ମିଳିଲାନି ଅନ୍ତରୀଣ ଜାମିନ; ଜେଲରୁ ଥାଇ ନିର୍ବାଚନ ପ୍ରଚାର କରିବେ ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ
Advertisement
Article Detail0/zeeodisha/odisha1095202

ମିଳିଲାନି ଅନ୍ତରୀଣ ଜାମିନ; ଜେଲରୁ ଥାଇ ନିର୍ବାଚନ ପ୍ରଚାର କରିବେ ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ

ଅନ୍ତରୀଣ ଜାମିନ ଆବେଦନ ଖାରଜ ହେବା ପରେ ଜେଲରୁ ଥାଇ ନିର୍ବାଚନ ପ୍ରଚାର କରିବେ ସମାଜବାଦୀ ପାର୍ଟି ନେତା। 

ମିଳିଲାନି ଅନ୍ତରୀଣ ଜାମିନ; ଜେଲରୁ ଥାଇ ନିର୍ବାଚନ ପ୍ରଚାର କରିବେ ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ଅନ୍ତରୀଣ ଜାମିନ ପ୍ରଦାନ ପାଇଁ କରିବା ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ କରିଥିବା ଆବେଦନ ମାମଲାରେ ସମାଜବାଦୀ ପାର୍ଟି ନେତା ରାମପୁର ଲୋକସଭା ସାଂସଦ ଆଜମ୍ ଖାନଙ୍କୁ ଲାଗିଛି ଜୋରଦାର ଝଟକା। ତାଙ୍କର ଜାମିନ ଆବେଦନକୁ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଦେଇଥିଲେ ସୁପ୍ରିମକୋର୍ଟ।

ସମାଜବାଦୀ ପାର୍ଟି ନେତା  ଆଜମ୍ ଖାନଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ୍ ଏଲ୍.ନାଗେଶ୍ୱରା ରାଓ ଏବଂ ଜଷ୍ଟିସ୍ ବି.ଆର ଗବଇଙ୍କ ଖଣ୍ଡପୀଠ ପକ୍ଷରୁ କୁହାଯାଇଛି ଜାମିନ ପାଇବାକୁ ଆପଣ କିପରି ୩୨ ଆବେଦନ କରିପାରିବେ? ରାଜନୀତିକୁ ଅଦାଲତ ପରିସରକୁ ଆଣନ୍ତୁ ନାହିଁ। ଜାମିନ ଆବେଦନକାରୀ ଆଜମ୍ ଖାନଙ୍କ ପକ୍ଷରୁ ତାଙ୍କ ଓକିଲ କପିଲ ଶିବଲଙ୍କ ଦ୍ୱାରା ଅଦାଲତରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା। 

Also Read: UP Election 2022: ନିର୍ବାଚନ ପ୍ରଚାର ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହେଲେ ଆଜମ ଖାନ

ଆଜମ୍ ଖାନଙ୍କ ପକ୍ଷରୁ ଅଦାଲତରେ ହାଜର ହୋଇଥିବା ତାଙ୍କ ଓକିଲ କପିଲ ଶିବଲ କହିଛନ୍ତି ତାଙ୍କ ବିରୋଧରେ ୮୭ ଏଫଆଇଆର ପଞ୍ଜୀକୃତ ହୋଇଥିବା ବେଳେ  ୮୪ ମାମଲାରେ ତାଙ୍କୁ ଜାମିନ ମିଳିସାରିଛି। ତାଙ୍କୁ ବିନା କାରଣରେ କାରାଗାରରେ ରଖାଯାଇଛି। ସେ କୋର୍ଟକୁ ରାଜନୀତି ଆଣୁନାହାଁନ୍ତି। ନିର୍ବାଚନ ପୂର୍ବରୁ ତାଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଛି ହେଲେ ଏହି ମାମଲା ବହୁ ପୂର୍ବରୁ ହୋଇସାରିଛି। ଜାମିନ ପାଇଁ ଆବେଦନ କରାଯାଇଥିବା ଆବେଦନ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ବିଗତ ୩-୪ ମାସ ଧରି ସେ ଜାମିନ ପାଇବାକୁ ଲଗାତାର ଭାବେ ଆବେଦନ କରି ଆସୁଛନ୍ତି।

Also Read: UP Poll 2022: ନିର୍ବାଚନ ମୈଦାନରେ ଦଳ, ଜେଲରେ ଦଳୀୟ ପ୍ରାର୍ଥୀ!

ଆଜମ୍ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରୁଥିବା ଖଣ୍ଡପୀଠ କହିଛନ୍ତି ଜାମିନ ଆବେଦନ ଉପରେ ତୁରନ୍ତ ସମାଧାନ ପାଇଁ ତାଙ୍କୁ ସମ୍ପୃକ୍ତ କୋର୍ଟଙ୍କ ନିକଟକୁ ଯିବା ପାଇଁ ଆବେଦନକାରୀଙ୍କୁ ଅନୁମତି ଦିଆଯାଇଛି। ଏହା କହିବା ବାହୁଲ୍ୟ ଯେ ଜାମିନ ଆବେଦନକୁ କୋର୍ଟ ଯଥାଶୀଘ୍ର ସମାଧାନ କରିଦେବେ। ବର୍ତ୍ତମାନ ଆଜାମ ଖାନ ରାମପୁର ଠାରେ ହୋଇଥିବା ବେଆଇନ ଜମି ଜବର ଦଖଲ ସମେତ ବିଭିନ୍ନ ମାମଲାରେ ସୀତାପୁର ଜେଲରେ ରହିଛନ୍ତି।