ମୁମ୍ବାଇ: ଦେଶର ସ୍ୱାଧିନତା ପ୍ରସଙ୍ଗରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ରଖିଥିବା ବୟାନକୁ ନେଇ ଅସନ୍ତୁଷ୍ଟ ହୋଇଉଠିଛି ଶିବସେନା। ଦେଶର ସ୍ୱାଧିନତା ସମ୍ପର୍କରେ ଅଭିନେତ୍ରୀ କଙ୍ଗନା ରଖିଥିବା ଏଭଳି ବିବୃତ୍ତି ପାଇଁ ତାଙ୍କ ଠାରୁ ସମସ୍ତ ଜାତୀୟ ପୁରସ୍କାର ପଦ୍ମଶ୍ରୀ ଏବଂ ସମ୍ମାନ ପ୍ରତ୍ୟାହାର କରିବାକୁ ଦଳ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି।


COMMERCIAL BREAK
SCROLL TO CONTINUE READING

ଦେଶର ସ୍ୱାଧିନତା ଆନ୍ଦୋଳନ ପ୍ରସଙ୍ଗରେ ମତ ରଖି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ କହିଥିଲେ ୧୯୪୭ ମସିହାରେ ଦେଶକୁ ଯେଉଁ ସ୍ୱାଧିନତା ମିଳିଥିଲା ତାହା ଭିକ ଆକାରରେ ମିଳିଥିଲା। ଦେଶକୁ ପ୍ରକୃତ ସ୍ୱାଧିନତା ୨୦୧୪ ବର୍ଷରେ ମିଳିଥିଲା ବୋଲି କହିଥିଲେ ସେ। ଏକ ଗଣମାଧ୍ୟମ ଦ୍ୱାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଥିଲେ କଙ୍ଗନା। ତାଙ୍କର ଏଭଳି ବୟାନକୁ ନେଇ ସୃଷ୍ଟି ହୋଇଥିଲା ବିବାଦ।


ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶିବସେନା ପକ୍ଷରୁ କୁହାଯାଇଛ ମୋଦି ସରକାର ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଠାରୁ ସମସ୍ତ ଜାତୀୟ ପୁରସ୍କାର ଫେରାଇ ଆଣିବା ଆବଶ୍ୟକ। ବିଜେପି ଉଦ୍ଦେଶ୍ୟରେ କଟାକ୍ଷ କରି ଶିବସେନା କହିଛି କଙ୍ଗନାଙ୍କ ବୟାନ ଦ୍ୱାରା ଦଳର ନକଲି ରାଷ୍ଟ୍ରବାଦ ବିଚ୍ଛିନ୍ନ ହୋଇଯାଇଛି। କଙ୍ଗନାଙ୍କ ପୂର୍ବରୁ କୌଣସି ବ୍ୟକ୍ତି ଦେଶର ସ୍ୱାଧୀନତା ସଂଗ୍ରାମକୁ ଅପମାନିତ କରିନାହାଁନ୍ତି। ନିକଟରେ ତାଙ୍କୁ ପଦ୍ମଶ୍ରୀ ଦିଆଯାଇଥିଲା ଯାହା ପୂର୍ବରୁ ସ୍ୱାଧିନତା ସଂଗ୍ରାମୀଙ୍କୁ ଦିଆଯାଇଥିଲା। ସ୍ୱତନ୍ତ୍ରତା ସେନାନୀଙ୍କୁ ଅପମାନିତ କରିଥିବା କଙ୍ଗନାଙ୍କୁ ଜାତୀୟ ପୁରସ୍କାରେ ସମ୍ମାନିତ କରିବା ଦେଶ ପାଇଁ ଦୁର୍ଭାଗ୍ୟଜନକ।  


Also Read: ପୁଣି ଘନେଇଲା Kangana Ranaut-Shiv Sena ବିବାଦ; ପଦ୍ମଶ୍ରୀ ଫେରାଇ ନେବାକୁ ଦାବି ଉଠାଇଲା ଦଳ


ସେହିପରି ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ କଙ୍ଗନାଙ୍କ ବିବୃତ୍ତିକୁ ବିଜେପି କର୍ମୀଙ୍କ ସହ ତୁଳନା କରିଛନ୍ତି ଯିଏକି ଦାବି କରିଥିଲେ ୯୯ ବର୍ଷିଆ ଲିଜ ଆକାରରେ ଦେଶ ସ୍ୱାଧିନ ହୋଇଛି। ୯୯ ବର୍ଷର ଲିଜ ଜରିଆରେ ଭିକ ଆକାରରେ ମିଳିଛି ସ୍ୱାଧିନତା। 


