ନୂଆଦିଲ୍ଲୀ: ସ୍ଥାନୀୟ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଜେଏନୟୁ ଛାତ୍ର ସଙ୍ଗଠନର ପୂର୍ବତନ ସଭାପତି ତଥା ବାମପନ୍ଥୀ ନେତା କହ୍ନେୟା କୁମାର ଦଳ ଛାଡି କଂଗ୍ରେସ ହାତ ଧରିବା ପରେ ତାଙ୍କର ବନ୍ଧୁ ଉମର ଖାଲିଦଙ୍କ ଠାରୁ ଦୂରେଇ ଯାଇଛନ୍ତି। କେବଳ ଏତିକି ନୁହେଁ ବନ୍ଧୁଙ୍କ ଉପରେ କୌଣସି କଥା କହିବା ପାଇଁ ସେ ମନା କରିଦେଇଛନ୍ତି। ଗତ ବର୍ଷ ଫେବୃଆରୀ  ମାସରେ ଦିଲ୍ଲୀ ଠାରେ ହିନ୍ଦୁ ବିରୋଧି ଦଙ୍ଗାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହେଉଛି ଉମର ଖାଲିଦ।


COMMERCIAL BREAK
SCROLL TO CONTINUE READING

କହ୍ନେୟା କୁମାରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡି଼ଓ ଅନୁଯାୟୀ ସାମ୍ବାଦିକ ଜଣକ ଚତାଙ୍କୁ ପଚାରିଥିଲେ ଯେ ଉମର ଖାଲିଦ ତାଙ୍କର ବନ୍ଧୁ ନା ନାହିଁ? ଏହାର ଜବାବ ରଖି କହ୍ନେୟା କହିଥିଲେ ଆପଣଙ୍କୁ ଏହା କିଏ କହିଛି? ଏହା ପରେ କହ୍ନେୟା ଆହୁରି ମଧ୍ୟ ପଚାରିଥିଲେ ଯେ ସେ ଉମର ଖାଲିଦଙ୍କ ବନ୍ଧୁ ବୋଲି ସାମ୍ବାଦିକଙ୍କୁ କିଏ କହିଛନ୍ତି, ଯାହାକୁ ସାମ୍ବାଦିକ କହିଛନ୍ତି ଯେ ସେ ତାଙ୍କୁ ଏକ ଭିଡିଓରେ ଦେଖିଛନ୍ତି। ଏହା ଉପରେ କହ୍ନୟା କୁମାର ପୁନର୍ବାର ପଚାରିଥିଲେ ଯେ ସେ କେଉଁ ଭିଡିଓରେ ଉମରଙ୍କୁ ତାଙ୍କ ବନ୍ଧୁ ବୋଲି କହୁଛନ୍ତି। 


Also Read: ମଙ୍ଗଳବାର Congress ହାତ ଧରିବେ Kanhaiya Kumar-Jignesh Mewani


କହ୍ନେୟା କୁମାରଙ୍କ ଏହି ଭିଡିଓ ଭାଇରାଲ ହେବା ପରେ  ତଥାକଥିତ ଉଦାରବାଦୀ, ଇସଲାମବାଦୀ, ସ୍ୱଘୋଷିତ ରାଜନୈତିକ କର୍ମକର୍ତ୍ତା ପ୍ରମୁଖ ତାତି ଉଠିଛନ୍ତି।  ଏନେଇ ଇରେନା ଆକବର ଯିଏ ନିଜକୁ ଜଣେ ଉଦାରବାଦୀ ବୋଲି ବିବେଚନା କରୁବା ସହ ଅନେକ ସମୟରେ ଘୃଣ୍ୟ ଭାଷଣରେ ଲିପ୍ତ ରହିଥାନ୍ତି ସେ କହ୍ନେୟା କୁମାରଙ୍କୁ ଉମର ଖାଲିଦଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା କହିଛନ୍ତି। ଏନେଇ ସେ ଲେଖିଛନ୍ତି, ଜଣେ ବନ୍ଧୁ ଯିଏ ତୁମକୁ ତୁମର କଠିନ ସମୟରେ ଛାଡିଦିଏ ତାହା ପିଠିରେ ଛୁରୀ  ମାରିବା ବ୍ୟତୀତ ଆଉ କିଛି ନୁହେଁ। ସେ ଶତ୍ରୁ ଠାରୁ ଖରାପ। ସ୍ୱାର୍ଥପର, ସୁବିଧାବାଦୀ ଭୟଭୀତ କହ୍ନେୟା କୁମାର ଉମର ଖାଲିଦଙ୍କ ବନ୍ଧୁତା ପାଇବାକୁ ଯୋଗ୍ୟ ନଥିଲେ। ମୁସଲମାନଙ୍କ ପାଇଁ ଏହା ଏକ ଶିକ୍ଷା ସଦୃଶ୍ୟ। 


