Maharashtra Politics: ପ୍ରାୟ ସପ୍ତାହେ କାଳ ଧରି ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ଘଟଣାକ୍ରମ ମଧ୍ୟରେ ଜୁନ ୩୦ ତାରିଖ ଗୁରୁବାର ରାଜ୍ୟ ବିଧାନ ଭବନରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର। ମାତ୍ର ଏହା ପୂର୍ବରୁ ବୁଧବାର  ଏକ କ୍ୟାବିନେଟ ବୈଠକ କରିଛନ୍ତି ଶିବସେନା ଅଧ୍ୟକ୍ଷ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।    


COMMERCIAL BREAK
SCROLL TO CONTINUE READING

ଏହି ବୈଠକରେ ରାଜ୍ୟର ଔରଙ୍ଗାବାଦ ସମ୍ଭାଜୀ ନଗର ଏବଂ ଉସମାନାବାଦ ସହର ଧାରଶିବ ନାମରେ ଜଣାଯିବ। ଏହି  ଦୁଇ ସ୍ଥାନର ନାଁ ପରିବର୍ତ୍ତନ କରିବା ଲାଗି ଆଗତ ହୋଇଥିବା  ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସେହିପରି ନଭୀ ମୁମ୍ବାଇସ୍ଥିତ ବିମାନ ବନ୍ଦର ବି.ଏ  ପାଟିଲଙ୍କ ନାମରେ ନାମିତ କରାଯାଇଛି।  


ବର୍ତ୍ତମାନ ଶିବସେନା ଅଧ୍ୟକ୍ଷ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର ଏବେ ସଂକଟରେ ପଡି଼ଯାଇଛି। ତାଙ୍କ ବିରୋଧରେ ନିରନ୍ତର ଅଭିଯୋଗ ଆସୁଥିଲା ​​ଯେ ସେ ହିନ୍ଦୁତ୍ୱ ଆଦର୍ଶରୁ ଦୂରେଇ ଯାଇଥିଲେ।  ହେଲେ ଏଭଳି ପରିସ୍ଥିତିରେ ଏହା ଚର୍ଚ୍ଚା ହେଉଛି ସ୍ଥାନର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ବିରୋଧିଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ସେ ଏପର୍ଯ୍ୟନ୍ତ ହିନ୍ଦୁତ୍ୱ ସହ ଅଛନ୍ତି।


ବିଦ୍ରୋହୀ ଶିବସେନା ବିଧାୟକ ବର୍ତ୍ତମାନ ପର୍ଯ୍ୟନ୍ତ ହିନ୍ଦୁତ୍ୱ ପ୍ରସଙ୍ଗରେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାରମ୍ବାର ଟାର୍ଗେଟ କରୁଛନ୍ତି। ନିଜକୁ ଘେରି ରହିଥିବା ଦେଖି ବର୍ତ୍ତମାନ ଶିବସେନା ଏହାର ପାରମ୍ପରିକ ବ୍ରହ୍ମାସ୍ତ୍ର ହିନ୍ଦୁତ୍ୱ କାର୍ଡ ଖେଳିବା ଆରମ୍ଭ କରିଛି। ଏନେଇ ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ରାଜ୍ୟର ଔରଙ୍ଗାବାଦ ଜିଲ୍ଲା ସମ୍ଭାଜୀ ନଗର ଏବଂ ଉସମାନାବାଦ ସହର ଧାରଶିବ ନାମରେ ନାମିତ କରିବାକୁ ଆଗତ ହୋଇଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ବୈଠକରେ ପୁଣେ ସହରର ନାମ ପରିବର୍ତ୍ତନ କରି ଏହାକୁ ଜିଜାଉ ନଗର ନାମରେ ନାମିତ କରିବାକୁ କଂଗ୍ରେସ ଦାବି କରିଛି। ଜିଜାଉ ହେଉଛି ଛତ୍ରପତି ଶିବାଜୀ ମହାରାଜଙ୍କ ମାତା ଜିଜାବାଇଙ୍କ ନାମ।


ଆସନ୍ତା କିଛି ମାସ ମଧ୍ୟରେ ଔରଙ୍ଗାବାଦ ନଗର ନିଗମ ନିର୍ବାଚନ ଅନୁଷ୍ଠିତ ହେବ। ମାତ୍ର  ରାଜ୍ୟର ଏହି ୨  ସ୍ଥାନର ନାମ ପରିବର୍ତ୍ତନ ନାମ ପରିବର୍ତ୍ତନ କରିବାକୁ ନେଇ ଶିବେସନା ନେତୃତ୍ୱାଧିନ ମହାବିକାଶ ଅଘାଡ଼ି  ମେଣ୍ଟ ସରକାରରେ ସହଯୋଗୀ ରହିଥିବା କଂଗ୍ରେସ-ଏନସିପି ଏ ପ୍ରସଙ୍ଗରେ କେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଉପରେ ରହିଛି ନଜର।  ଯଦିଓ ଏନେଇ ଆଗତ ହୋଇଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିସାରିଛି।


Also Read: ଉଦ୍ଧବ ସରକାରଙ୍କ ବଡ ନିଷ୍ପତ୍ତି; ଏହି ସହରଗୁଡିକର ପରିବର୍ତ୍ତନ କରିବେ ନାମ