କଙ୍ଗନାଙ୍କ ଏଭଳି ବୟାନ ପାଇଁ ବିଜେପି ଲୋକସଭା ସାଂସଦ ବରୁଣ ଗାନ୍ଧୀ ତାଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କର ଏହି ବିବୃତ୍ତିର ଭିଡି଼ଓ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ସେୟାର କରି ଏହା ଏକ ରାଷ୍ଟ୍ର ବିରୋଧି କାର୍ଯ୍ୟ। ଦେଶର ସ୍ୱାଧିନତା ପାଇଁ  ଯେଉଁମାନେ ରକ୍ତ ଢାଳିଛନ୍ତି ସେମାନଙ୍କ ଏହା ବିଶ୍ୱାସଘାତକତା। କାରଣ ସେମାନଙ୍କ ପାଇଁ ଆମେ ମୁକ୍ତ ହୋଇଛୁ। ଦେଶର ସ୍ୱାଧିନତା ପାଇଁ ଦିଆଯାଇଥିବା ବଳିଦାନକୁ କେବେ ଭୁଲି ହେବ ନାହିଁ। ସ୍ୱାଧିନତା ସଂଗ୍ରାମୀଙ୍କୁ ଏପରି ଲଜ୍ଜାଜନକ ଢଙ୍ଗରେ ଅପମାନିତ କରିବା କେବଳ ବେପରୁଆ କିମ୍ବା ଅଜ୍ଞାନ ବକ୍ତବ୍ୟ ବୋଲି କୁହାଯାଇପାରିବ ନାହିଁ। ମୁଁ ଏହି ଚିନ୍ତାଧାରାକୁ ପାଗଳାମି ଅଥବା ଦେଶଦ୍ରୋହ ବୋଲି କହିବା ଉଚିତ୍ ହେବ? 


ବରୁଣ ଗାନ୍ଧୀଙ୍କୁ ଜବାବ ଦେଇ କଙ୍ଗନା କହିଛନ୍ତି ମୁଁ ସ୍ପଷ୍ଟ ଭାବେ କହିଛି ଯେ ୧୮୫୭ ମସିହାର ହୋଇଥିବା ବିପ୍ଳବ ହେଉଛି ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଯାହାକୁ ଦମନ କରାଯାଇଥିଲା। ଯାହାର ଫଳସ୍ୱରୂପ ବ୍ରିଟିଶ ସରକାରଙ୍କ ଅତ୍ୟାଚାର ଆହୁରି ବଢି ଯାଇଥିଲା ଏବଂ ପ୍ରାୟ ଏକ ଶତାବ୍ଦୀ ପରେ ଆମକୁ ଗାନ୍ଧିଜୀଙ୍କ ଭିକ୍ଷା ପାତ୍ରରେ ସ୍ୱାଧିନତା ଦିଆଗଲା। ଏକ ଗଣମାଧ୍ୟମ ଦ୍ୱାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ତାଙ୍କ ବିବୃତ୍ତିରେ କଂଗ୍ରେସ ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଥିଲେ ଯଦି ଆମେ ଭିକ ମାଗିବା ଭଳି ସ୍ୱାଧିନତା ପାଇଥାଉ ତାହେଲେ ଏହା ସ୍ୱାଧିନତା କି? କଂଗ୍ରେସ ନାମରେ ବ୍ରିଟିଶ ସରକାର ଯାହା ଛାଡିଥିଲେ ତାହା ହେଉଛି ସେମାନଙ୍କର ସମ୍ପ୍ରସାରଣ। ଏହାର ଜବାବ ଦେଇ କଂଗ୍ରେସ ନେତା ସଲମାନ ନିଜାମି କହିଛନ୍ତି ଏପରି ବିବୃତ୍ତି ଆମର ସ୍ୱାଧିନତା ସଂଗ୍ରାମୀଙ୍କ ପାଇଁ ଅପମାନ ସଦୃଶ୍ୟ ଯେଉଁମାନେ ଦେଶର ସ୍ୱାଧିନତା ପାଇଁ ବଳିଦାନ ଦେଇଛନ୍ତି। ଏଭଳି ବୟାନ ପାଇଁ କଙ୍ଗନାଙ୍କୁ ଲଜ୍ଜା ଲାଗିବା ଆବଶ୍ୟକ। 


Also Read: କଙ୍ଗନାଙ୍କୁ ସଞ୍ଜୟଙ୍କ ଧମକ, 'ଯଦି ମୁମ୍ବାଇ ପୋଲିସ ପାଖରୁ ବିପଦ ରହିଛି ତାହେଲେ ଏଠାକୁ ଆସ ନାହିଁ'


ଏହା ସହିତ କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେତେବେଳେ ମୁଁ ରାଷ୍ଟ୍ରବାଦ ବିଷୟରେ କହେ କିମ୍ବା ଭାରତୀୟ ସେନାକୁ ସମର୍ଥନ କରେ କିମ୍ବା ମୋର ସଂସ୍କୃତିର ପ୍ରଚାର ପ୍ରସାର କରେ କିଛି ଲୋକ ମୋତେ କୁହନ୍ତି ମୁଁ ବିଜେପି ଏଜେଣ୍ଡା ଚଳାଉଛି। ମୁଁ ବର୍ତ୍ତମାନ କଣ କରିପାରିବି? ସୋସିଆଲ ମିଡିଆରେ ମୁଁ ଜଣେ କଳାକାର ନୁହେଁ ବରଂ ଜଣେ ସାଧାରଣ ନାଗରିକ। ଆପଣ ନିଶ୍ଚୟ ଦେଖୁଥିବେ ମୁଁ ମୋର ଚଳଚ୍ଚିତ୍ରକୁ ସେଠାରେ ପ୍ରଚାର ପ୍ରସାର କିମ୍ବା ପ୍ରଦର୍ଶନ କରେ ନାହିଁ। ମୁଁ ସେଠାରେ ଦେଶର ପ୍ରସଙ୍ଗ ଉଠାଇଥାଏ।