Asaduddin Owaisi targets RSS: ଚଳିତ ବର୍ଷ ଦେଶ ସ୍ୱାଧିନ ହେବାକୁ ୭୫ ବର୍ଷ ପୂରଣ ହୋଇଛି।  ଏହି ଅବସରରେ ମୋଦି ସରକାରଙ୍କ ପକ୍ଷରୁ ଦେଶରେ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ କରାଯିବା ସହ ପ୍ରତ୍ୟେକ ଘରେ ଦେଶର ଜାତୀୟ ପତାକା ଉଡ଼ାଇବା ପାଇଁ ହର ଘର ତ୍ରିରଙ୍ଗା ନାମରେ ଏକ ଯୋଜନା କାର୍ଯ୍ୟକାରୀ ହୋଇଛି। 


COMMERCIAL BREAK
SCROLL TO CONTINUE READING

ମାତ୍ର  ହର ଘର ତ୍ରିରଙ୍ଗା ପ୍ରସଙ୍ଗରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି (AIMIM  Chief Asaduddin Owaisi) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଏବଂ ଆରଏସଏସ ଉଦ୍ଦେଶ୍ୟରେ ବର୍ଷିଛନ୍ତି। ଏନେଇ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ଆରଏସଏସ ଆଦର୍ଶ (RSS Ideology) ହେଉଛି ତାଙ୍କ ଆଧାର। ହେଲେ ମୁଁ ତାଙ୍କୁ ପଚାରିବାକୁ ଚାହୁଁଛି ଯେ ଆରଏସଏସ ମୁଖପାତ୍ର ତ୍ରିରଙ୍ଗା ତିନୋଟି ରଙ୍ଗକୁ ଅଶୁଭ ବୋଲି କହିଥିଲା। ପ୍ରଧାନମନ୍ତ୍ରୀ ଏହା ଉପରେ ସହମତ?


ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଉପରେ ପ୍ରତିକ୍ରିୟା ରଖି ଅସାଦୁଦ୍ଦିନ ଓୱେସି କହିଛନ୍ତି ୧୯୪୭ ମସିହା ଜୁଲାଇ ୧୭ ତାରିଖରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (Rashtriya Swayamsevak Sangh) ଆରଏସଏସ (RSS) ଦ୍ୱାରା ପରିଚାଳିତ ପ୍ରତିକା ଅର୍ଗାନାଇଜର (RSS Magazine Organizer) ଲେଖିଥିଲା ତ୍ରିରଙ୍ଗା (Tricolour Flag) ନୁହେଁ ଭଗୱା ପତାକା (Bhagwa Flag) ଉପରେ ବିଶ୍ୱାସ କରିଥାଏ ସଂଘ। ସେତେବେଳେ ସେମାନେ ଦାବି କରିଥିଲେ ଯେ ଜାତୀୟ ପତାକା (National Flag) ଭଗୱା ରଙ୍ଗର (Saffron Color) ହେବା ଆବଶ୍ୟକ। ମୁଁ ଆରଏସଏସ ଏବଂ ପ୍ରଧାନମନ୍ତ୍ରୀଙ୍କ ଠାରୁ ଜାଣିବାକୁ ଚାହୁଁଛି ଅର୍ଗାନାଇଜର ପ୍ରତିକାରେ ଲିଖିତ ଏହି ପ୍ରସଙ୍ଗ ଉପରେ ଆପଣ କ'ଣ କହିବେ? ସେମାନେ ଏହାକୁ ସ୍ପଷ୍ଟ କରିବା ଆବଶ୍ୟକ। 


Also Read: ଦେଶଭକ୍ତିକୁ ନେଇ ଓୱେସୀ-ଭାଗବତ ମୁହାଁମୁହିଁ


ମୋଦି ସରକାରଙ୍କ (Modi Govt) ପକ୍ଷରୁ ଚଳିତ ଦେଶରେ ସ୍ୱାଧିନତାର ଅମୃତ ମହୋତ୍ସବ (Azadi Ka Amrit Mahotsav) ପାଳନ କରାଯିବା ସହ ପ୍ରତ୍ୟେକ ଘରେ ଦେଶର ଜାତୀୟ ପତାକା ଉଡ଼ାଇବା ପାଇଁ ହର ଘର ତ୍ରିରଙ୍ଗା (Har Ghar Tiranga) ନାମରେ ଏକ ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଡିସପ୍ଲେ ପିକଚର ରେ ତ୍ରିରଙ୍ଗା ଲଗାଇବାକୁ  ଦେଶବାସୀକୁ ଅନୁରୋଧ କରିଥିଲେ। ଗତ ରବିବାର ତାଙ୍କ 'ମନ କି ବାତ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧିନତାର ଅମୃତ ମହୋତ୍ସବ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି।  ଅଗଷ୍ଟ ୨ ତାରିଖରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସୋସିଆଲ ମିଡିଆ ଆକାଉଣ୍ଟ ପ୍ରୋଫାଇଲ ଫଟୋ ଭାବେ ତ୍ରିରଙ୍ଗା ବ୍ୟବହାର କରିବାକୁ ସେ ଲୋକଙ୍କୁ ନିବେଦନ କରିଥିଲେ। 


Also Read: ଅଖଣ୍ଡ ଭାରତ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ଓୱେସୀ-ଭାଗବତ


ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଥିଲେ ଯେତେବେଳେ ଆମେ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ କରୁଛେ ସେତେବେଳେ ଦେଶର ଜାତୀୟ ପତାକାକୁ ସମ୍ମାନ ଦେବା ପାଇଁ ଏକ ସାମୂହିକ ଅଭିଯାନର ଏକ ଅଂଶ ଭାବେ ଆମ ଦେଶର ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ାଇବା   ପାଇଁ ପ୍ରସ୍ତୁତ ହେଉଛେ। ମୁଁ ମୋର ସୋସିଆଲ ମିଡିଆ ଆକାଉଣ୍ଟ ପ୍ରୋଫାଇଲ ଫଟୋ ପରିବର୍ତ୍ତନ ଏଥିରେ ତ୍ରିରଙ୍ଗା ଲଗାଇଛି। ମୁଁ ଚାହୁଁଛି ଆପଣ ଏପରି କରନ୍ତୁ। ଆମକୁ ତ୍ରିରଙ୍ଗା ଦେବା ପାଇଁ ତାଙ୍କ ଉଦ୍ୟମ ପାଇଁ ଆମ ଦେଶ ସର୍ବଦା ତାଙ୍କ ନିକଟରେ ଋଣୀ ରହିବ। ଆମର ତ୍ରିରଙ୍ଗା ପାଇଁ ଆମେ ବହୁତ ଗର୍ବିତ। ମୁଁ ଚାହୁଁଛି ଯେ ଆମେ ତ୍ରିରଙ୍ଗାରୁ  ଶକ୍ତି ଏବଂ ପ୍ରେରଣା ନେଇ ଦେଶର ଅଗ୍ରଗତି ପାଇଁ କାର୍ଯ୍ୟ ଜାରି ରଖୁ।