Maharashtra MLC Rajya Sabha Election: ନିକଟରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ଏବଂ ବିଧାନ ପରିଷଦ ନିର୍ବାଚନରେ ବିରୋଧି ବିଜେପି ବାଜି ମାରିଥିବା ବେଳେ ଶାସକ ମହା ବିକାଶ ଅଘାଡି ମେଣ୍ଟକୁ ଲାଗିଛି ଜୋରଦାର ଝଟକା। ହେଲେ ଏହି ନିର୍ବାଚନ ଫଳାଫଳ ମହା ବିକାଶ ଅଗାଡି ମେଣ୍ଟର ନେତୃତ୍ୱ ନେଉଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବ  ସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ ନେତୃତ୍ୱ ଉପରେ ଉଠାଇଛି ପ୍ରଶ୍ନ।  


COMMERCIAL BREAK
SCROLL TO CONTINUE READING

ଜୁନ ୨୦ ତାରିଖରେ ମହାରାଷ୍ଟ୍ର ବିଧାନ ପରିଷଦର ୧୦ ଆସନ ଲାଗି  ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ​​ବିଜେପି ଏକାକୀ ୫ ସିଟ୍ ହାତେଇଛି। ଅନ୍ୟପଟେ ଶିବସେନା ୨, ଏନସିପି ୨, କଂଗ୍ରେସ ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଛି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରବୀଣ ଡାରେକର, ରାମ ସିନ୍ଦେ, ଶ୍ରୀକାନ୍ତ ଭାରତୀୟ ଉମା ଖାପରେ, ପ୍ରସାଦ ଲାଡ ବିଜୟୀ ହୋଇଛନ୍ତି। ଏନସିପି ପ୍ରାର୍ଥୀ ଏକନାଥ ଖଡେସ ଏବଂ ରାମରାଜ ନାଏକ ନିମ୍ବାଲକର ବିଜୟୀ ହୋଇଛନ୍ତି। ସେହିପରି ଶିବେସେନା ପ୍ରାର୍ଥୀ ସଚ୍ଚିନ ଅହିର ଏବଂ ଅମସା ପାଦଭି ବାଜିମାତ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଭାଇ ଜଗତାପ ଏହି ନିର୍ବାଚନରେ ବାଜିମାତ କରିଥିବା ବେଳେ ଅନ୍ୟତମ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରକାନ୍ତ ହାଣ୍ଡୋର ଏହି ନିର୍ବାଚନରେ ପରାସ୍ତ ହୋଇଛନ୍ତି।


ବିଧାନ ପରିଷଦ ନିର୍ବାଚନର କୌଣସି ଦଳର ପ୍ରାର୍ଥୀଙ୍କ ବିଜୟ ଲାଗି ୨୬ ଭୋଟ ଆବଶ୍ୟକ ରହିଥିଲା। ସଂଖ୍ୟାବଳ ଦୃଷ୍ଟିରୁ ବିଜେପି ୪ ଆସନ ପାଇବାର ଥିଲା। ମାତ୍ର ଦଳ ୫ ଆସନ ଦାଖଲ କରିଥିଲେ। ଏହି କାରଣରୁ ନିର୍ବାଚନରେ ସ୍ୱାଧିନ ତଥା ​​ଛୋଟ ଦଳର ୨୯ ବିଧାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରିଥିଲା। ହେଲେ ବିଜେପି ଏହାର ଫାଇଦା ଉଠାଇଥିଲା। ଏହି ନିର୍ବାଚନରେ ୫ ସିଟ୍ ଜିତି ବିଜେପି ମହା ବିକାଶ ଅଗାଡି ମେଣ୍ଟକୁ ଜୋରଦାର ଝଟକା ଦେଇଥିଲା। କଂଗ୍ରେସ ସମେତ ଅନ୍ୟ କେତେକ ଦଳର କ୍ରସିଂ ଭୋଟିଂ କାରଣରୁ ବିଜେପି ଏହାର ଲାଭ ଉଠାଇଥିଲା।  


ଅନ୍ୟପଟେ ଜୁନ ୧୦ ତାରିଖରେ ମହାରାଷ୍ଟ୍ରର ୬ ରାଜ୍ୟସଭା ଆସନ ଲାଗି  ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ​​ବିଜେପି ଏକାକୀ ୩ ସିଟ୍ ହାତେଇଛି। ଅନ୍ୟପଟେ ଶିବସେନା, ଏନସିପି, କଂଗ୍ରେସ ଗୋଟିଏ ଲେଖାଁଏ ଆସନରେ ସନ୍ତୁଷ୍ଟ ହୋଇଥିଲେ। ରାଜ୍ୟସଭା ନିର୍ବାଚନକେ ବାଜିମାତ କରିଥିବା ବିଜେପି ପ୍ରାର୍ଥୀ ହେଉଛନ୍ତି ପୀୟୁଷ ଗୋୟଲ, ଅନିଲ ବୋନ୍ଦେ ଏବଂ ଧନଞ୍ଜୟ ମହାଦିକ। ଅନ୍ୟପଟେ ଶିବସେନା ପ୍ରାର୍ଥୀ ସଞ୍ଜୟ ରାଉତ, ଏନସିପି ପ୍ରାର୍ଥୀ ପ୍ରଫୁଲ୍ଲ ପଟେଲ ଏବଂ କଂଗ୍ରେସ ପ୍ରାର୍ଥୀ ଇମ୍ରାନ ପ୍ରତାପଗଡି ବିଜୟୀ ହୋଇଥିଲେ। 


ରାଜ୍ୟସଭା ନିର୍ବାଚନରେ ଷଷ୍ଠ ଆସନ ପାଇଁ ମୁକାବିଲା ହୋଇଥିଲା। ଯେଉଁଥିରେ ବିଜେପି ପ୍ରାର୍ଥୀ ପୂର୍ବତନ ସାଂସଦ ଧନଞ୍ଜୟ ମହାଦିକ ଏବଂ ଶିବସେନା ପ୍ରାର୍ଥୀ ସଞ୍ଜୟ ପାୱାରଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। କୌଣସି ଦଳର ପ୍ରାର୍ଥୀଙ୍କ ବିଜୟ ଲାଗି ୪୧ ଭୋଟ ଆବଶ୍ୟକ ରହିଥିଲା। ନିର୍ବାଚନ ଆୟୋଗଅନୁଯାୟୀ ୨୮୪ ବୈଧ ଭୋଟ୍ ମଧ୍ୟରୁ ପୀୟୁଷ ଗୋୟଲ ୪୮, ଅନିଲ ବୋନ୍ଦେ ୪୮, ଧନଞ୍ଜୟ ମହାଦିକ ୪୧, ସଞ୍ଜୟ ରାଉତ ୪୧, ଇମ୍ରାନ ପ୍ରତାପଗଡି ୪୪, ପ୍ରଫୁଲ୍ଲ ପଟେଲ ୪୩ ଏବଂ ସଞ୍ଜୟ ପାୱାର ୩୯  ଭୋଟ ପାଇଥିଲେ। ପ୍ରଥମ ରାଉଣ୍ଡ ପରେ ପ୍ରଥମ ପାଞ୍ଚଜଣ ବିଜେତା ଘୋଷିତ ହୋଇଥିଲେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗଣିବା ପରେ ବିଜେପି ପ୍ରାର୍ଥୀ ଧନଜୟ ମହାଦିକଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।


Also Read: Maharashtra MLC Election 2022: ୪ ସିଟ୍ ହାତେଇଲା ବିଜେପି, ଶିବସେନା-ଏନସିପି ପାଇଲେ ୨-୨ ଆସନ