Gujarat Election 2022, ଗାନ୍ଧିନଗର: ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ମୋଟ ୧୮୨ ସିଟ ମଧ୍ୟରୁ ୮୯ ଆସନ ଲାଗି ଭୋଟ ଗ୍ରହଣ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ​ମୋଟ ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି। ମୋଟ ୨୫ ହଜାର ୪୩୦ ମତଦାନ କେନ୍ଦ୍ରରେ ଭୋଟିଂ ଚାଲିଛି। ସେପଟେ ବିଜେପି ପ୍ରାର୍ଥିନୀ ତଥା ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବାଙ୍କ ପାରିବାରିକ ବିବାଦ ଚରମ ସୀମାରେ ପହଞ୍ଚିଛି। ତାଙ୍କ ଶ୍ୱଶୁର, ବହୂଙ୍କୁ ଛାଡି କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପରିବାରରେ ବୈଚାରିକ ମତଭେଦ ଦେଖିବାକୁ ମିଳିଛି। ରବିନ୍ଦ୍ରଙ୍କ ପତ୍ନୀ ରିଭାବା ଜାଡେଜାଙ୍କୁ ଦକ୍ଷିଣ ଜାମନଗରରେ ବିଜେପି ପ୍ରାର୍ଥୀ କରିଛି। କିନ୍ତୁ କ୍ରିକେଟରଙ୍କ ପିତା ଅନିରୁଦ୍ଧ ଜାଡେଜା ଓ ଭଉଣୀ ନୈନବା, ରିଭାବାଙ୍କ ବିରୁଦ୍ଧରେ କ୍ୟାପେନିଂ କରିଥିଲେ। ଗୁରୁବାର ଗୁଜୁରାଟର ପ୍ରଥମ ପର୍ଯ୍ୟାୟ ଭୋଟିଂରେ ଅନିରୁଦ୍ଧ ଜାଡେଜା, କଂଗ୍ରେସ ପ୍ରାର୍ଥୀ ବିପେନ୍ଦ୍ର ସିଂହଙ୍କୁ ଭୋଟ ଦେଇଥିବା ସୂଚନା ମିଳିଛି। ନୈନବା ଏହି ଆସନରେ କଂଗ୍ରେସ ଟିକଟର ଆଶାୟୀ ଥିଲେ। କିନ୍ତୁ ଦଳ, ବିପେନ୍ଦ୍ର ସିଂହଙ୍କୁ ପ୍ରାର୍ଥୀ କରିଥିଲା।


Also Read:  Gujarat Election Voting: ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ପାଇଁ ହେବ ଭୋଟ ଗ୍ରହଣ, ୭୮୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର


ନୈନବା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଭାଉଜ ଜାତିକୁ ନେଇ ରାଜନୀତି କରୁଛନ୍ତି। ପ୍ରାର୍ଥୀ ପତ୍ରରେ ସେ ନିଜ ନାମ ରିଭା ସିଂହ ହରଦେବ ସିଂହ ସୋଲଙ୍କି ଲେଖିଛନ୍ତି। ଆଉ ପତି ରବିନ୍ଦ୍ର ଜାଡେଜାଙ୍କ ନାମକୁ ବନ୍ଧନି ମଧ୍ୟରେ ଲେଖାଯାଇଛି। କେବଳ ସମବେଦନ ଭୋଟ ପାଇବା ପାଇଁ ରିଭାବା, ରବିନ୍ଦ୍ର ଜାଡେଜାଙ୍କ ନାମ ବ୍ୟବହାର କରୁଛନ୍ତି। ବିବାହକୁ ଛଅ ବର୍ଷ ବିତିଯାଇଥିଲେ ମଧ୍ୟ ସେ ବର୍ତ୍ତମାନ ସୁଦ୍ଧା ତାଙ୍କ ନାମରେ ବାପ ଘର ସଂଜ୍ଞା ବ୍ୟବହାର କରୁଛନ୍ତି ବୋଲି ନୈନବା କହିଛନ୍ତି। ଅନ୍ୟପଟେ ରିଭାବା, ଶିଶୁଙ୍କୁ ତାଙ୍କ ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଥିବା ନେଇ ନିର୍ବାଚନ ଆୟୋଗ ନିକଟରେ କଂଗ୍ରେସ ଅଭିଯୋଗ କରିଥିଲା। 


ଅନ୍ୟପଟେ ନିଜ ଘରେ ଚାଲିଥିବା ବିବାଦକୁ ନେଇ ରିଭାବା ଜାଡେଜା ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଘରେ ଭାଉଜ-ନଣନ୍ଦ ପରି କୌଣସି ବିବାଦ ନାହିଁ। ପରିବାରରେ କେବଳ ରାଜନୈତିକ ମତଭେଦ ରହିଛି। ଏଥିରେ ତାଙ୍କର କୌଣସି ଅସୁବିଧା ନାହିଁ। ସେ ଜାମନଗରବାସୀଙ୍କ ଉପରେ ବିଶ୍ୱାସ ରଖିଛନ୍ତି। ଲୋକେ ଏଠାରେ ବିପୁଳ ଭୋଟ ସହ ବିଜେପିକୁ ବିଜୟ କରିବେ ବୋଲି କ୍ରିକେଟରଙ୍କ ପତ୍ନୀ ଦୃଢକ୍ତି ପ୍ରକାଶ କରିଛନ୍ତି। ରବିନ୍ଦ୍ର ଜାଡେଜାଙ୍କ ପରିବାର ମୁଖ୍ୟତ କଂଗ୍ରେସ ସମର୍ଥକ। କିନ୍ତୁ ବିବାହର ତିନି ବର୍ଷ ପରେ ୨୦୧୯ରେ ରିଭାବା, ବିଜେପିରେ ସାମିଲ ହୋଇଥିଲେ।


Also Read: କଂଗ୍ରେସ ଅପେକ୍ଷା ୬ ଗୁଣା ଅଧିକ ଚାନ୍ଦା ପାଇଛି ବିଜେପି, ୨୦୨୧-୨୨ ବର୍ଷରେ ମିଳିଛି ୬୧୪ କୋଟି


Also Read: ଉପନିର୍ବାଚନ ସରିଲେ ବିଜେଡି ନେତା-ମନ୍ତ୍ରୀ ପଦମପୁରରୁ ପଳେଇବେ, ହେଲେ ମୁଁ ଏଠାରେ ରହିବି'