ଜାଣନ୍ତୁ କେତେ ସମ୍ପତ୍ତିର ମାଲିକାଣୀ ଦ୍ରୌପଦୀ ମୁର୍ମୁ
Advertisement
Article Detail0/zeeodisha/odisha1272774

ଜାଣନ୍ତୁ କେତେ ସମ୍ପତ୍ତିର ମାଲିକାଣୀ ଦ୍ରୌପଦୀ ମୁର୍ମୁ

Draupadi Murmu Property: ମୁର୍ମୁଙ୍କର ନିଜସ୍ୱ ଘର ଅଛି, ଯେଉଁଠାରେ ସେ ବିବାହ ପରେ ତାଙ୍କ ସ୍ୱାମୀଙ୍କ ସହ ରହୁଥିଲେ । ତେବେ ପୁଅ ଓ ସ୍ୱାମୀଙ୍କ ମୃତ୍ୟୁ ପରେ ମୁର୍ମୁ ତାଙ୍କ ଘରକୁ ଏକ ବିଦ୍ୟାଳୟରେ ପରିଣତ କରିଛନ୍ତି । 

ଜାଣନ୍ତୁ କେତେ ସମ୍ପତ୍ତିର ମାଲିକାଣୀ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: Draupadi Murmu Property: ଦ୍ରୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଆଜି (ଜୁଲାଇ ୨୫) ରେ ଶପଥ ଗ୍ରହଣ କରିବେ । ସେ ଦେଶର ପ୍ରଥମ ଆଦିବାସୀ ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଯିଏକି ଏହି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ପହଞ୍ଚିଛନ୍ତି । ଏହାସହ ସେ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି । ମୁର୍ମୁଙ୍କୁ ଆଜି ସକାଳ ୧୦ଟାରେ ପ୍ରଧାନ ବିଚାରପତି ଏନଭି ରମନା ରାଷ୍ଟ୍ରପତି ପଦ ପାଇଁ ଶପଥ ପାଠ କରାଇବେ ।

ମୁର୍ମୁଙ୍କ ପାଖରେ ଅଛି ୨ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି

୨୦୧୪ରେ ଓଡିଶା ବିଧାନସଭା ନିର୍ବାଚନ ପାଇଁ ଦାଖଲ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଆଫିଡେଭିଟ୍ ବିଷୟରେ ଉଲ୍ଲେଖ କରି ଏଡିଆର କହିଛି ଯେ, ତାଙ୍କ ପାଖରେ ୨ କୋଟିରୁ ଅଧିକ ସମ୍ପତ୍ତି ଓ ୧୪ ଲକ୍ଷ ଟଙ୍କାର ଋଣ ଭାର ରହିଛି । 

ମୁର୍ମୁଙ୍କର ନିଜସ୍ୱ ଘର ଅଛି, ଯେଉଁଠାରେ ସେ ବିବାହ ପରେ ତାଙ୍କ ସ୍ୱାମୀଙ୍କ ସହ ରହୁଥିଲେ । ତେବେ ପୁଅ ଓ ସ୍ୱାମୀଙ୍କ ମୃତ୍ୟୁ ପରେ ମୁର୍ମୁ ତାଙ୍କ ଘରକୁ ଏକ ବିଦ୍ୟାଳୟରେ ପରିଣତ କରିଛନ୍ତି । ଯେଉଁ କଠୋରୀରେ ବଡ଼ ପୁଅଙ୍କ ନିଧନ ହୋଇଥିଲା, ତାହାକୁ ଛାତ୍ରାବାସ କରିଛନ୍ତି । ପ୍ରତିବର୍ଷ ପୁଅ ଓ ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ମୁର୍ମୁ ବିଦ୍ୟାଳୟକୁ ନିଶ୍ଚିୟ ଯାଆନ୍ତି ଓ ଛାତ୍ରମାନଙ୍କୁ ଭେଟିଥାନ୍ତି ।

