ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ଆରମ୍ଭ ହୋଇଯାଇଛି ନାମାଙ୍କନ ପ୍ରକ୍ରିୟା। ଏହି ପର୍ଯ୍ୟାୟରେ ରାଜ୍ୟର ମଉ ଜିଲ୍ଲାରେ ଅବସ୍ଥିତ ସଦର ବିଧାନସଭା ଆସନ ଲାଗି  ହେବ ମତଦାନ। 


COMMERCIAL BREAK
SCROLL TO CONTINUE READING

ଏହା ମଧ୍ୟରେ ରାଜ୍ୟ ରାଜନୀତିରେ ହେଉଥିବା ଚର୍ଚ୍ଚା ଅନୁସାରେ ଜେଲରେ ବନ୍ଦୀ ଥିବା ମାଫିଆ ମୁଖତାର ଅନସାରୀ (Mukhtar Ansari) ଏଥର ବିଧାନସଭା ନିର୍ବାଚନ (UP Assembly Election 2022) ମୈଦାନରେ ଅବତୀର୍ଣ୍ଣ ହେବ ନାହିଁ। ଅର୍ଥାତ ମୁଖତାର ଏଥର ନିର୍ବାଚନ ଲଢିବ ନାହିଁ। ତାଙ୍କ ବଦଳରେ ତାଙ୍କ ପୁଅ  ଅବ୍ବାସ ଅନସାରୀ (Abbas Ansari) ରାଜ୍ୟର ମଉ (Mau) ଜିଲ୍ଲାରେ ଅବସ୍ଥିତ ସଦର ବିଧାନସଭା ଆସନରୁ (Mau Sadar Seat) ପ୍ରତିଦ୍ୱନ୍ଦ୍ୱିତା କରିବେ। 


ଫେବୃଆରୀ ୧୪ ତାରିଖ ସୋମବାର ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bhartiya Samaj Party) ଏସବିଏସପି (SBSP) ପକ୍ଷରୁ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ମଉ ଆସନରୁ  ନାମାଙ୍କନ ଦାଖଲ କରିଛନ୍ତି  ଅବ୍ବାସ ଅନସାରୀ। ଅବ୍ବାସଙ୍କ ନାମାଙ୍କନ ସହିତ ମୁଖତାର୍ ଅନସାରୀଙ୍କୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଜାରି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। 


Also Read: UP Election 2022: ନିର୍ବାଚନ ଲଢିବେ ନାହିଁ ବାପା, ପୁଅ କରିବେ ପ୍ରତିଦ୍ୱନ୍ଦ୍ୱିତା


ମଉ ସିଟ୍ ଏଥର ସମାଜବାଦୀ ମେଣ୍ଟରେ (Samajwadi Alliance) ସାମିଲ ଥିବା ଏସବିଏସପି ଭାଗରେ ପଡି଼ଛି। ଗତ ୧୯୯୬ ମସିହାରୁ ୨୦୧୭ ପର୍ଯ୍ୟନ୍ତ ଏହି ଆସନରୁ ଲଗାତାର ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇଆସୁଥିଲା ଜେଲରେ ବନ୍ଦୀ ଥିବା ମାଫିଆ ମୁଖତାର ଅନସାରୀ।  ଏନେଇ କୁହଯାଉଛି ଏହି ସୁରକ୍ଷିତ ଆସନକୁ ପୁଅ ଅବ୍ବାସ ଅନସାରୀ ଲାଗି ଛାଡି଼ ଦେଇଛି ମୁଖତାର ଅନସାରୀ।       


ଗତ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମଉ ଜିଲ୍ଲାର ଘୋସି ଆସନରୁ (Ghosi Assembly Constituency) ବିଏସପି ପ୍ରାର୍ଥୀ  ନିର୍ବାତଚନ ଲଢି ବର୍ତ୍ତମାନର ବିହାର ରାଜ୍ୟପାଳ ତଥା ସେତେବେଳର ବିଜେପି ପ୍ରାର୍ଥୀ ଫାଗୁ ଚୌହ୍ୱାନଙ୍କ ଠାରୁ ପରାସ୍ତ ହୋଇଥିଲା ଅବ୍ବାସ ଅନସାରୀ।  


Also Read: ମିଳିଲାନି ଅନ୍ତରୀଣ ଜାମିନ; ଜେଲରୁ ଥାଇ ନିର୍ବାଚନ ପ୍ରଚାର କରିବେ ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ


ମାଫିଆ ମୁଖତାର ଅନସାରୀ ପୁଅ ଅବ୍ବାସ ଅନସାରୀଙକୁ ଦଳୀୟ ଟିକେଟ ପ୍ରଦାନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏସବିଏସପି ସଭାପତି (SBSP President) ଓମ ପ୍ରକାଶ ରାଜଭାର (Om Prakash Rajbhar) କହିଛନ୍ତି  ସେ ଅନସାରୀ ପରିବାରକୁ ସମ୍ପୂର୍ଣ୍ଣ ସମର୍ଥନ କରନ୍ତି। ଏନେଇ ବିଜେପି ପାଖରେ ପ୍ରଶ୍ନ ପଚାରିବାର ଅଧିକାର ନାହିଁ। ସେମାନେ ଗୁଣ୍ଡା ଏବଂ ମାଫିଆଙ୍କୁ ଟିକେଟ୍ ଦେଉଛନ୍ତି। ଆମ ଦଳର ଲୋକ 'ଜୟ ଶ୍ରୀରାମ' କହିବେ ନାହିଁ। ସେମାନେ 'ଜୟ ସୁହେଲଦେବ' କହିବେ।