ଏ ଘଟଣାରେ ସ୍ଥାନୀୟ ପ୍ରଶାସନ କିମ୍ବା ପୋଲିସ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।
Trending Photos
ଗୁରୁଗ୍ରାମ: ଖୋଲା ସ୍ଥାନରେ ନମାଜ ପଢିବାକୁ ନେଇ ହରିୟାଣାର ଗୁରୁଗ୍ରାମ ଠାରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ଶୁକ୍ରବାର ଏନେଇ ଉଭୟ ପକ୍ଷ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏ ପ୍ରସଙ୍ଗରେ ଦକ୍ଷିଣପନ୍ଥୀ ସଙ୍ଗଠନର କାର୍ଯ୍ୟକର୍ତ୍ତା ବହୁ ସଂଖ୍ୟାରେ ଘଟଣାସ୍ଥଳରେ ପହଞ୍ଚି ନମାଜ ପଢିବାକୁ ଯାଉଥିବା ଲୋକଙ୍କୁ ଭାରତ ମାତା କି ଜୟ ନାରା ଲଗାଇବାକୁ କହିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହୋଇଥିଲା।
ଏହି ଘଟଣାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ ଏହି ଭିଡିଓ ଉଦ୍ୟୋଗ ବିହାର ଠାରେ ରେକର୍ଡ କରାଯାଇଛି। ଏକ ଭିଡିଓରେ ଦର୍ଶାଯାଇଛି ଯେ ଜଣେ ଦକ୍ଷିଣପନ୍ଥୀ ଗୋଷ୍ଠୀର ଜଣେ କାର୍ଯ୍ୟକର୍ତ୍ତା ନମାଜ ପଢିବା ପାଇଁ ଯାଉଥିବା ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ କହୁଛନ୍ତି କାହିଁକି ସେମାନେ 'ଭାରତ ମାତା କି ଜୟ' କହିପାରିବେ ନାହିଁ? ଆପଣ ପାକିସ୍ତାନରେ ରୁହନ୍ତି କି? ଏହି ସମୟରେ ଅନ୍ୟ ଜଣେ ଯୁବକ ଏହା କହୁଥିବାର ଶୁଣିବାକୁ ମିଳୁଛି ଯେ ଆମେ ଆପଣ ଭଳି ଲୋକଙ୍କୁ ଏହା କହିବା ପାଇଁ ବାଧ୍ୟ କରିବୁ ଏବଂ ଆପଣଙ୍କୁ ଭରତ ମାତା କି ଜୟ କହିବାକୁ ହେବ। ଏହାକୁ ନେଇ ଉଭୟ ପକ୍ଷରେ ଯୁକ୍ତିତର୍କ ହୋଇଥିଲା।
Also Read: ଖୋଲାରେ ନମାଜ ପଢିବାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କଲେ ଏହି ରାଜ୍ୟ ସରକାର
ଭାଇରାଲ ଭିଡିଓରେ ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକ ଏହା କହୁଥିବାର ଶୁଣିବାକୁ ମିଳିଛି ସେ ନମାଜ ପଢିବାକୁ ଯାଉଛନ୍ତି। ଆପଣ ଏହା କାହିଁକି କରୁଛନ୍ତି? ହେଲେ ତାଙ୍କ କଥାକୁ ଅଣଦେଖା କରାଯାଇଛି। ଏହା ପରେ ଭିଡିଓର ଗୋଟିଏ ପାର୍ଶ୍ୱରେ ଭାରତ ମାତା କି ଜୟ ସ୍ଲୋଗାନ ଦିଆଛଯାଉଥିବାର ଶୁଣିବାକୁ ମିଳୁଛି। ଏ ଘଟଣାରେ ସ୍ଥାନୀୟ ପ୍ରଶାସନ କିମ୍ବା ପୋଲିସ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା ହେଲେ ପୋଲିସ ସେଠାରେ ପହଞ୍ଚି ନଥିବା ଦେଖିବାକୁ ମିଳୁଛି।
Also Read: ହରିୟାଣା ପରେ ଏହି ରାଜ୍ୟରେ ଖୋଲାରେ ନମାଜ ପଢିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଉଠିଲା ଦାବି
ସହରରେ ମସଜିଦ ଅଭାବ କାରଣରୁ ନମାଜ ପଢିବା ପାଇଁ ପ୍ରଶାସନ ପକ୍ଷରୁ ଯେଉଁ ସ୍ଥାନ ଚିହ୍ନିତ କରାଯାଇଥିଲା ତାହା ମଧ୍ୟରୁ ଅଧିକାଂଶ ସ୍ଥାନରେ ନମାଜ ପଢାଯାଉଛି। ମୁସଲମାନ ସମ୍ପ୍ରଦାୟର ଲୋକ ସେକ୍ଟର୩୭ ଠାରେ ଥିବା ପଡିଆକୁ ଯିବାକୁ ରାଜି ହେଉନାହାଁନ୍ତି ଯେଉଁଠି ହିନ୍ଦୁ ଧାର୍ମିକ କାର୍ଯ୍ୟକ୍ରମ ଚାଲିଛି। ଏହି ୨୦ ସ୍ଥାନ ମଧ୍ୟରେ ରହିଛି ଏହି ପଡିଆ। ଏହି ସ୍ଥାନରେ ଶୁକ୍ରବାର ନମାଜ ପଢିବା ପାଇଁ ପ୍ରଶାସନ ପକ୍ଷରୁ ଏହି ସ୍ଥାନକୁ ଚିହ୍ନଟ କରାଯାଇଛି।