ଏଠାରେ କହି ରଖୁଛୁ ଯେ, ଦ୍ରୌପଦୀ ମୁର୍ମୁ ୧୯୭୯ରେ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରୁ ବିଏ ଡିଗ୍ରୀ ହାସଲ କରିଥିଲେ ଓ ପରେ ଓଡ଼ିଶା ସରକାରଙ୍କ ଜଳସେଚନ ଏବଂ ଶକ୍ତି ବିଭାଗରେ ଜୁନିଅର ଆସିଷ୍ଟାଣ୍ଟ କ୍ଲର୍କ ଭାବେ କାର୍ଯ୍ୟ କରିଥିଲେ । ପରେ ସେ ଜଣେ ଶିକ୍ଷକ ଭାବରେ ନିଜର ପରିଚୟ ମଧ୍ୟ ବନାଇଥିଲେ । ଏହି ସମୟରେ ସେ ରାଇରଙ୍ଗପୁରର ଶ୍ରୀ ଅରବିନ୍ଦୋ ଇଣ୍ଟିଗ୍ରାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ସମ୍ମାନିତ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।

ଓଡ଼ିଶାର ଭୁବନେଶ୍ୱର ରମା ଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ମୁର୍ମୁ ରାଜନୀତି ଜୀବନର ଆରମ୍ଭ କାଉନସିଲର ଭାବରେ କରିଥିଲେ। ସେ ଓଡିଶାର ରାଇରଙ୍ଗପୁରରୁ ପ୍ରଥମ କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ମୟୂରଭଞ୍ଜ ବିଧାନସଭା ଆସନରୁ ଦୁଇଥର (୨୦୦୦, ୨୦୦୯) ନିର୍ବାଚିତ ହୋଇଥିଲେ । ଏହା ସହିତ ମୁର୍ମୁ ମଧ୍ୟ ଓଡିଶାରେ ବିଜେପି ଓ ବିଜେଡିର ମିଳିତ ସରକାରରେ ମନ୍ତ୍ରୀ ରହିଛନ୍ତି ।

ଏହା ବି ପଢ଼ନ୍ତୁ:-କ୍ଲାସ୍ ମନିଟରରୁ ରାଷ୍ଟ୍ରପତି ହେବେ ମୁର୍ମୁ: ଭୋର ୩.୩୦ରେ ଉଠି ଯାଆନ୍ତି, ଜାଣନ୍ତୁ କେମିତି ରହିଥାଏ ତାଙ୍କ ଦିନଚର୍ଯ୍ୟା

ଏହା ବି ପଢ଼ନ୍ତୁ:-ଆଜି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ; ଓଡ଼ିଶାରୁ ସାମିଲ ହେବେ ୬୪ ଖାସ୍ ଅତିଥି

ଏହା ବି ପଢ଼ନ୍ତୁ:-ଆମେରିକାର ଏହି ପଦକ୍ଷେରୁ ବଢ଼ିଲା ସାରା ଦୁନିଆର ଟେନସନ୍, ଆହୁରି ଭୀଷଣ ହେବ ଋଷ-ୟୁକ୍ରେନ ଯୁଦ୍ଧ!

ସୂଚନାଯୋଗ୍ୟ, କ୍ରସ୍ ଭୋଟ୍ ଯୋଗୁଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏକ ବଡ଼ ବିଜୟ ହାସଲ କରିଥିଲେ । ଯାହା ପରେ ସେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି । ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆରମ୍ଭରୁ ଜିତିବେ ବୋଲି ଆଶା କରାଯାଉଥିଲା । ଦ୍ରୌପଦୀ ମୁର୍ମୁ ସମସ୍ତ ଭୋଟର ପ୍ରାୟ ୬୪.୨୩ ପ୍ରତିଶତ ପାଇଛନ୍ତି । ଯାହାକି ବିରୋଧୀ ଦଳ ମଧ୍ୟରେ ଓ ଏପରିକି ୟୁପିଏ ଭିତରେ ମଧ୍ୟ ମତଭେଦ ଥିବା କଥା ସାମ୍ନାକୁ ଆସିଛି । ପ୍ରାୟ ଅଧା ଡଜନ ଅଣ ଏନଡିଏ ଦଳ ବ୍ୟତୀତ ୧୭ ସାଂସଦ ଓ ପ୍ରାୟ ୧୨୬ ଜଣ ବିଧାୟକ କ୍ରସ-ଭୋଟ୍ କରିଛନ୍ତି । ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମାତ୍ର ୩୪ ପ୍ରତିଶତ ଭୋଟ ମିଳିଛି ।