Pradip Purohit: ଉପନିର୍ବାଚନ ସରିଲେ ବିଜେଡି ନେତା-ମନ୍ତ୍ରୀ ପଦମପୁରରୁ ପଳେଇବେ, ହେଲେ ମୁଁ ଏଠାରେ ରହିବି'
Advertisement
Article Detail0/zeeodisha/odisha1465004

Pradip Purohit: ଉପନିର୍ବାଚନ ସରିଲେ ବିଜେଡି ନେତା-ମନ୍ତ୍ରୀ ପଦମପୁରରୁ ପଳେଇବେ, ହେଲେ ମୁଁ ଏଠାରେ ରହିବି'

Padampur Bye Election 2022: ଦଳୀୟ ନିର୍ବାଚନ ସଭାକୁ ସମ୍ବୋଧିତ କରି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ଏହି ଉପନିର୍ବାଚନରେ ମୁଁ ଜିତିଲେ ଲୋକଙ୍କ ସହ ରହିବ। ହାରିଲେ ମଧ୍ୟ ଲୋକଙ୍କ ସହ ରହିବି। ନିର୍ବାଚନରେ ଜିତିଲେ ପଦମପୁର, ପାଇକମାଳ, ଝାରବନ୍ଧର ଚାଷୀ ସସମ୍ୟା, କେନ୍ଦୁପତ୍ର ତୋଳାଳୀଙ୍କ ସମସ୍ୟା, ଧାନ ବିକ୍ରି ସମସ୍ୟା, ଦାଦନର ସମସ୍ୟାକୁ ବିଧାନସଭାରେ ଉଠାଇବି। 

 Pradip Purohit: ଉପନିର୍ବାଚନ ସରିଲେ ବିଜେଡି ନେତା-ମନ୍ତ୍ରୀ ପଦମପୁରରୁ ପଳେଇବେ, ହେଲେ ମୁଁ ଏଠାରେ ରହିବି'

BJP Leader Pradip Purohit: ଗତ ୨୦୧୪ ନିର୍ବାଚନରେ ମୁଁ ପ୍ରଥମ ଥର ପାଇଁ ପଦମପୁରର ବିଧାୟକ ନିର୍ବାଚିତ ହୋଇଥିଲା। ବିଧାନସଭାକୁ ଯିବା ପରେ ବିଧାୟକ ଭାବେ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲି। ଯାହା ରାଜ୍ୟ ସରକାରଙ୍କୁ ଅସୁବିଧାରେ ପକାଉଥିଲା। ମୋ ଦ୍ୱାରା ଉଠାଯାଉଥିବା ବିଭିନ୍ନ ପ୍ରସଙ୍ଗ କାରଣରୁ ସରକାର ବିଧାନସଭାରେ ଅପଦସ୍ଥ ହେଉଥିଲେ। ସେଥିପାଇଁ ମୋତେ ଏହି ଉପନିର୍ବାଚନରେ ହରାଇବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ୬୦ ବିଧାୟକ ଏବଂ ୧୫ ମନ୍ତ୍ରୀଙ୍କୁ ପଦମପୁର ପଠାଇଛନ୍ତି। ଏହାର କାରଣ ହେଉଛି ପଦମପୁର ଉପନର୍ବାଚନରେ କେବଳ ପ୍ରଦୀପ ପୁରୋହିତଙ୍କୁ ହରାଇବା। 

