ଦେଶଭକ୍ତିକୁ ନେଇ ଓୱେସୀ-ଭାଗବତ ମୁହାଁମୁହିଁ
Advertisement
Article Detail0/zeeodisha/odisha820231

ଦେଶଭକ୍ତିକୁ ନେଇ ଓୱେସୀ-ଭାଗବତ ମୁହାଁମୁହିଁ

ଦେଶଭକ୍ତି ପ୍ରସଙ୍ଗରେ ଆରଏସଏସ ସରସଂଘଚାଳକ ମୋହନ ଭାଗବତ ରଖିଥିବା ବୟାନ ଉପରେ ତାଙ୍କୁ ଜବାବ ଦେଇଛନ୍ତି ଏଆଇଏମଆଇଏମ ମୁଖ୍ୟ ଓୱେସୀ।

ଦେଶଭକ୍ତିକୁ ନେଇ ଓୱେସୀ-ଭାଗବତ ମୁହାଁମୁହିଁ

ନୂଆଦିଲ୍ଲୀ: ଦେଶଭକ୍ତି ପ୍ରସଙ୍ଗକୁ ନେଇ ନୂଆ ବର୍ଷ ଆରମ୍ଭରୁ ସରଗରମ ହୋଇଉଠିଛି ଭାରତୀୟ ରାଜନୀତି। ଏ ପ୍ରସଙ୍ଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସରସଂଘଚାଳକ ମୋହନ ଭାଗବତ ରଖିଥିବା ବୟାାନ ଉପରେ ଜବାବ ରଖିଛନ୍ତି ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ଏପରିକି ଏ ମାମଲାରେ ଆରଏସଏସ ମୁଖ୍ୟଙ୍କୁ ପ୍ରଶ୍ନ କରିଛନ୍ତି ସେ।

ଦେଶଭକ୍ତି ପ୍ରସଙ୍ଗରେ ଟ୍ୱିଟ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ (AIMIM Chief) ଆରଏସଏସ ସରସଂଘଚାଳକଙ୍କୁ ପ୍ରଶ୍ନ କରିଛନ୍ତି ଗାନ୍ଧୀଙ୍କ ହତ୍ୟାକୀର ଗୋଡସେ ବାବଦରେ ଆପଣ କ'ଣ କହିବେ? ନେଲି ନରସଂହାର, ୧୯୮୪ ଶିଖ ବିରୋଧି ଦଙ୍ଗା, ୨୦୦୨ ଗୁଜୁରାଟ ଗୋଧ୍ରା ଦଙ୍ଗାରେ ଜଡିତ ଲୋକଙ୍କ ବାବଦରେ ଆପଣ କ'ଣ କହିବେ? ଏଆଇଏମଆଇଏମ ସାଂସଦ ଅସାଦୁଦ୍ଦିନ ଓୱେସୀ (Asaduddin Owaisi) ଟ୍ୱିଟ କରି କହିଛନ୍ତି ଏହା ମାନିବା ତର୍କସଙ୍ଗତ ଅଧିକାଂଶ ଭାରତୀୟ ଦେଶଭକ୍ତ। ହେଲେ ସେ ଯାହାକୁ ମାନନ୍ତୁନା କାହିଁକି।   

 

ଶୁକ୍ରବାର ଆରଏସଏସ ସରସଂଘଚାଳକ (RSS Sarsanghchalak) ମୋହନ ଭାଗବତ କହିଥିଲେ ଯଦି କେହି ହିନ୍ଦୁ ହୁଏ ତାହେଲେ ସେ ଦେଶଭକ୍ତ ନିଶ୍ଚୟ ହେବ। କାରଣ ଏହା ତାଙ୍କର ବଂଶଗତ ଚରିତ୍ର। ସଂଘ ମୁଖ ମୁଖ୍ୟ ମହାତ୍ମା ଗାନ୍ଧୀଙ୍କ ମନ୍ତବ୍ୟକୁ ମନେ ପକାଇ ଦେଇଛନ୍ତି ହିନ୍ଦୁଙ୍କ ଦେଶପ୍ରେମ ସେମାନଙ୍କ ଧର୍ମରୁ ଆସିଛି।

Also Read: ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଅବତାର ହେଉଛନ୍ତି ଓୱେସୀ: ତେଜସ୍ୱୀ ସୂର୍ଯ୍ୟା

ଆରଏସଏସ ମୁଖ୍ୟ ମୋହନ ଭଗବତ (Mohan Bhagwat) ଜେକେ ବଜାଜ ଏବଂ ଏମଡି ଶ୍ରୀନିବାସଙ୍କ ଦ୍ୱାରା ଲିଖିତ 'ମେକିଂ ଅଫ୍ ଏ ହିନ୍ଦୁ ପ୍ୟାଟ୍ରିୟଟ: ବ୍ୟାକ ଗ୍ରାଉଣ୍ଡ ଅଫ ଗାନ୍ଧିଜୀ ହିନ୍ଦ ସ୍ୱରାଜ " ପୁସ୍ତକ ଉନ୍ମୋଚନ କରିବା ଅବସରରେ ଏହା କହିଥିଲେ।  

ମୋହନ ଭଗବତ କହିଛନ୍ତି ଯେ ଏହି ପୁସ୍ତକର ନାମ ଏବଂ ମୋ ମୁକ୍ତିଲାଭରେ ଅନୁମାନ କରାଯାଇପାରେ ଏହି ପୁସ୍ତକ ଗାନ୍ଧିଜୀଙ୍କୁ ନିଜ ପଦ୍ଧତିରେ ବ୍ୟାଖ୍ୟା କରିବ। ସେ ଏହା ମଧ୍ୟ କହିଛନ୍ତି କେହି ଜଣେ ନିଜ ନିଜ ଅନୁସାରେ ମହାପୁରୁଷଙ୍କୁ ପରିଭାଷିତ କରିପାରିବେ ନାହିଁ। ଏହି ପୁସ୍ତକ ବିସ୍ତୃତ ଗବେଷଣା ଉପରେ ଆଧାରିତ ଏବଂ ଯେଉଁମାନେ ଏହା ଠାରୁ ଭିନ୍ନ ସେମାନେ ମଧ୍ୟ ଗବେଷଣା କରି ପୁସ୍ତକ ଲେଖିପାରିବେ।