ନୂଆଦିଲ୍ଲୀ: ବିଗତ ଦିନରେ ପରିବେଶବିତ୍ ଗ୍ରେଟା ଥନବର୍ଗ (Greta Thunberg) ଙ୍କ ତରଫରୁ କୃଷକ ଆନ୍ଦୋଳନ (Farmers Protest) କୁ ନେଇ ସେୟାର କରାଯାଇଥିବା ଟୁଲକିଟ ମାମଲା (Toolkit Case)ରେ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି (Disha Ravi) ଙ୍କୁ ଦିଲ୍ଲୀ ପୋଲିସ (Delhi Police) ଗିରଫ କରିଥିଲା । ବର୍ତ୍ତମାନ ଦିଶା ରବିଙ୍କୁ ନା କେବଳ ଦେଶରୁ ବରଂ ବିଦେଶୀରୁ ମଧ୍ୟ ଅନେକ ସୁନାମଧନ୍ୟ ଲୋକ ସମର୍ଥନ କରୁଛନ୍ତି । ତାଙ୍କୁ ମୁକ୍ତ କରିବା ପାଇଁ ଲୋକମାନେ ଆବେଦନ କରୁଛନ୍ତି । ଏହାସହ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଉଛନ୍ତି । ବର୍ତ୍ତମାନ ଦିଶା ଦିଲ୍ଲୀ ପୋଲିସର ହେପାଜତରେ ଅଛନ୍ତି । ତାଙ୍କୁ ରବିବାର ଦିଲ୍ଲୀର ଏକ କୋର୍ଟ ଦ୍ୱାରା ପାଞ୍ଚ ଦିନ ଜେଲ ପଠାଯାଇଛି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଯେଉଁମାନେ ସାରା ଜୀବନ ଖୁଆଇଛନ୍ତି, ଆମେ ସେମାନଙ୍କ ସହ ଅଛୁ; କୃଷକ ଆନ୍ଦୋଳନକୁ ସମର୍ଥନ କଲେ ମହାତ୍ମା ଗାନ୍ଧୀଙ୍କ ନାତୁଣୀ



ଦିଶାକୁ ସମର୍ଥନ କରି ନେଇ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଟ୍ୱିଟ୍ କରିଛନ୍ତି । ସେହିପରି ଦିଶାଙ୍କ ଗିରଫ ଖବର ସେୟାର କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ଲେଖିଛନ୍ତି ଯେ, "ଆପଣଙ୍କ ସ୍ୱର ମୁକ୍ତ ବୋଲି କୁହନ୍ତୁ, କୁହନ୍ତୁ ସତ୍ୟ ଏବେବି ବଞ୍ଚିଛି! ସେମାନେ ଭୟଭୀତ, ଦେଶ ନୁହେଁ । ଭାରତକୁ ନୀରବ କରାଯାଇପାରିବ ନାହିଁ ।"



ଅଧିକ ପଢ଼ନ୍ତୁ:-ଅମିତ ଶାହ ନେପାଳ ଓ ଶ୍ରୀଲଙ୍କାରେ ଗଠନ କରିବେ ବିଜେପି ସରକାର, ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ଦାବି


ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ (P Chidambaram) ଲେଖିଛନ୍ତି ଯେ, "ଯଦି ମାଉଣ୍ଟ କାର୍ମେଲ କଲେଜର ୨୨ ବର୍ଷ ବୟସ୍କ ଛାତ୍ରୀ ତଥା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଦେଶ ପାଇଁ ବିପଦ ପାଲଟିଛନ୍ତି, ତେବେ ଭାରତ ଏକ ଦୁର୍ବଳ ଭିତ୍ତିରେ ଠିଆ ହୋଇଛି । ଚୀନ ସୈନିକଙ୍କ ଦ୍ୱାରା ଭାରତୀୟ ଅଞ୍ଚଳରେ ଅନୁପ୍ରବେଶର ତୁଳନାରେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଆଣିଥିବା ଏକ ଟୁଲକିଟ୍ ଅଧିକ ବିପଜ୍ଜନକ ଅଟେ! ଦୁଃଖର ବିଷୟ ଯେ ଦିଲ୍ଲୀ ପୋଲିସ ଉତ୍ପୀଡନ କରୁଥିବା ଲୋକଙ୍କ ପାଇଁ ଏକ ଅସ୍ତ୍ର ପାଲଟିଛି । ମୁଁ ଦିଶା ରବିଙ୍କ ଗିରଫକୁ ଦୃଢ଼ ନିନ୍ଦା କରୁଛି ଏବଂ ସମସ୍ତ ଛାତ୍ର ଓ ଯୁବକମାନଙ୍କୁ ଅପିଲ କରୁଛି ଯେ ସେମାନେ ନିରଙ୍କୁଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରୁ ।"


