'ମୋ ପାଖରେ ଅଛି ବିଜେପିର ଫାଇଲ, ଏଥିରେ ରହିଛି ୧୨୧ ଜଣଙ୍କ ନାଁ'
Advertisement
Article Detail0/zeeodisha/odisha817378

'ମୋ ପାଖରେ ଅଛି ବିଜେପିର ଫାଇଲ, ଏଥିରେ ରହିଛି ୧୨୧ ଜଣଙ୍କ ନାଁ'

ପତ୍ନୀଙ୍କୁ ଇଡିର ସମନ ପରେ ବିଜେପି ଉପରେ ବର୍ଷିଲେ ସଞ୍ଜୟ ରାଉତ 

'ମୋ ପାଖରେ ଅଛି ବିଜେପିର ଫାଇଲ, ଏଥିରେ ରହିଛି ୧୨୧ ଜଣଙ୍କ ନାଁ'

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ପତ୍ନୀ ବର୍ଷା ରାଉତଙ୍କୁ ପଞ୍ଜାବ-ମହାରାଷ୍ଟ୍ର ସମବାୟ ସମିତି (PMC) ବ୍ୟାଙ୍କ ଅର୍ଥ ହେରଫେର ମାମଲାରେ ପଚରାଉଚରା କରିବା ପାଇଁ ଡକାଯିବା ଉପରେ ଶିବସେନା ସାଂସଦ ସଞ୍ଜୟ ରାଉତ (Sanjay Raut) ପାଲଟା ଆକ୍ରଣ କରିଛନ୍ତି । ରାଉତ କହିଛନ୍ତି ଯେ, ଏହି ଡାକରା ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ଏବଂ ଇଡି ଏକ ଦଶ ବର୍ଷ ପୁରୁଣା ମାମଲା ବାହାର କରିଛି ।

ଅଧିକ ପଢ଼ନ୍ତୁ:-LIC ଅଛି ତ ହୋଇଯାଆନ୍ତୁ ସାବଧାନ, ନ ହେଲେ ବୁଡ଼ି ଯିବ ଆପଣଙ୍କ ଟଙ୍କା!

ସୋମବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଉତ କହିଛନ୍ତି ଯେ ଇଡି, ସିବିଆଇ କିମ୍ବା ଆୟକରର ଗୁରୁତ୍ୱ ହ୍ରାସ ପାଉଛି । ଏହାପୂର୍ବରୁ ଯେତେବେଳେ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ, ସେତେବେଳେ ଲାଗୁଥିଲା ଯେ ସେଠାରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି । କିନ୍ତୁ ଗତ କିଛି ବର୍ଷ ଧରି ଏହି ଏଜେନ୍ସିଗୁଡିକର କାର୍ଯ୍ୟକଳାପକୁ ଦେଖିଲେ ଜଣାପଡେ ଯେ ଏକ ରାଜନୈତିକ ଦଳ ନିଜର ଆକ୍ରୋଶ ବାହାର କରୁଛି ।

ଅଧିକ ପଢ଼ନ୍ତୁ:-କୋରୋନା ପରେ ଏବେ ସାରା ଦୁନିଆରେ ମାଡ଼ି ଆସୁଛି ଏହି ବିପଦ, ଚେତାବନୀ ଜାରି କଲା WHO

ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଅତି ନିକଟତର ବୋଲି ମନେ କରାଯାଉଥିବା ରାଉତ କହିଛନ୍ତି ଯେ, ତାଙ୍କ ପାଖରେ ବିଜେପି (BJP) ନେତାଙ୍କ ଫାଇଲ ଅଛି । ଯେଉଁଥିରେ ୧୨୧ ନେତାଙ୍କ ନାମ ରହିଛି । ଖୁବ୍ ଶୀଘ୍ର ଏହାକୁ ଇଡିକୁ ହସ୍ତାନ୍ତର କରାଯିବ ।

ରାଉତ କହିଛନ୍ତି, "ମୋ ପତ୍ନୀ ଜଣେ ଶିକ୍ଷୟତ୍ରୀ ଏବଂ ୧୦ ବର୍ଷ ପୂର୍ବେ ସେ ତାଙ୍କ ବନ୍ଧୁଙ୍କଠାରୁ ୫୦ ଲକ୍ଷ ଟଙ୍କା ଋଣ ନେଇଥିଲେ । ଆମେ ଏହି ଋଣ ବିଷୟରେ ଲୁଚାଇ ନାହୁଁ ଏବଂ ଏହାକୁ ରାଜ୍ୟସଭାର ଏଫିଡେବିଟରେ ଦେଖାଇଛୁ । ଏଥିରେ ବିଜେପି ଏବଂ ଇଡିର ଅସୁବିଧା କ’ଣ ବୋଲି ରାଉତ ପ୍ରଶ୍ନ କରିଛନ୍ତି ।"

ଅଧିକ ପଢ଼ନ୍ତୁ:-ଆଜି ଅମିତ ଶାହଙ୍କ ସହ ନଜର ଆସିବେ ଗାଙ୍ଗୁଲି, ଗତକାଲି ବଙ୍ଗଳାର ରାଜ୍ୟପାଳଙ୍କ ସହ କରିଥିଲେ ବୈଠକ

ଶିବସେନା ମୁଖପାତ୍ର ରାଉତ କହିଛନ୍ତି ଯେ, "ବିଜେପିରେ ଏତେ ବଡ଼ ସୁରମା ବସି ଅଛି, ଯଦି ମୁଁ ତାଙ୍କ ପରିବାର ଯାଏ ପହଞ୍ଚେ ତେବେ ତାଙ୍କୁ ଦେଶ ଛାଡି ପଳାଇବାକୁ ପଡିବ । ନିରବ ମୋଦି ଏବଂ ବିଜୟ ମାଲ୍ୟାଙ୍କ ସହ ବିଜେପିର ସମସ୍ତ ଦଳ ଲଣ୍ଡନରେ ଠିଆ ହେବ ।"