Nitish Kumar Cabinet: ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ପୁନର୍ବାର ଆରଜେଡି-କଂଗ୍ରେସ ସମର୍ଥନରେ ବିହାରରେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିଛି ଜେଡିୟୁ। ଏହି ସରକାରରେ ଜେଡିୟୁ ନେତା ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି। ଏହି ସରକାରରେ କେଉଁ ଦଳକୁ କେଉଁ ବିଭାଗ ମିଳିବ ତାହାକୁ ନେଇ ବିହାର ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ବିହାର କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ଆସିଛି ଏକ ବଡ଼ ଖବର।  ଅଗଷ୍ଟ ୧୬ ତାରିଖରେ ବିହାରରେ କ୍ଷମତାସୀନ ମହାମେଣ୍ଟ ସରକାରରେ ହୋଇପାରେ ମନ୍ତ୍ରୀମଣ୍ଡଳ ବିସ୍ତାର। 


COMMERCIAL BREAK
SCROLL TO CONTINUE READING

ବିହାର କ୍ୟାବିନେଟ ବିସ୍ତାରରେ (Bihar Cabinet Expansion) କଂଗ୍ରେସ ନେତା ମନ୍ତ୍ରୀ ଭାବେ ଶପଥ ନେବେ। ଏନେଇ ବିହାର କଂଗ୍ରେସ ପ୍ରଭାରୀ (Bihar Congress In Charge) ଭକ୍ତ ଚରଣ ଦାସ (Bhakta Charan Das) କହିଛନ୍ତି ଯେ ରାଜ୍ୟରେ କ୍ଷମତାସୀନ ମହାମେଣ୍ଟ ସରକାରରେ (Bihar Grand Alliance Govt) ତାଙ୍କ ଦଳ କୋଟାରୁ କେତେ ଜଣ ମନ୍ତ୍ରୀ ହେବ ସଂଖ୍ୟା ଆଲୋଚନା ମାଧ୍ୟମରେ ସ୍ଥିର କରାଯାଇଛି। ହେଲେ ନୀତୀଶ କୁମାରଙ୍କ ନେତୃତ୍ୱାଧିନ ମନ୍ତ୍ରୀମଣ୍ଡଳରେ (CM Nitish Kumar Ministry) କଂଗ୍ରେସ କୋଟାରୁ କେତେଜଣ ମନ୍ତ୍ରୀ ହେବେ ସେ ନେଇ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରି ଦେଇଛନ୍ତି ସେ। ସେ କେବଳ ଏହା କହିଛନ୍ତି ଯେ ମହାମେଣ୍ଟ ସରକାରରେ କଂଗ୍ରେସ ଖାତାକୁ କେତୋଟି ମନ୍ତ୍ରୀ ପଦ ଆସିବା ତାହା ଦଳୀୟ ବିଧାୟକଙ୍କ ସଂଖ୍ୟା ଅନୁଯାୟୀ ସ୍ଥିର କରାଯିବ। ମହାମେଣ୍ଟ ସରକାରରେ ଦଳକୁ ସମ୍ମାନଜନକ ପ୍ରତିନିଧିତ୍ୱ ମିଳିବ। ବର୍ତ୍ତମାନ ବିହାର ବିଧାନସଭାରେ ୧୯ ଜଣ କଂଗ୍ରେସ ବିଧାୟକ ଅଛନ୍ତି। 


କଂଗ୍ରେସ କୋଟାରୁ କେତେଜଣ ମନ୍ତ୍ରୀ ହେବେ ସେ ନେଇ ନିଷ୍ପତ୍ତି ନିଆଯାଇ ସାରିଛି। ବିଧାନସଭାରେ ଆମ ଦଳର ବିଧାୟକଙ୍କ ସଂଖ୍ୟା ଆଧାରରେ ମନ୍ତ୍ରୀ ସଂଖ୍ୟା ସ୍ଥିର ହେବ। ଦଳୀୟ କୋଟାରୁ କିଏ ମନ୍ତ୍ରୀ ହେବ ସେ ନେଇ କୌଣସି ନାମ ସ୍ଥିର କରା ଯାଇନାହୁଁ। ସେ କହିଛନ୍ତି ଯେ ଆମେ ଦଳ ହେଉଛି ଏକ ବଡ ଦଳ। ଅନେକ ଲୋକ ଆମ ସହ ଜଡିତ ଅଛନ୍ତି। ଏହାକୁ ଧ୍ୟାନରେ ରଖି ସମ୍ମାନଜନକ ମନ୍ତ୍ରୀ ପଦ ମିଳିବ। ଅଗଷ୍ଟ ୧୬ ତାରିଖରେ କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ ବୋଲି କହିଛନ୍ତି ବିହାର କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ।


Also Read: Bihar Politics: ୨୪ ଅଗଷ୍ଟରେ ବହୁମତ ସାବ୍ୟସ୍ତ କରିବ ମହାଗଠବନ୍ଧନ ସରକାର


ମହାମେଣ୍ଟ ସରକାରର ମନ୍ତ୍ରମଣ୍ଡଳରେ ଦଳୀୟ ପ୍ରତିନିଧିତ୍ୱ ବାବଦରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ (Bihar CM Nitish Kumar) ସହ କଥାବାର୍ତ୍ତା ହୋଇଛି। ଯଦି ଆବଶ୍ୟକ ପଡ଼େ ତାହେଲେ ଆମେ ତାଙ୍କୁ ଭେଟିବୁ। ଶୁକ୍ରବାର ଆରଜେଡି ସଭାପତି ଲାଲୁ ପ୍ରସାଦଙ୍କୁ (RJD Supremo Lalu Yadav) ଭେଟିଥିଲେ ବିହାର କଂଗ୍ରେସ ପ୍ରଭାରୀ ଭକ୍ତଚରଣ ଦାସ। ଏହି ସାକ୍ଷାତ ପରେ ସେ କହିଥିଲେ ଯେ ମହାମେଣ୍ଟ ସରକାରରେ ଦଳକୁ ସମ୍ମାନଜନକ ପ୍ରତିନିଧିତ୍ୱ ମିଳିବ। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ (Bihar Deputy Chief Minister Tejashwi Yadav) ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ (Congress Presient Sonia Gandhi) ଭେଟିଛନ୍ତି। ଏହି ସାକ୍ଷାତକାର ବେଲେ କ୍ୟାବିନେଟ ସମ୍ପ୍ରସାରଣ ବାବଦରେ ଆଲୋଚନା କରାଯାଇଥିଲା।