ରାଞ୍ଚି: Jharkhand Politics: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ର ୧୦ରୁ ଅଧିକ ଜିଲ୍ଲା ୟୁନିଟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରୋଫାଇଲ୍ ଫଟୋ ବଦଳାଇଛି । ଯାହା ପରେ ରାଜ୍ୟରେ ରାଜନୈତିକ ପାରା ବଢିବାରେ ଲାଗିଛି । କ୍ରସ୍ ଭୋଟିଂକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ଏହି ନୂତନ ଘଟଣାକ୍ରମକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଜେଏମଏମ ଏହାକୁ କାର୍ଯ୍ୟକର୍ତ୍ତାଙ୍କ ନେତୃତ୍ୱ ପ୍ରତି ନିଷ୍ଠା ବୋଲି କହୁଥିବାବେଳେ ବିରୋଧୀ ଭାରତୀୟ ଜନତା ପାର୍ଟି (BJP) ଏହାକୁ ପରିବାରବାଦ ସହ ଯୋଡିଛି ।


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (Hemant Soren) ଙ୍କ ଫଟୋ ସହିତ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ୟୁନିଟ୍ ଗୁଡିକର ପରିବର୍ତ୍ତିତ ଟ୍ୱିଟର ପ୍ରୋଫାଇଲ୍ ଫଟୋରେ ଏହା ଲେଖାଯାଇଛି କି, ଯଦି ହେମନ୍ତ ନୁହେଁ, ତେବେ କିଏ? ସୋସିଆଲ ମିଡିଆ, ହ୍ୱାଟସ୍ ଆପରେ ଗୋଟିଏ ପରେ ଗୋଟିଏ ବଦଳାଯାଇଥିବା ପ୍ରୋଫାଇଲ୍ ପଟୋ ସେୟାର କରି ଏହାର ଅର୍ଥ ବାହାର କରାଯିବା ଆରମ୍ଭ ହେବା ସହ ପ୍ରଶ୍ନ ପଚରା ଯାଉଛି । ଯାହା ପରେ କଳ୍ପନାଜଳ୍ପନା ବଜାର ଗରମ ହୋଇଉଠିଛି ।  ଜେଏମଏମ ନେତାମାନେ କହିଛନ୍ତି ଯେ ଏହା କରି କାର୍ଯ୍ୟକର୍ତ୍ତାମାନେ ସରକାରଙ୍କୁ ଅସ୍ଥିର କରିବାକୁ ସ୍ୱପ୍ନ ଦେଖୁଥିବା ଲୋକଙ୍କୁ ଜବାବ ଦେଇଛନ୍ତି ।


ଏହା ଉପରେ ମୁଖ୍ୟ ବିରୋଧୀ ଦଳ ବିଜେପିର ନେତାମାନେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇଛନ୍ତି । ବିଜେପି ନେତାମାନେ କହିଛନ୍ତି ଯେ, ରାଜାଙ୍କ ପୁଅ ରାଜା ହେବ, ଏହି ପ୍ରଥାକୁ ବିଜେପି ବଦଳାଇ ଦେଇଛି । ଦେଶର ଇତିହାସରେ ପ୍ରଥମ ଥର ପାଇଁ ସରଳ ଆଦିବାସୀ ସାନ୍ତାଳ ପରିବାରର ଜଣେ ମହିଳା ସୋମବାର ଶପଥ ଗ୍ରହଣ କରିବେ । ସେପଟେ କୃଷକଙ୍କ ପୁଅ ଜଗଦୀପ ଧନଖରଙ୍କୁ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । 


ଅନ୍ୟପକ୍ଷେ ରବିବାର ନୂଆଦିଲ୍ଲୀରେ କଂଗ୍ରେସ ବିଧାୟକ ଦୀପିକା ପାଣ୍ଡେ ସିଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସଭାପତି ଶିବୁ ସୋରେନ ଓ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରେସ ଉପଦେଷ୍ଟା ଅଭିଷେକ ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ନିର୍ବାଚନ ସମୟରେ ଝାଡଖଣ୍ଡର ୟୁପିଏ କ୍ୟାମ୍ପରୁ କ୍ରସ ଭୋଟ୍ ନେଇ କଂଗ୍ରେସ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରରେ ରହିଛି । ଖୁବ୍ ଶୀଘ୍ର ରାଜ୍ୟ କଂଗ୍ରେସ ଏହା ଉପରେ ମାନସ ମନ୍ଥନ କରିବ ।


ଏହା ବି ପଢ଼ନ୍ତୁ:-ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଏହା ସହ ଜଡିତ ୧୦ଟି ବଡ଼ କଥା


ଏହା ବି ପଢ଼ନ୍ତୁ:-ବୁଝି ପାରୁନି ମହାମହିମଙ୍କୁ 'ଆପଣ' କହିବି ନା 'ତୁ'


ଏହା ବି ପଢ଼ନ୍ତୁ:-ଜାଣନ୍ତୁ କେତେ ସମ୍ପତ୍ତିର ମାଲିକାଣୀ ଦ୍ରୌପଦୀ ମୁର୍ମୁ


 


କୁହାଯାଉଛି ଯେ ଯଦି ବିଚାରାଧୀନ ମାମଲାରେ ଝାଡଖଣ୍ଡର ସିଏମ ହେମନ୍ତ ସୋରେନ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ବିଜେପି ମଧ୍ୟ ଏଠାରେ ଖେଳି କରିପାରେ । ଏଠାରେ କହି ରଖୁଛୁ ଯେ, ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ ମେଣ୍ଟ ୨୦୧୯ର ବିଧାନସଭାରେ ଆଦିବାସୀ ବେଲ୍ଟରେ ଥିବା ୨୮ଟି ଆସନ ମଧ୍ୟରୁ ୨୫ଟି ଜିତିଥିବାବେଳେ ବିଜେପି କେବଳ ଦୁଇଟି ଆସନ ଜିତିପାରିଥିଲା । ଝାଡ଼ଖଣ୍ଡର ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଜେଏମଏମର ୩୦, କଂଗ୍ରେସର ୧୮, ବିଜେପିର ୨୬, ଆରଜେଡି-ଏନସିପି-ସିପିଆଇଏମଏଲଏଲର ୧-୧, ଏଜେଏସୟୁ ଓ ଆଇଏନଡିର ୨-୨ ଜଣ ବିଧାୟକ ଅଛନ୍ତି ।