Bihar Politics: ୨୪ ଅଗଷ୍ଟରେ ବହୁମତ ସାବ୍ୟସ୍ତ କରିବ ମହାଗଠବନ୍ଧନ ସରକାର
Advertisement
Article Detail0/zeeodisha/odisha1298770

Bihar Politics: ୨୪ ଅଗଷ୍ଟରେ ବହୁମତ ସାବ୍ୟସ୍ତ କରିବ ମହାଗଠବନ୍ଧନ ସରକାର

Bihar Cabinet Expansion: ମହାଗଠବନ୍ଧନ ସରକାରରେ ମନ୍ତ୍ରୀମଣ୍ଡଳ ଗଠନ କ୍ଷେତ୍ରଗତ ସନ୍ତୁଳନ ଏବଂ ଜାତିଗତ ସମୀକରଣ ଆଧାରରେ କରାଯିବ। ମନ୍ତ୍ରୀମଣ୍ଡଳ ଗଠନକୁ ନେଇ ମହାଗଠବନ୍ଧରେ ସାମିଲ ରହିଥିବା ଦଳଙ୍କ ମଧ୍ୟରେ ଜାରି ରହିଛି ମନ୍ଥନ।

Bihar Politics: ୨୪ ଅଗଷ୍ଟରେ ବହୁମତ ସାବ୍ୟସ୍ତ କରିବ ମହାଗଠବନ୍ଧନ ସରକାର

Bihar Mahagathbandhan Government: ଅଗଷ୍ଟ ୨୪ ତାରିଖ ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବ ରାଜ୍ୟରେ କ୍ଷମତାସୀନ ମହାଗଠବନ୍ଧନ ସରକାର। ଦିନକ ପୂର୍ବରୁ ପଦରୁ ଇସ୍ତଫା ଦେବା ସହ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଚପ ବାହାରି ଯିବା ପରେ ନୀତୀଶ କୁମାର ୨୦୨୨ ଅଗଷ୍ଟ ୧୦ ତାରିଖ ବୁଧବାର ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଅନ୍ୟପଟେ ଆରଜେଡି ନେତା ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ଲାଗି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିଛନ୍ତି। ଅଗଷ୍ଟ ୨୪ ତାରିଖରେ ବହୁମତ ସାବ୍ୟସ୍ତ କରିବାକୁ ଯାଉଛି ମହାଗଠବନ୍ଧନ ସରକାର।

ମହାଗଠବନ୍ଧନ ସରକାରର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଅଗଷ୍ଟ ୧୬ ତାରିଖରେ ହୋଇପାରେ। ଏହି ସରକାରରେ ଜେଡିୟୁ ଅପେକ୍ଷା ଆରଜେଡି ଅଧିକ ମନ୍ତ୍ରୀ ରହିବେ। ବିଧାନସଭାରେ ମହାଗଠବନ୍ଧନ ସରକାରକୁ ୧୬୪ ବିଧାୟକଙ୍କ ସମର୍ଥନ ମିଳିଛି। ବିଗତ ୮ ବର୍ଷ ମଧ୍ୟରେ ଜେଡିୟୁ ଦ୍ୱିତୀୟ ଥର ପାଇଁ ବିଜେପି ସହ ମେଣ୍ଟ ଭାଙ୍ଗିଛି। ମହାଗଠବନ୍ଧନରେ ଆରଜେଡି-ଜେଡିୟୁ ବ୍ୟତୀତ କଂଗ୍ରେସ, ବାମଦଳ, ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ପ୍ରଭୃତି ଅଂଶୀଦାର ସାମିଲ ଅଛନ୍ତି। ମହାଗଠବନ୍ଧନ ପାଖରେ ସର୍ବୋମୋଟ ୧୬୪ ବିଧାୟକଙ୍କ ସମର୍ଥନ ରହିଛି।

ମେଣ୍ଟ ଭାଙ୍ଗିବା ପରେ ଜେଡିୟୁ ବିରୋଧରେ ବର୍ଷି ବିଜେପି କହିଛି ଯେ ଏହା ହେଉଛି ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ମିଳିଥିବା ଜନାଦେଶର ଅପମାନ।  ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଅଧିକ ଆସନ ପାଇଥିବା ସତ୍ତ୍ୱେ ବିଜେପି ମୁଖ୍ୟମନ୍ତ୍ରୀ ଜେଡିୟୁ ହାତକୁ ହସ୍ତାନ୍ତର କରିଥିଲା। 

Also Read: Bihar Politics: ମନ୍ତ୍ରୀମଣ୍ଡଳ ବଣ୍ଟନକୁ ନେଇ ଆରଜେଡି-ଜେଡିୟୁ ମଧ୍ୟରେ ବୁଝାମାଣା ଶେଷ

