୀ ଗାନ୍ଧୀନଗରସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଥିଲା ବିଧାୟକ ଦଳ ବୈଠକ। ଯେଉଁଥିରେ ଯୋଗ ଦେଇଥିଲେ ଗୁଜୁରାଟ ବିଜେପି ଅଧ୍ୟକ୍ଷ (Gujarat BJP President) ସିଆର ପାଟିଲ (CR Patil), ଦଳୀୟ କେନ୍ଦ୍ରୀୟ ପର୍ଯ୍ୟବେକ୍ଷେକ (BJP Central Observer) କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର (Union Minister Narendra Singh Tomar), କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (Union Minister Prahallad Joshi) ଏବଂ ଦଳର ବରିଷ୍ଠ ନେତା ତରୁଣ ଚୁଗ (BJP Leader Traun Chug)।


ଏହି ବୈଠକରେ ସର୍ବସମ୍ମତି କ୍ରମେ ରାଜ୍ୟର ଘାଟଲୋଡି଼ଆ ବିଧାନସଭା ଆସନର (Ghatlodia Assembly Constituency) ବିଧାୟକ ଭୂପେନ୍ଦ୍ର ପଟେଲ (Bhupendra Patel) ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କୁ ଛାଡି ମୁଖ୍ୟମନ୍ତ୍ରୀ ଦୌଡରେ ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ (Gujarat Deputy Chief Minister) ନୀତିନ ପଟେଲ (Nitin Patel), କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ (Union Health Minister) ମନସୁଖ ମାଣ୍ଡାଭିୟା (Mansukh Mandaviya), କେନ୍ଦ୍ର ପଶୁପାଳନ ମନ୍ତ୍ରୀ (Union Animal Husbandry Minister) ପୁରୁଷୋତ୍ତମ ରୂପାଲା (Parshottam Rupala) ପ୍ରମୁଖ ସାମିଲ ହୋଇଥିଲେ।


Also Read: ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେଲେ Bhupendra Patel


ନୂଆ ଦାୟିତ୍ୱ ମିଳିବା ପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ମୋତେ ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଉଛି। ରାଜ୍ୟର ବିକାଶ ପାଇଁ ଯେଉଁ କାମ ଅସମ୍ପୂର୍ଣ୍ଣ ରହିଛି ତାହାକୁ ପ୍ରଥମେ ସମ୍ପୂର୍ଣ୍ଣ କରାଯିବ। 


ବିଧାୟକ ହେବା ପୂର୍ବରୁ ସେ ଅହମ୍ମଦାବାଦ ଅର୍ବାନ ଡେଭଲପମେଣ୍ଟ ଅଥରିଟି (Ahmedabad Urban Development Authority) ଏୟୁଡିଏ (AUDA) ଅଧ୍ୟକ୍ଷ  ଏବଂ ଅହମ୍ମଦାବାଦ ମହାନଗର ନିଗମ (Amdavad Municipal Corporation) ଏଏମସି ଷ୍ଟାଣ୍ଡିଂ କମିଟି (AMC Standing Committee) ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିଛନ୍ତି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ।


Also Read: ପଦ ଛାଡିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ


ଆସନ୍ତା ବର୍ଷ ହେବାକୁ ଯାଉଛି ଗୁଜୁରାଚ ବିଧାନସଭା ନିର୍ବାଚନକୁ (Gujarat Assembly Election 2022) । ହେଲ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବଦଳାଇବାକୁ ନେଇ ସରଗରମ ହୋଇଉଠିଛି ଗୁଜୁରାଟ ରାଜନୀତି (Gujarat Politics)।