ଏହି ରାଜ୍ୟରେ ବିଜେପିକୁ ଲାଗିଲା ଝଟକା, କଂଗ୍ରେସ ପାଇଁ ଭଲ ଖବର
କୃଷକ ଆନ୍ଦୋଳନ (Farmers Protest) ଆରମ୍ଭରୁ ହରିୟାଣାରେ ବିଜେପି (BJP) ର ସମସ୍ୟା ବୃଦ୍ଧି ପାଇଛି । ଦଳର ବହୁ ସାଂସଦ କହିଥିଲେ ଯେ ଚାଷୀଙ୍କ ସମସ୍ୟାର ସମାଧାନ ହେବା ଉଚିତ । ଏଥିସହ ଜେଜେପି (JJP) ର ଅନେକ ନେତା ମଧ୍ୟ ଚାଷୀଙ୍କ ସମର୍ଥନରେ ନ ଆସିବା କାରଣରୁ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା (Dushyant Chautala) ଉପରେ ଅସନ୍ତୋଷ ଥିବାର ଖବର ସାମ୍ନାକୁ ଆସୁଛି ।
ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ (Farmers Protest) ର ଉତ୍ତାପକୁ ସାମ୍ନା କରୁଥିବା ହରିୟାଣାରେ ବିଜେପି (BJP) କୁ ପଞ୍ଚାୟତ ନିର୍ବାଚନରେ ବଡ଼ ଝଟକା ଲାଗିଛି । ଅନେକ ପୌରସଂସ୍ଥାରେ ଦଳର ପ୍ରାର୍ଥୀଙ୍କୁ ପରାଜୟ ମିଳିଛି । ବିଜେପି ସହିତ ସରକାରରେ ଥିବା ଜେଜେପି (JJP) ମଧ୍ୟ ନିଜ ଗଡରେ ପରାଜୟର ସମ୍ମୁଖୀନ ହୋଇଛି । ଗତ ମାସରେ ବରୋଦା ଆସନରେ ହୋଇଥିବା ଉପ-ନିର୍ବାଚନରେ ବିଜେପି-ଜେଜେପି ମେଣ୍ଟ ମଧ୍ୟ ହାରି ଯାଇଥିଲା ।
କୃଷକ ଆନ୍ଦୋଳନ (Farmers Protest) ଆରମ୍ଭରୁ ହରିୟାଣାରେ ବିଜେପି (BJP) ର ସମସ୍ୟା ବୃଦ୍ଧି ପାଇଛି । ଦଳର ବହୁ ସାଂସଦ କହିଥିଲେ ଯେ ଚାଷୀଙ୍କ ସମସ୍ୟାର ସମାଧାନ ହେବା ଉଚିତ । ଏଥିସହ ଜେଜେପି (JJP) ର ଅନେକ ନେତା ମଧ୍ୟ ଚାଷୀଙ୍କ ସମର୍ଥନରେ ନ ଆସିବା କାରଣରୁ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା (Dushyant Chautala) ଉପରେ ଅସନ୍ତୋଷ ଥିବାର ଖବର ସାମ୍ନାକୁ ଆସୁଛି । ଦିଲ୍ଲୀ ଓ ହରିୟାଣାର ସୀମା ଅନେକ ସୀମା ସହ ଜଡିତ । ପଞ୍ଜାବରେ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନରେ ହରିୟାଣାର କୃଷକମାନଙ୍କର ମଧ୍ୟ ଯଥେଷ୍ଟ ଯୋଗଦାନ ରହିଛି ।
ବିଜେପି-ଜେଜେପି ମେଣ୍ଟକୁ ସୋନିପତ ଏବଂ ଅମ୍ବାଲା ମ୍ୟୁନିସିପାଲିଟି କର୍ପୋରେସନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଦୁଷ୍ୟନ୍ତ ଚୌଟାଲାଙ୍କ କ୍ଷେତ୍ର ହିସାର ଜିଲ୍ଲାର ଉକଲାନାରେ ଜେଜେପିକୁ ହାର ମିଳିଛି । ଜେଜେପିକୁ ରେୱାରୀର ଧାରୁହେରା ଆସନରେ ମଧ୍ୟ ହାରି ମିଳିଛି । ରେୱାରୀ ମ୍ୟୁନିସିପାଲ କର୍ପୋରେସନ ଜିତିବାରେ ବିଜେପି ସଫଳ ହୋଇଛି । ସେହିପରି ଶେଷ ମୁହୂର୍ତ୍ତରେ କଂଗ୍ରେକକୁ ମାତ୍ ଦେଇ ପଞ୍ଚକୂଲା ପୌର ସଂସ୍ଥା ଜିତିବାରେ ବିଜେପି ସଫଳ ହୋଇଛି ।
ଅଧିକ ପଢ଼ନ୍ତୁ:-'ମୋ ପାଖରେ ଅଛି ବିଜେପିର ଫାଇଲ, ଏଥିରେ ରହିଛି ୧୨୧ ଜଣଙ୍କ ନାଁ'
ସେପଟେ କଂଗ୍ରେସ (Congress) ସୋନିପତ ମ୍ୟୁନିସିପାଲିଟି କର୍ପୋରେସନରେ ୧୪ ହଜାର ଭୋଟ ବ୍ୟବଧାନରେ ଜିତି ନେଇଛି । ଦଳର ପ୍ରାର୍ଥୀ ନିଖିଲ ମଦାନ ସୋନିପତର ପ୍ରଥମ ମେୟର ହେବେ । ସୋନିପତ ଜିଲ୍ଲା ସିଙ୍ଗୁ ବର୍ଡରରେ ଅବସ୍ଥିତ । ସିଙ୍ଗୁ ବର୍ଡରରେ କୃଷକଙ୍କ ସବୁଠୁ ବଡ ଆନ୍ଦୋଳନ ଚାଲିଛି । ଅମ୍ବାଲା ଆସନରେ ହରିୟାଣା ଜନଚେତନା ଦଳର ପ୍ରାର୍ଥୀ ଶକ୍ତି ରାନୀ ଶର୍ମା ଜିତିଛନ୍ତି ।