ମହାଗଠବନ୍ଧନ ସରକାରରେ ମନ୍ତ୍ରୀମଣ୍ଡଳ ଗଠନ କ୍ଷେତ୍ରଗତ ସନ୍ତୁଳନ ଏବଂ ଜାତିଗତ ସମୀକରଣ ଆଧାରରେ କରାଯିବ। ମନ୍ତ୍ରୀମଣ୍ଡଳ ଗଠନକୁ ନେଇ ମହାଗଠବନ୍ଧରେ ସାମିଲ ରହିଥିବା ଦଳଙ୍କ ମଧ୍ୟରେ ଜାରି ରହିଛି ମନ୍ଥନ। ମହାଗଠବନ୍ଧନ ସରକାରର ମନ୍ତ୍ରୀମଣ୍ଡଳରେ ଆରଜେଡି କୋଟାରୁ ସର୍ବାଧିକ ସଂଖ୍ୟକ ମନ୍ତ୍ରୀ ହେବେ। ଏଥିପାଇଁ ସମ୍ଭାବ୍ୟ ତାଲିକା ଆରଜେଡ଼ି ସୁପ୍ରିମୋ ଲାଲୁ ଯାଦବ ନିକଟକୁ ପଠାଯିବ। ଯେଉଁଠାରେ ଏହା ଉପରେ ଅନ୍ତିମ ନିଷ୍ପତ୍ତି ନିଆଯିବ। 

ବିହାର ମହାଗଠବନ୍ଧନ ସରକାରରେ (Bihar Mahagathbandhan Govt) ଯାଦବ (Yadav), ଅତି ପଛୁଆ ବର୍ଗ (Extremely Backward Class) ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର (Minority Community) ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ହୋଇପାରେ। ବିହାର କ୍ୟାବିନେଟ ବିସ୍ତାରରେ (Bihar Cabinet Expansion) ଆରଜେଡି (RJD) ନୀତି ଅନୁଯାୟୀ ସବର୍ଣ୍ଣ ବର୍ଗର (General Category) ନେତାଙ୍କୁ ମନ୍ତ୍ରୀ କରାଯିବ। ଜେଡିୟୁ କୋଟାରେ (JDU Quota) ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ (Bihar CM Nitish Kumar) ବ୍ୟତୀତ ଦଳର ୧୨ ଜଣ ନେତା ମନ୍ତ୍ରୀ ହେଉଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ପ୍ରସାଦ ଯାଦବଙ୍କ (Deputy Chief Minister Tejashwi Yadav) ବ୍ୟତୀତ ୧୫ ଜଣ ମନ୍ତ୍ରୀ ଆରଜେଡି କୋଟାରୁ (RJD Quota) ମନ୍ତ୍ରୀପଦ ଗ୍ରହଣ କରିବେ। କଂଗ୍ରେସ (Congress) ଚାରୋଟି ମନ୍ତ୍ରୀ ପଦବୀ ପାଇବାକୁ ଯାଉଥିବା ବେଳେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (Hindustani Awam Morcha) କୋଟାରୁ ଜଣେ ମନ୍ତ୍ରୀ ହେବେ।

ଜେଡିୟୁ ସମର୍ଥିତ ଏକ ମାତ୍ର ସ୍ୱାଧିନ ବିଧାୟକ (JDU Supported Independent MLA) ମଧ୍ୟ ମନ୍ତ୍ରୀ ହୋଇପାରିନ୍ତି। ଅଗଷ୍ଟ ୧୬ ତାରିଖରେ କ୍ୟାବିନେଟ ବିସ୍ତାର (Bihar Cabinet Expansion) କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ମହାଗଠବନ୍ଧନ ସରକାର ମନ୍ତ୍ରୀମଣ୍ଡଳରେ ଏଭଳି ଅନେକ ଚେହେରା ଅନ୍ତର୍ଭୁକ୍ତ ହେବେ ଯେଉଁମାନେ ଏ ପର୍ଯ୍ୟନ୍ତ ମନ୍ତ୍ରୀ ପଦ ପାଇ ନାହାଁନ୍ତି। ଜେଡିୟୁ କୋଟାର କିଛି ପୁରୁଣା ଚେହେରାଙ୍କୁ ବାଦ ଦିଆଯାଇ ପାରେ। ଆରଜେଡି କୋଟାରୁ ମନ୍ତ୍ରୀମଣ୍ଡଳରେ ଯୋଗଦେଉଥିବା ମନ୍ତ୍ରୀଙ୍କ ତାଲିକାରେ ଅଧିକାଂଶ ନୂଆ ଚେହେରା ସାମିଲ ହୋଇପାରନ୍ତି।

Also Read: Bihar Politics: ଗଠିତ ହୋଇସାରିଛି ସରକାର, ମନ୍ତ୍ରିମଣ୍ଡଳକୁ ନେଇ ଫସିଲା ପେଞ୍ଚ

ଯଦି ବିଭାଗ ବଣ୍ଟନ କଥା କୁହାଯାଏ ପୂର୍ବର ଏନଡିଏ ସରକାର ଅମଳରେ ବିଜେପି କୋଟାର ମନ୍ତ୍ରୀଙ୍କ (BJP Ministers Department) ବିଭାଗ ଆରଜେଡି ପାଖକୁ ଯିବ। ହେଲେ କିଛି ବିଭାଗ ବଣ୍ଟନକୁ ନେଇ ମହଗଠବନ୍ଧନରେ ପେଞ୍ଚ ଫସିରହିଛି। ଏନେଇ ପ୍ରତିକ୍ରିୟା ରଖି ମହାଗଠବନ୍ଧର ଜଣେ ନେତା କହିଛନ୍ତି ଯେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣକୁ ନେଇ ମନ୍ଥନ ଚାଲିଛି। ଏହାକୁ ନେଇ କୌଣସି ଅସୁବିଧା ନାହିଁ।