ଅଖଣ୍ଡ ଭାରତ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ଓୱେସୀ-ଭାଗବତ
Advertisement
Article Detail0/zeeodisha/odisha1152887

ଅଖଣ୍ଡ ଭାରତ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ଓୱେସୀ-ଭାଗବତ

 ସାଧୁଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଗାମୀ ୨୦-୨୫ ବର୍ଷ ମଧ୍ୟରେ ଭାରତ ପୁଣି ଥରେ ଅଖଣ୍ଡ ଭାରତ ହେବ।

ଅଖଣ୍ଡ ଭାରତ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ଓୱେସୀ-ଭାଗବତ

ନୂଆଦିଲ୍ଲୀ: ଦେଶଭକ୍ତି ପରେ ଏବେ ଅଖଣ୍ଡ ଭାରତ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସରସଂଘଚାଳକ ମୋହନ ଭାଗବତ ଏବଂ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ଏନେଇ ଜବାବ ରଖି ଏଆଇଏମଆଇଏମ ମୁଖ୍ୟ କହିଛନ୍ତି ଏଭଳି ବୟାନ ଦେଇ ଆରଏସଏସ ମୁଖ୍ୟ ଏକ ନୂତନ ବିବାଦୀୟ ପ୍ରସଙ୍ଗ ଉଠାଇଛନ୍ତି। ଏହାପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦେଇଛନ୍ତି।

ଅଖଣ୍ଡ ଭାରତ ପ୍ରସଙ୍ଗରେ ମତ ରଖି ଗୁରୁବାର ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ କହିଛନ୍ତି ବିଗତ ୮ ବର୍ଷ ମଧ୍ୟରେ କାହିଁକି ଅଖଣ୍ଡ ଭାରତ ତିଆରି କରାଯାଇ ନାହିଁ? ଆରଏସଏସ ମୁଖ୍ୟ ଆଗାମୀ ୧୫ ବର୍ଷରେ ଅଖଣ୍ଡ ଭାରତ ତିଆରି କରିବା କଥା କାହିଁକି କହୁଛନ୍ତି?  କେଉଁ ଆଧାରରେ ସେ ଅଖଣ୍ଡ ଭାରତ ନିର୍ମାଣ କଥା କହୁଛନ୍ତି?

ସନାତନ ଧର୍ମ ହେଉଛି ହିନ୍ଦୁ ରାଷ୍ଟ୍ର। ୧୫ ବର୍ଷରେ ଭାରତ ପୁଣି ଥରେ ଅଖଣ୍ଡ ଭାରତ ହେବ। ଆମେ ଏହାକୁ ନିଜ ଆଖିରେ ଦେଖିବା। ସାଧୁଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଗାମୀ ୨୦-୨୫ ବର୍ଷ ମଧ୍ୟରେ ଭାରତ ପୁଣି ଥରେ ଅଖଣ୍ଡ ଭାରତ ହେବ। ଯଦି ଆମେ ସମସ୍ତେ ଏକାଠି ହୋଇ ଏହି କାର୍ଯ୍ୟର ଗତିକୁ ବଢାଇବା ତାହେଲେ ଆଗାମୀ ୧୦-୧୫ ବର୍ଷ ମଧ୍ୟରେ ଭାରତ ଏକ ଅଖଣ୍ଡ ଭାରତ ବର୍ଷରେ ପରିଣତ ହେବ। 

ଯେଉଁ ତଥାକଥିତ ଲୋକ ସନାତନ ଧର୍ମକୁ ବିରୋଧ କରୁଛନ୍ତି ସେମାନଙ୍କର ମଧ୍ୟ ଅଖଣ୍ଡ ଭାରତ ନିର୍ମାଣ ପ୍ରସଙ୍ଗରେ ସହଯୋଗ ରହିଛି। ଯଦି ସେମାନେ ବିରୋଧ କରିନଥାନ୍ତେ ତାହେଲେ ହିନ୍ଦୁ ଜାଗ୍ରତ ହୋଇନ ଥାନ୍ତେ। କାରଣ ହିନ୍ଦୁ  ଶୋଇ ରହିଥିଲେ। ଯଦି ଭାରତ ଉଠେ ତାହେଲେ କେବଳ ଧର୍ମ ମାଧ୍ୟମରେ ଉଠି ପାଇବ। ଧର୍ମର ଉଦ୍ଦେଶ୍ୟ ହେଉଛି ଭାରତର ଉଦ୍ଦେଶ୍ୟ। ଯଦି ଧର୍ମର ଉନ୍ନତି ପାଇଁ ପ୍ରୟାସ କରାଯାଏ ତାହେଲେ ଭାରତ ବୃଦ୍ଧି ପାଇବ। ଯେଉଁମାନେ ଏହାକୁ ବନ୍ଦ କରୁଛନ୍ତି ସେମାନେ ଦୂରେଇ ଯିବେ କିମ୍ବା ସେମାନଙ୍କର ବିନାଶ ହେବ। 

Also Read: ଦେଶଭକ୍ତିକୁ ନେଇ ଓୱେସୀ-ଭାଗବତ ମୁହାଁମୁହିଁ

ଅଖଣ୍ଡ ଭାରତ ଉପରେ ଆରଏସଏସ ମୁଖ୍ୟ ରଖିଥିବା ବିବୃତ୍ତି ଉପରେ ପ୍ରତିକ୍ରିୟା ରଖି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ୧୫ ବର୍ଷର ପ୍ରତିଜ୍ଞା କର ନାହିଁ। ଏହି କାର୍ଯ୍ୟକୁ ୧୫ ବର୍ଷ ନୁହେଁ ୧୫ ଦିନରେ କରି ଦେଖାନ୍ତୁ। ପ୍ରଥମେ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ପରେ ପାକିସ୍ତାନକୁ ଅଖଣ୍ଡ ଭାରତ ସହ ଯୋଡିବାକୁ ହେବ। କାଶ୍ମୀରୀ ପଣ୍ଡିତ ଭାଇ କିପରି ନିରାପଦରେ ସେମାନଙ୍କ ଘରକୁ ଫେରି ପାରିବେ ତାହାର ବ୍ୟବସ୍ଥା କରିବା ଆବଶ୍ୟକ। ଅଖଣ୍ଡ ଭାରତ ସ୍ୱପ୍ନ କିଏ ଦେଖେ ନାହିଁ? ବୀର ସାବରକରଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ ଆବଶ୍ୟକ।