Namaz in Lucknow Lulu Mall: ଜୁଲାଇ ୧୧ ତାରିଖରେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରେ ହୋଇଥିଲା ଲୁଲୁ ମଲ୍ ର ଉଦଘାଟନ। ହେଲେ ଉଦଘାଟନ ପରେ ଏବେ ବିବାଦ ଘେରକୁ ଆସିଯାଇଛି ଏହି ମଲ୍। ସଦ୍ୟ ସୋସିଆଲ ମିଡିଆ ଜରିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମଲ ପରିସରରେ ନମାଜ ପଢା ଯାଉଥିବାର ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ଭାଇରାଲ ଭିଡି଼ଓ ରେ ଏହା ଦେଖିବାକୁ ମିଳିଛି କିଛି ଲୋକ ଭୂମି ଉପରେ ବସି ନମାଜ ପଢୁଛନ୍ତି। ଭିଡିଓ ଭାଇରାଲ ହେବା ସହିତ ଏକ ମଲ ପରିସରରେ ଧାର୍ମିକ କାର୍ଯ୍ୟକଳାପ କିପରି କରାଯାଇପାରିବ ସେନେଇ ପ୍ରଶ୍ନ ଉଠିଛି। ହିନ୍ଦୁ ସଙ୍ଗଠନ ନମାଜ ପଢିବା ଉପରେ ପ୍ରଶ୍ନ ଉଠାଇଛି।


ଏନେଇ ହିନ୍ଦୁ ମହାସଭା ପକ୍ଷରୁ କୁହାଯାଇଛି ଲୁଲୁ ମଲ୍ ମଧ୍ୟ ଅତୀତରେ ମଧ୍ୟରେ ଏଭଳି ବିବାଦ ଘେରରେ ରହିସାରିଛି। ହିନ୍ଦୁ ସଙ୍ଗଠନ ନେତା ଶିଶିର ଚତୁର୍ବେଦୀ କହିଛନ୍ତି ଯେ ଲୁଲୁ ମଲ୍ ବର୍ତ୍ତମାନ ଏହାର ପ୍ରକୃତ ରଙ୍ଗ ଦେଖାଉଛି। ଏଭଳି କାରନାମା ପାଇଁ ଏହି ମଲ୍ ପୂର୍ବରୁ ଚର୍ଚ୍ଚାରେ ରହି ଆସିଛି। ବର୍ତ୍ତମାନ ଉତ୍ତର ପ୍ରଦେଶର ମଧ୍ୟ ସମାନ କାର୍ଯ୍ୟ କରୁଛି। ମସଜିଦ ଭାବରେ ବ୍ୟବହୃତ ହେଉଥିବା ପ୍ରତ୍ୟେକ ମଲ୍ ଉପରେ ହିନ୍ଦୁ ମହାସଭା କାର୍ଯ୍ୟାନୁଷ୍ଠାନ ଦାବି କରିଛି।


ନମାଜ ପଢିବାକୁ ନେଇ ସୃଷ୍ଟି ବିବାଦ ମାମଲାରେ ଲୁଲୁ ମଲ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ଏନେଇ କୁହାଯାଇଛି ଭାଇରାଲ ଭିଡିଓ ବାବଦରେ ଆମ ପାଖରେ କୌଣସି ଖବର ନାହିଁ। ଆମେ ସେହି ଲୋକଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛୁ। ଆମେ ମଲ୍ ଭିତରେ ନମାଜ ପଢିବାକୁ ଅନୁମତି ଦେଉନାହୁଁ।


ପ୍ରାୟ ୨୨ ଲକ୍ଷ ବର୍ଗଫୁଟ ଉପରେ ନିର୍ମିତ ଏହି ମଲ୍ ଜୁଲାଇ ୧୧ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲା। ଗଲ୍ଫ ସିଟି, ଅମର ଶହୀଦ ପଥରେ ଅବସ୍ଥିତ ଏହି ମଲରେ ଲୁଲୁ ହାଇପର ମାର୍କେଟ, ଲୁଲୁ ଫ୍ୟାଶନ ଷ୍ଟୋର୍ ଏବଂ ଲୁଲୁ କନେକ୍ଟ ଭଳି ଦେଶର କେତେକ ବଡ ବ୍ରାଣ୍ଡ ରହିଛି। ରାଜଧାନୀ ଲକ୍ଷ୍ନୌ ଠାରେ ଅବସ୍ଥିତ ଏହି ମଲ ପରିସରରେ ୧୫ ରେସ୍ତୁରାଁ, ୨୫ ବ୍ରାଣ୍ଡ ଆଉଟଲେଟ୍ ସୁବିଧା ରହିଥିବା ଫୁଡ କୋର୍ଟ ସହ ୧୬୦୦ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ରହିଛି।  ଅଳଙ୍କାର, ଫ୍ୟାଶନ୍ ଏବଂ ପ୍ରିମିୟମ୍ ୱାଚ୍ ବ୍ରାଣ୍ଡ ସହିତ ଏଠାରେ ଏକ ବିବାହ ସପିଂ ସେଣ୍ଟର ରହିଛି। 


Also Read: ଶୌଚାଳୟରେ ଲାଗିଥିଲା ଧାର୍ମିକ ପ୍ରତୀକ ଥିବା ଟାଇଲ; ବିବାଦ ପରେ ଗାଁ ମୁଖିଆ ଫେରାର


Also Read: ଖୋଲାରେ ନମାଜ ପଢିବାକୁ ନେଇ ତେଜିଲା ବିରୋଧ; ଲାଗିଲା ଭାରତ ମାତା କି ଜୟ ନାରା