ଯେଉଁ ଦିନ ଉପନିର୍ବାଚନ (Bye Election) ସରିଯିବ ସେଦିନ ଏହି ୬୦ ବିଧାୟକ ଏବଂ ୧୫ ମନ୍ତ୍ରୀ ପଦମପୁର (Padampur) ଛାଡ଼ି ଭୁବନେଶ୍ୱର (Bhubaneswar) ପଳାଇବେ। ସେମାନେ ଆଉ ପଦମପୁର ଆସିବେନି। ହେଲେ ମୁଁ କୁଆଡେ ଯିବି। ମୋର ଜନ୍ମ ବୁଢାସମ୍ବର ମାଟିରେ ଆଉ ମୋର ମୃତ୍ୟୁ ମଧ୍ୟ ପାଇକମାଳରେ ( Paikmal) ହେବ। ମୁଁ ସବୁବେଳେ ଲୋକଙ୍କ ସହ ଥିଲି, ଲୋକଙ୍କ ସହ ରହିଛି ଏବଂ ଆଗକୁ ଲୋକଙ୍କ ସହ ରହିବି। ବୁଧବାର ଦହିତା ଠାରେ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିବା ନିର୍ବାଚନ ସଭାକୁ ସମ୍ବୋଧିତ କରି କହିଛନ୍ତି ପଦମପୁର ଆସନର (Padampur Assembly Constituency) ବିଜେପି ବିଧାୟକ ପ୍ରାର୍ଥୀ (BJP MLA Candidate) ପ୍ରଦୀପ ପୁରୋହିତ (Pradip Purohit)।

ଦଳୀୟ ନିର୍ବାଚନ ସଭାକୁ ସମ୍ବୋଧିତ କରି ବିଜେପି ନେତା ପ୍ରଦୀପ ପୁରୋହିତ (BJP Leader Pradip Purohit) କହିଛନ୍ତି, ଏହି ଉପନିର୍ବାଚନରେ ମୁଁ ଜିତିଲେ ଲୋକଙ୍କ ସହ ରହିବ। ହାରିଲେ ମଧ୍ୟ ଲୋକଙ୍କ ସହ ରହିବି। ନିର୍ବାଚନରେ ଜିତିଲେ ପଦମପୁର, ପାଇକମାଳ, ଝାରବନ୍ଧର ଚାଷୀ ସସମ୍ୟା, କେନ୍ଦୁପତ୍ର ତୋଳାଳୀଙ୍କ ସମସ୍ୟା, ଧାନ ବିକ୍ରି ସମସ୍ୟା, ଦାଦନର ସମସ୍ୟାକୁ ବିଧାନସଭାରେ ଉଠାଇବି। ମୋ ବିରୋଧରେ ଯିଏ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସେ ନିର୍ବାଚନ ପରେ ଆଉ ପଦମପୁରରେ ରହିବେନି କିମ୍ବା ବିଧାନସଭାରେ ସରକାରଙ୍କ ବିରୋଧରେ ପାଟି ଫିଟାଇବେ ନାହିଁ।

ଅନ୍ୟପଟେ ଏହି ସଭାକୁ ସମ୍ବୋଧିତ କରି ବରଗଡ ସାଂସଦ ସୁରେଶ ପୂଜାରୀ (Bargarh MP Suresh Pujari) କହିଛନ୍ତି ଯେ ପଦମପୁର ଉପନିର୍ବାଚନରେ (Padampur Bye Election 2022) ବିଜେଡି (BJD) ହାରିଲେ ମନ୍ତ୍ରୀ ସୁଶାନ୍ତ ସିଂହ (Odisha Minister Susanta Singh) ରାଜନୀତିରୁ ସନ୍ୟାସ ନେଇଯିବେ ବୋଲି କହିଛନ୍ତି। ହେଲେ ପ୍ରକୃତରେ ସୁଶାନ୍ତ ସିଂହ ୨୦୨୪ ପରେ ରାଜ୍ୟରେ ବିଜେପି ସରକାରକୁ ଆସିଲେ ଜେଲ ଭିତରେ ରହିବେ। ସୁଶାନ୍ତ ସିଂହ ପୁରା ବରଗଡରେ ଯେଉଁ ଭଳି ଭାବରେ ଆତଙ୍କ ଖେଳାଇଛନ୍ତି ଆଉ ଏବେ ମଧ୍ୟ କରୁଛନ୍ତି ତାଙ୍କ ଭଳି ଦାଗୀ ନେତାଙ୍କୁ ଆମେ ଜେଲ ପଠାଇବୁ।

ବୁଧବାର ପଦମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଚାଲିଥିବା ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବରଗଡ ସାଂସଦ ସୁରେଶ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଦଳର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ବରଗଡ଼ ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡଙ୍ଗୀ।