ଭୋପାଳ: ଭାଷଣ ଦେବା ସମୟରେ ମର୍ଯ୍ୟଦା ଆଉ ସମ୍ମାନ ଭୁଲିଯାଇଛନ୍ତି ମଧ୍ୟ ପ୍ରଦେଶ ଭୀମ ଆର୍ମୀ ରାଜ୍ୟ ଅଧ୍ୟକ୍ଷ ସୁନୀଲ ବୈରାସିଆ। ରାଜ୍ୟର ଅଶୋକ ନଗର ଜିଲ୍ଲାର ଶାଡୌରାସ୍ଥିତ ମତାଗାନ ଗ୍ରାମରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ବ୍ରଜେନ୍ଦ୍ର ସିଂହ ଯାଦବଙ୍କୁ ଅଶିକ୍ଷିତ ଏବଂ ଅଭଦ୍ର ବୋଲି କହିବା ରାଜ୍ୟର ଗୁନା ଲୋକସଭା ଆସନ ସାଂସଦ କେ.ପି ଯାଦବଙ୍କୁ ଚାକର ଏବଂ ଚାଟୁକାର ଭଳି ଶବ୍ଦରେ  ସମ୍ବୋଧିତ କରିଛନ୍ତି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।


COMMERCIAL BREAK
SCROLL TO CONTINUE READING

ଗତ ବୁଧବାର ମଧ୍ୟ ପ୍ରଦେଶ ଭୀମ ଆର୍ମୀ ରାଜ୍ୟ ଅଧ୍ୟକ୍ଷ (Madhya Pradesh Bhim Army Chief) ସୁନୀଲ ବୈରାସିଆ (Sunil Bairasiya) ମତାଗାନ ଗ୍ରାମ ଠାରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଭୀମ ଆର୍ମୀ ଅଧ୍ୟକ୍ଷ ଉଭୟ ସାଂସଦ ଏବଂ ବିଧାୟକଙ୍କ ଉଦ୍ଦେଶ୍ୟରେ ବିବାଦୀୟ ବୟାନ ଦେଇଥିଲେ। ଏହି ବୟାନକୁ ନେଇ ଖପ୍ପା ହୋଇଉଠିଛି ଯାଦବ ସମାଜ (Yadav Samaj)। 


Also Read: UP Election 2022: CM Yogi ଙ୍କ ବିରୁଦ୍ଧରେ ଲଢିବେ Chandrashekhar Azad


ନିକଟରେ ରାଜ୍ୟର ଭିଣ୍ଡ ଜିଲ୍ଲାରେ ଏଭଳି ମାମଲା ସାମ୍ନାକୁ ଆସିଥିଲା ଯେଉଁଠି SC-ST Act ଆଧାରରେ ଥାନାରେ ମିଥ୍ୟା ଅଭିଯୋଗ ପତ୍ର (False FIR File in Police Station) ଦାଏର କରାଯାଇଥିଲା। ଏ ପ୍ରସଙ୍ଗରେ ରାଜପୁତ କରଣୀ ସେନା (Rajput Karani Sena) ଭୀମ ଆର୍ମୀ ବିରୁଦ୍ଧରେ ସ୍ୱର ଉଠାଇଥିଲା। ଏନେଇ କରଣୀ ସେନା ଜିଲ୍ଲା ଅଧ୍ୟକ୍ଷ କୁଲଦୀପ ସିଂହ ଭଦୋରିଆ ପୋଲିସ ବାବଦରେ ଏକ ବିବାଦୀୟ ବୟାନ ଦେଇଥିଲେ। ଥାନାରେ ଦାଏର କରାଯାଇଥିବା ମିଥ୍ୟା ଅଭିଯୋଗ ପତ୍ର ମାମଲାରେ ଆମେ ପୋଲିସ ପ୍ରଶାସନ ସହଯୋଗ ନେବୁ। ଯଦି ଆମକୁ କୌଣସି ସହଯୋଗ କରାଯାଏ ନାହିଁ ତାହେଲେ ଆମେ ସେମାନଙ୍କ ଗୋଡ଼ କାଟିଦେବୁ। 


Also Read: ଦିଲ୍ଲୀ ଦଙ୍ଗା ଘଟଣାରେ ଆସିଲା ଭୀମ ଆର୍ମୀ-ପିଏଫଆଇ ଲିଙ୍କ୍!


ଧାରଣାରେ ବସିଥିବା ଭୀମ ଆର୍ମୀ (Bhim Army) ଦ୍ୱାରା SC-ST Act ଆଧାରରେ ଦାଏର କରାଯାଇଥିବା ମାମଲାକୁ ନେଇ ନାରାଜ ହୋଇଉଠିଥିଲା ସବର୍ଣ୍ଣ ସମାଜ (Upper Caste)। ଏନେଇ କରଣୀ ସେନା ପକ୍ଷରୁ ଅଭିଯୋଗ ଆଣି କୁହାଯାଇଥିଲା ଆରକ୍ଷଣ ଏବଂ ଜାତିର ଲାଭ ଉଠାଇ ଭୀମ ଆର୍ମୀ ଏବଂ ଦଳିତ ସଙ୍ଗଠନ ନେତାଙ୍କ ଦ୍ୱାରା ପ୍ରଶାସନ ଉପରେ ଚାପ ପକାଯାଇ ଜବରଦସ୍ତ ମିଥ୍ୟା ମାମଲା ଦାଏର କରାଯାଉଛି। ପୂର୍ବରୁ ଏଭଳି ମାମଲା ସାମ୍ନାକୁ ଆସିସାରିଛି।