ଅଧିକ ପଢ଼ନ୍ତୁ:-ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ପାଇଁ ଦାୟୀ କିଏ? ଉତ୍ତର ରଖିଲେ ଧର୍ମେନ୍ଦ୍ର ପ୍ରଧାନ



ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଲେଖିଛନ୍ତି ଯେ, "୨୨ ବର୍ଷର ଦିଶା ରବିଙ୍କୁ ଗିରଫ କରିବା ଗଣତନ୍ତ୍ର ଉପରେ ଆକ୍ରମଣ । ଚାଷୀଙ୍କୁ ସମର୍ଥନ କରିବା ଅପରାଧ ନୁହେଁ ।"


ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ (US Vice-President Kamala Harris) ଙ୍କ ଭାଣିଜୀ ମୀନା ହାରିସ୍ (Meena Harris) ଟ୍ୱିଟ୍ କରି କହିଛନ୍ତି ଯେ, "ଭାରତୀୟ କର୍ତ୍ତୃପକ୍ଷ ଆଉ ଜଣେ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛନ୍ତି । ୨୨ ବର୍ଷୀୟ ଦିଶା ରବିଙ୍କୁ ଏଥିପାଇଁ ଗିରଫ କରାଯାଇଛି କାରଣ ସେ ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ଏକ ଟୁଲକିଟ୍ ସେୟାର କରିଥିଲେ । ଭାରତ ସରକାରଙ୍କୁ ଏହି ପ୍ରଶ୍ନ କରାଯିବା ଉଚିତ ଯେ ସେ କ'ଣ କାର୍ଯ୍ୟକର୍ତ୍ତାଙ୍କୁ ଚୁପ୍ କରିବାକୁ ଚେଷ୍ଟା କରୁଛନ୍ତି ।"


ଅଧିକ ପଢ଼ନ୍ତୁ:-ପିଏମ ମୋଦି କାହିଁକି ବଢାଇଛନ୍ତି ଦାଢ଼ି, କାରଣ କହିଲେ ୟୁପିର ମନ୍ତ୍ରୀ



ବ୍ରିଟେନର ସାଂସଦ କ୍ଲାଉଡିଆ ୱେବ୍ (Claudia Webbe) ଟ୍ୱିଟ୍ କରି କହିଛନ୍ତି ଯେ, "ଦିଶା ରବି ଜଣେ ଜଳବାୟୁ କାର୍ଯ୍ୟକର୍ତ୍ତା । ସେ ଭାରତରେ ସ୍ୱଚ୍ଛ ବାୟୁ, ବିଶୁଦ୍ଧ ଜଳ ଏବଂ ରହିବା ଉପଯୋଗୀ ପରିବେଶ ସୃଷ୍ଟି କରିବାକୁ ଲଢନ୍ତି । ଚାଷୀଙ୍କୁ ସମର୍ଥନ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି । ଚୁପ୍ ରହିବା କୌଣସି ବିକଳ୍ପ ନୁହେଁ । ଆମେ ସମସ୍ତେ ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ କହିବା ଉଚିତ୍ ।"


ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି (Tehreek-e-Insaf Party) ମଧ୍ୟ ଏହି ପ୍ରସଙ୍ଗରେ ଟ୍ୱିଟ କରିଛନ୍ତି । ଦଳ ଲେଖିଛି ଯେ, "ମୋଦି (Modi) ଓ ଆରଏସଏସ (RSS) ର ଶାସନ ଏହି କଥା ଉପରେ ବିଶ୍ୱାସ କରେ ଯେ ସେମାନଙ୍କ ବିରୋଧରେ ଉଠିଥିବା ସମସ୍ତ ସ୍ୱରକୁ ଦମନ କରିଦିଆଯାଉ । ଯେପରି ସେମାନେ କାଶ୍ମୀରରେ କରିଛି । ନିଜ କଥା କହିବା ପାଇଁ ଭାରତୀୟ କ୍ରିକେଟର ତଥା ବଲିଉଡ ଅଭିନେତାଙ୍କ ବ୍ୟବହାର କରିବା ଲଜ୍ଜାଜନକ ବିଷୟ ଥିଲା, କିନ୍ତୁ ବର୍ତ୍ତମାନ ସେମାନେ ଟୁଲକିଟ୍ ଡକ୍ୟୁମେଣ୍ଟକୁ ଆଧାର କରି ଦିଶା ରବିଙ୍କୁ ଗିରଫ କରିଛନ୍ତି ।"