କଙ୍ଗନାଙ୍କୁ ସଞ୍ଜୟଙ୍କ ଧମକ, 'ଯଦି ମୁମ୍ବାଇ ପୋଲିସ ପାଖରୁ ବିପଦ ରହିଛି ତାହେଲେ ଏଠାକୁ ଆସ ନାହିଁ'
Advertisement
Article Detail0/zeeodisha/odisha740060

କଙ୍ଗନାଙ୍କୁ ସଞ୍ଜୟଙ୍କ ଧମକ, 'ଯଦି ମୁମ୍ବାଇ ପୋଲିସ ପାଖରୁ ବିପଦ ରହିଛି ତାହେଲେ ଏଠାକୁ ଆସ ନାହିଁ'

ମୁମ୍ବାଇ ପୋଲିସକୁ ସମାଲୋଚନା କରିବାକୁ ନେଇ ଅଭିନେତ୍ରୀ କଙ୍ଗନା ରାଣାାୱତଙ୍କୁ ସମାଲୋଚନା କରିଛନ୍ତି  ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ।  

କଙ୍ଗନାଙ୍କୁ ସଞ୍ଜୟଙ୍କ ଧମକ, 'ଯଦି ମୁମ୍ବାଇ ପୋଲିସ ପାଖରୁ ବିପଦ ରହିଛି ତାହେଲେ ଏଠାକୁ ଆସ ନାହିଁ'

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ (SSR Death Case) ପରିବାରବାଦ (Nepotism), ଡ୍ରଗ୍ସ (Drugs), ଫିଲ୍ମ ମାଫିଆ (Film Mafia), ଅଣ୍ଡରୱାର୍ଲ୍ଡ (Underworld), ଆଦି ପ୍ରସଙ୍ଗ ଉଠାଇ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ (Actress Kangana Ranaut) ଧମକ ଦେଇଛନ୍ତି ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ (Shivsena Rajya Sabha MP Sanajay Raut) ।  

ଏନେଇ ସେ କହିଛନ୍ତି, "ଯଦି ତାଙ୍କୁ ଲାଗୁଛି ଫିଲ୍ମ ମାଫିଆଙ୍କ ଅପେକ୍ଷା ସହର ପୋଲିସ ପାଖରୁ ଅଧିକ ବିପଦ ରହିଛି, ତାହେଲେ ସେ ଏଠାକୁ ଆସନ୍ତୁ ନାହିଁ । "   

ଅଭିନେତ୍ରୀ କଙ୍ଗନା ରଣାୱତ ଟ୍ୱିଟ କରି କହିଥିଲେ, ତାଙ୍କୁ ହିମାଚଳ ପ୍ରଦେଶ କିମ୍ବା କେନ୍ଦ୍ର ସରକାରଙ୍କ ସୁରକ୍ଷା ଆବଶ୍ୟକ । ବଲିଉଡର ତଥାକଥିତ ଡ୍ରଗ୍ସ ମାଫିଆଙ୍କ ପର୍ଦ୍ଦାଫାଶ କରିବା ଲାଗି ସେ ମୁମ୍ବାଇ ପୋଲିସର ସୁରକ୍ଷା ଗ୍ରହଣ କରିବେ ନାହିଁ । କାରଣ ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଏବେ ଆଗକୁ ବଢିବାରେ ଲାଗିଛି । କଙ୍ଗନା ତାଙ୍କ ଟ୍ୱିଟରେ ବିଜେପି ବିଧାୟକ ରାମ କାଦାମଙ୍କୁ (BJP MLA Ram Kadam) ମଧ୍ୟ ଟ୍ୟାଗ କରିଛନ୍ତି । 

ଏହାର ଜବାବ ଦେବାକୁ ଯାଇ ଶିବସେନା ମୁଖପତ୍ର 'ସାମନା' (Shivsena Mouth Piece Samana) ମାଧ୍ୟମରେ ସାଂସଦ ସଞ୍ଜୟ ରାଉତ କହିଛନ୍ତ, "ଏପରି ବିଶ୍ୱାସଘାତକତା ନିନ୍ଦନୀୟ । ସହରରେ ରହିବା ପରେ ମୁମ୍ବାଇ ପୋଲିସକୁ ସମାଲୋଚନା କରୁଛନ୍ତି ।  ଆମେ ତାଙ୍କୁ ମୁମ୍ବାଇ ନଆସିବା ଲାଗି ଅନୁରୋଧ କରୁଛୁ । ଏହା ମୁମ୍ବାଇ ପୋଲିସର ଅପମାନ ବ୍ୟତୀତ ଆଉ କିଛି ନୁହେଁ । ଗୃହ ମନ୍ତ୍ରଣାଳୟ ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର । "      
 
