Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2454730

Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର

Top 10 News Today: ଦିନଟିରେ ରାଜ୍ୟ  ଏବଂ ଦେଶ ବିଦେଶରେ ଘଟିଯାଇଛି ଅନେକ ଘଟଣା। ସେହିସବୁ ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ଅଳ୍ପରେ

Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର

1.School bus Fire: ଥାଇଲ୍ୟାଣ୍ଡର ଏକ ସ୍କୁଲ ବସ୍‌ରେ ଅଗ୍ନିକାଣ୍ଡରେ ୨୫ ଶିଶୁ ଓ ଶିକ୍ଷକ ଜୀବନ୍ତ ଦଗ୍ଧ ହୋଇଛନ୍ତି। କୁହାଯାଉଛି ଯେ ଏହି ବସ୍ ମଙ୍ଗଳବାର ଦିନ ରାଜଧାନୀ ବ୍ୟାଙ୍କକକ୍ ଉପକଣ୍ଠରେ ଛାତ୍ର ଓ ଶିକ୍ଷକମାନଙ୍କୁ ନେଇ ଯାଉଥିଲା। ହଠାତ୍ ବସରେ ନିଆଁ ଲାଗିଥିଲା। ଯାହା ଫଳରେ ସମସ୍ତେ ନିଆଁରେ ଫସି ଯାଇଥିଲେ। ଅଧିକାରୀଙ୍କ କହିବାନୁସାରେ, ଏହି ଦୁର୍ଘଟଣାରେ ୨୫ ଜଣ ଛାତ୍ର-ଛାତ୍ରୀ ଓ ଶିକ୍ଷକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଦୁର୍ଘଟଣା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯାହା ପରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। 

2.CM Mohan Majhi: ଆସନ୍ତାକାଲି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟକୁ କିପରି ଅଧିକ ନିବେଶ ଆସିବ, ସେ ନେଇ ନିବେଶକଙ୍କ ସହ ଆଲୋଚନା କରିବେ। 

3. New DCP:କଟକର ନୂଆ ଡିସିପି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌‌ ଜଗମୋହନ ମିନା। ଦାୟିତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଦାୟୀ ଡିସିପି ପ୍ରକାଶ ଆରଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ଜଗମୋହନ ମୀନା। ପୂର୍ବରୁ ଗଞ୍ଜାମ ଏସପି ଭାବେ କାର୍ଯ୍ୟ କରୁଥିଲେ ଜଗମୋହନ।

4.Bhadrak internet shutdown: ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ପୋଷ୍ଟକୁ ନେଇ ଭଦ୍ରକ ଓ ଧାମନଗର ଅଞ୍ଚଳରେ ଉପୁଜିଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରା ୧୬୩ ୩ଦନ ହେଡ଼ ବଳବତ୍ତର ଥିବାବେଳେ ଇଣ୍ଟରନେଟ ଆହୁରି ୪୮ ଘଣ୍ଟା ପାଇଁ ପ୍ରଶାସନ ପକ୍ଷରୁ ବନ୍ଦ ରଖାଯିବା ଫଳରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

5.Supreme Court Order in Bulldozer Action: ବୁଲଡୋଜର କାର୍ଯ୍ୟ ସହ ଜଡିତ ଆବେଦନ ଉପରେ ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଜଷ୍ଟିସ ଗାୱାଇଙ୍କ ବେଞ୍ଚ ଦ୍ୱାରା ଏହି ଶୁଣାଣି କରାଯାଇଥିଲା। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ। ସଲିସିଟର ଜେନେରାଲ କହିଛନ୍ତି ଯେ କୌଣସି ସମ୍ପତ୍ତି ଉପରେ ବୁଲଡୋଜର ଚଲେଇବା ପୂର୍ବରୁ ନୋଟିସ୍ ଦେବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ନୋଟିସ୍ ଉକ୍ତ ଘରର କାନ୍ଥରେ ଲଗାଯାଉଥିଲା, କିନ୍ତୁ ପଞ୍ଜୀକୃତ ପୋଷ୍ଟ ଦ୍ୱାରା ନୋଟିସ୍ ପଠାଯିବା ଉଚିତ୍। ବିଜ୍ଞପ୍ତି ମିଳିବାର ମାତ୍ର ୧୦ ଦିନ ପରେ ବିବାଦୀୟ ସମ୍ପତ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