ସେହିପରି ଅନ୍ୟ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ କହ୍ନେୟାଙ୍କୁ ଜଣେ ସୁବିଧାବାଦୀ ବୋଲି କହିଛନ୍ତି।  ରୋହିତ ଭେମୁଲାଙ୍କ ଦୁଃଖଦ ମୃତ୍ୟୁର ସୁଯୋଗ ନେଇ ଯିଏ ନିଜର ରାଜନୈତିକ କ୍ୟାରିୟର କରିଛନ୍ତି ସେ ଉମର ଖାଲିଦଙ୍କୁ ଦୂରେଇ ଦେଇଛନ୍ତି। ଦଳିତ ତଥା ମୁସଲମାନ ନେତୃତ୍ୱ ଉପରେ ତାଙ୍କୁ ସମର୍ଥନ କରୁଥିବା ସମସ୍ତ ଉଚ୍ଚ ଜାତିର ସାମ୍ବାଦିକ ତଥା କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏହା ଏକ ଲଜ୍ଜାଜନକ କଥା।


Also Read: ଏହି ଦିନ Congress ରେ ସାମିଲ ହେବେ Kanhaiya Kumar-Jignesh Mevani


ସେହିପରି ଅନ୍ୟ ଜଣେ ଆତ୍ମ-ଘୋଷିତ ସାମ୍ବାଦିକ ଯେ କହିଛନ୍ତି ଅଧିକାଂଶ ମୁସଲମାନ ଏବଂ ଉଦାରବାଦୀମାନେ ଆରଜେଡି ପ୍ରାର୍ଥୀ ପରିବର୍ତ୍ତେ କହ୍ନେଇଙ୍କୁ ଭୋଟ୍ ଦେଇଥିଲେ ହେଲେ ସେ ଉମର ଖାଲିଦଙ୍କ ଠାରୁ ଦୂରେଇ ଯାଇଛନ୍ତି। ସେହିପରି ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି କାହ୍ନେୟା ଉମରଙ୍କୁ ଚିହ୍ନିବାକୁ ମନା କରିଦେଇଛନ୍ତି।ଉମର ଖାଲିଦ ମୋ ବନ୍ଧୁ ନୁହେଁ ବୋଲି କହ୍ନେୟା କୁମାର କଗୁଥିବାର ଭିଡ଼ିଓ ସୋସିଆଲ ମିଡି଼ଆରେ ଏବେ ଭାଇରାଲ ହେବାରେ ଲାଗିଛି।  


Also Read: ବାମଦଳକୁ ଝଟକା! ବିହାର ବିଧାନସଭା ନିର୍ବାଚନ ଲଢିବେ ନାହିଁ ଦଳର ଚର୍ଚ୍ଚିତ ଚେହେରା କହ୍ନେୟା କୁମାର


ଗତ ବର୍ଷ ଦିଲ୍ଲୀ ଠାରେ ହିନ୍ଦୁ ବିରୋଧି ଦଙ୍ଗାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହେଉଛି ଉମର ଖାଲିଦ। ଯିଏ ଏବେ ଜେଲରେ ବନ୍ଦୀ ଅଛନ୍ତି। ଗତ ବର୍ଷ ସେପ୍ଟମ୍ବର ୧୪ ତାରିଖରେ ଦଙ୍ଗାକୁ ଉସକାଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା। ଦିଲ୍ଲୀ ପୋଲିସର ଚାର୍ଜସିଟରେ ଏହା ପ୍ରକାଶ ପାଇଛି ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଖାଲିଦ ଏବଂ ତାଙ୍କ ସହଯୋଗୀ ହିନ୍ଦୁ ବିରୋଧି ଦଙ୍ଗା ପାଇଁ ଷଡଯନ୍ତ୍ର କରିଥିଲେ। ଏହା ବ୍ୟତୀତ ଖାଲିଦ ଦଙ୍ଗା ସମୟରେ ସାମରିକ ସହାୟତା ପାଇବା ପାଇଁ ପୂର୍ବତନ ଆପ୍ କାଉନସିଲର ତାହିର ହୁସେନ୍ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଖାଲିଦ ସୈଫି ସହ ଯୋଗାଯୋଗରେ ଥିଲେ। କାରଣ ଏହା ଦ୍ୱାରା ଦଙ୍ଗା ବେଳେ ପିଏଫଆଇ ଭଳି ସଙ୍ଗଠନ ପକ୍ଷରୁ ସହାୟତା ମିଳିପାରିବ।