ଏହା ମଧ୍ୟରେ ବିଜେପି ବିଧାୟକ ରାମ କାଦାମ କହିଛନ୍ତି ମୁମ୍ବାଇ ପୋଲିସ 'ମଣିକର୍ଣ୍ଣିକା' ଅଭିନେତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଚାହୁଁନାହିଁ । କାରଣ କଙ୍ଗନା ରାଣାୱତ ତଥାକଥିତ ଡ୍ରଗ୍ସ ମାଫିଆଙ୍କ ପର୍ଦ୍ଦାଫାଶ କରିବାକୁ ଚାହୁଁଥିଲେ ।  

ଏହି ବିବାଦକୁ ଲମ୍ପ ପ୍ରଦାନ କରି ମହାରାଷ୍ଟ୍ର କଂଗ୍ରେସ ମୁଖପାତ୍ର ସଚିନ ସାୱନ୍ତ (Maharastra Congress Spoke Person Sachin Sawant) କହିଛନ୍ତି ଅଭିନେତ୍ରୀଙ୍କୁ ପ୍ରଥମେ ବିଜେପି ବିଧାୟକଙ୍କ ବିପଦପୂର୍ଣ୍ଣ ଅତୀତର ପୃଷ୍ଠଭୂମି ଯାଞ୍ଚ କରିବା ଦରକାର । 

ବୁଧବାର (ସେପ୍ଟମ୍ବର ୨, ୨୦୨୦) କଙ୍ଗନା ଟ୍ୱିଟ କରି କହିଛନ୍ତି, "ମୁଁ ରଣବୀର ସିଂହ, ରଣବୀର କପୁର, ଅୟାନ ମୁଖାର୍ଜୀ, ବିକ୍କି କୌଶିକଙ୍କୁ ଅନୁରୋଧ କରୁଛି ଡ୍ରଗ୍ସ ଟେଷ୍ଟ ଲାଗି ସେମାନେ ନିଜର ରକ୍ତ ନମୁନା ପ୍ରଦାନ କରନ୍ତୁ । ସେମାନ କୋକେନ ବ୍ୟବହାର କରୁଥିବା ନେଇ ଚର୍ଚ୍ଚା ହେଉଛି । ମୁଁ ଚାହୁଁଛି ସେମାନେ ଏହାର ପର୍ଦ୍ଦାଫାଶ କରନ୍ତୁ । ଯଦି ସୋମାନେ ରକ୍ତ ନମୁନା ପ୍ରଦାନ କରନ୍ତି, ଏହା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇବ ।

କଙ୍ଗନା ରାଣାୱତ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେତେବେଳେ ସେ ନାବାଳକ ଥିଲେ, ସେତେବେଳେ ତାଙ୍କ ପାନୀୟରେ ଡ୍ରଗ୍ସ ମିଶ୍ରିତ ହୋଇଥିଲା ଯାହାଫଳରେ ସେ ପୋଲିସକୁ ଘଟଣା ବାବଦରେ ଜଣାଇ ପାରିବେ ନାହିଁ । ହେଲେ ଯେତେବେଳେ ସେ ବଲିଉଡ ପାର୍ଟିକୁ ସାମିଲ ହେବାକୁ ସୁଯୋଗ ମିଳିଲା, ସେତେବେଳେ ସେ ଏହି ଦୁନିଆର ବାସ୍ତବତା ଜାଣିବାକୁ ପାଇଲେ ଯେ ଏହି ରଙ୍ଗୀନ ଦୁନିଆ ପଛରେ ଅନ୍ଧକାର ରହିଛି ଏବଂ ବଲିଉଡ ମାଫିଆ ଇଣ୍ଡଷ୍ଟ୍ରିକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ରଖିଛନ୍ତି ।