6.Odisha News: ପୁରୀ: ଯେଉଁ ଚାଉଳକୁ ନେଇ ଦିନେ ବିବାଦ ଦେଖାଦେଇଥିଲା ଏବେ ତାହା ବିକ୍ରି ହେବ। ଆମେ କହୁଛୁ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ତମାମ ରାଜ୍ୟରୁ ଆଦାୟ ହୋଇଥିବା ଅର୍ପଣ ଚାଉଳ ଏବେ ବିକ୍ରି ହେବ। ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ଅନୁଯାୟୀ ଏହି ଚାଉଳ ପାଇଁ ଟେଣ୍ଡର ଆହ୍ୱାନ କରାଯିବ। ଏହାକୁ ମିଲର କିମ୍ବା ବ୍ୟକ୍ତିବିଶେଷ କିଣିପାରିବେ। ଏଥିରୁ ଯାହା ଟଙ୍କା ବାହାରିବ ତାହାକୁ ମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

7.Dengue: ରାଜ୍ୟରେ ଡେଙ୍ଗୁ ପଜିଟିଭ୍ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାବେଳେ ଏହାର ମୁକାବିଲା ପାଇଁ ଜନସ୍ୱାସ୍ଥ୍ୟ ପ୍ରଶାସନର ଖରାପ ପ୍ରସ୍ତୁତିକୁ ପଦାରେ ପକାଇ ଦେଇଛି। ଏବେ ରାଜ୍ୟରେ ଦୈନିକ ୧୦୦ରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। କିନ୍ତୁ ଏହି ଡେଙ୍ଗୁ ରୋଗୀଙ୍କ ରକ୍ତ ପରୀକ୍ଷା ପାଇଁ ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ଡେଙ୍ଗୁ ଟେଷ୍ଟିଂ କିଟ୍‍ର ଅଭାବ ଦେଖାଦେଇଛି। 
8.Odisha News: ଚଳିତ ଖରିଫ ଋତୁ ପାଇଁ ଆସନ୍ତା ନଭେମ୍ବର ମାସରୁ ବରଗଡର ସୋହେଲାରୁ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ।  ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କୁଇଣ୍ଟାଲ ପିଛା ୮୦୦ ଶହ ଟଙ୍କା ଅଧିକ ଦେଇ ଧାନ କିଣା ଆରମ୍ଭ କରିବେ ବୋଲି ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । 

9.Puri News: ପୁରୀରେ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ବୈଠକ ଆରମ୍ଭ । ଶ୍ରୀ ମନ୍ଦିର କାର୍ଯ୍ୟାଳୟ ପରିସରରେ ଏହି ବୈଠକ ଆରମ୍ଭ । ଷ୍ଟାଣ୍ଡିଙ୍ଗ କମିଟିର ଅଦ୍ଧକ୍ଷ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧକ୍ଷତାରେ ବୈଠକ ଆରମ୍ଭ ହୋଇଥିବାବେଳେ ଏହି ଷ୍ଟାଣ୍ଡିଙ୍ଗ କମିଟିରେ ୧୨ଜଣ ବିଧାୟକ ସଦସ୍ୟ ଉପସ୍ଥିତ । ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ  ପ୍ରଦର୍ଶନ କରି ବ୍ୟବସ୍ଥାର ସମୀକ୍ଷା । ଶ୍ରୀ ମନ୍ଦିରର ବିକାଶ ସହ ମହାପ୍ରଭୁଙ୍କ କୋଠଭୋଗ ଧନ ଯୋଜନାରେ କେତେ ଟଙ୍କା ବିନିଯୋଗ କରାଯାଉଛି। ଶ୍ରୀ ମନ୍ଦିର ପରିଚାଳନା ପାଇଁ କଣ ସବୁ ପଦକ୍ଷେପ ନିଆଯାଉଛି ସେ ନେଇ ଷ୍ଟାଣ୍ଡିଙ୍ଗ କମିଟି ଏ ସମ୍ପର୍କରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ସହ ବିସ୍ତୁର୍ତ୍ତ ଆଲୋଚନା କରାଯାଉଛି । 

10.Entertainment News: ବଲିଉଡରୁ ଆସିଲା ଏକ ବଡ଼ ଖବର। ଗୁଳି ଫୁଟି ଆହତ ହେଲେ ଅଭିନେତା ଗୋବିନ୍ଦା । ତାଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି। ଏନେଇ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଥିବା ସୂଚନା ମିଳିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ସକାଳ ପ୍ରାୟ ୫ଟା ବେଳେ ଏହି ଅଘଟଣ ଘଟିଛି।