Maharashtra Politics: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ନିଜ ଉପରେ ହେଉଥିବା ଏକ ଚର୍ଚ୍ଚାର ଜବାବ ରଖିଛନ୍ତି ବିଦ୍ରୋହୀ ଶିବସେନା ବିଧାୟକ। ବର୍ତ୍ତମାନ ମହାରାଷ୍ଟ୍ରର ପ୍ରାୟ ୫୦ ବିଧାୟକ ଆସାମ ରାଜଧାନୀ ଗୌହାଟିସ୍ଥିତ ରେଡି଼ସନ ବ୍ଲୁ ହୋଟେଲ ଠାରେ ଅବସ୍ଥାନ କରୁଛନ୍ତି। ଯଦିଓ ସେମାନଙ୍କୁ ପ୍ରଲୋଭିତ କରି  ଗୌହାଟି ଅଣାଯାଉଥିବା ଅଭିଯୋଗ କରାଯାଉଛି। ଏଭଳି ପରିସ୍ଥିତିରେ ଅନେକ ବିଦ୍ରୋହୀ ବିଧାୟକ ନିଜେ ଆଗକୁ ଆସି ସ୍ପଷ୍ଟ କରିଛନ୍ତି ଯେ ସେମାନେ କାହିଁକି ଉଦ୍ଧବ ଠାକରେଙ୍କୁ ଛାଡି ଏକନାଥ ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଆସାମ ରାଜଧାନୀ ଗୌହାଟିସ୍ଥିତ ରେଡି଼ସନ ବ୍ଲୁ ହୋଟେଲ ଠାରେ ଅବସ୍ଥାନ କରୁଥିବା ବିଦ୍ରୋହୀ ଶିବସେନା ବିଧାୟକ ସୁହାସ କାଣ୍ଡେ କହିଛନ୍ତି ଆମେ ନିଜ ଇଚ୍ଛାରେ ଏକନାଥ ସିନ୍ଦେଙ୍କ ସହ ଏଠାକୁ ଆସିଛୁ। ସେ ବାଲାସାହେବ ଠାକରେଙ୍କ ହିନ୍ଦୁତ୍ୱ ଆଦର୍ଶକୁ ଆନ୍ତରିକତାର ସହ ଆଗକୁ ବଢାଉଛନ୍ତି। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଏକନାଥ ସିନ୍ଦେଙ୍କ ବ୍ୟତୀତ ଅନ୍ୟ କାହା ସହ ଯୋଗାଯୋଗ କରୁଛନ୍ତି କି ନାହିଁ ଏହା ଉତ୍ତରରେ ବିଧାୟକ କାଣ୍ଡେ କହିଛନ୍ତି ଯେ ଆମେ ଜନତା ତଥା ଶିବ ସୈନିକଙ୍କୁ ଏପରି ଗୁଜବ ଖବର ବିସ୍ତାର ନକରିବାକୁ ଅନୁରୋଧ କରୁଛୁ।


ସେହିପରି ଅନ୍ୟତମ ବିଦ୍ରୋହୀ ଶିବସେନା ବିଧାୟକ ଉଦୟ ସାମନ୍ତ କହିଛନ୍ତି ଆମେ ସେହି ଲୋକଙ୍କ ଷଡ଼ଯନ୍ତ୍ରରେ ଥକି ଯାଇଛୁ। ଆମେ ଗୌହାଟି ଆସିଛୁ କାରଣ ବିଗତ କିଛି ଦିନ ହେବ ଶିବସେନାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ଷଡଯନ୍ତ୍ର କାରଣରୁ ଆମେ ଥକି ଯାଇଥିଲୁ। କଂଗ୍ରେସ-ଏନସିପି ସମେତ ଅନ୍ୟ ସହଯୋଗୀ ଦଳର ବିଧାୟକ ସମ୍ଭାଜୀ ଛତ୍ରପତିଙ୍କୁ ରାଜ୍ୟସଭା ନିର୍ବାଚନରେ ​​ନିର୍ବାଚିତ ହେବାକୁ ନେଇ ରୋକିଥିଲେ। ମୁଁ ବାଲାସାହେବ ଠାକରେଙ୍କ ହିନ୍ଦୁତ୍ୱକୁ ପ୍ରୋତ୍ସାହିତ କରୁଥିବା ଏକନାଥ ସିନ୍ଦେଙ୍କ ସହ ଯିବାକୁ ନିଷ୍ପତ୍ତି ନେଇଛି। ଆମେ ତଥାପି ଶିବସେନାରେ ଅଛୁ। କୋଙ୍କଣ ଲୋକେ ସାଧାରଣ ଶିବ ସୈନିକଙ୍କୁ ଭୁଲ ନ ବୁଝନ୍ତୁ।


ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଦଳର ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଦେଶ୍ୟରେ ଏକ ଭାବପ୍ରବଣ ବାର୍ତ୍ତା ପଠାଇଛନ୍ତି। ଏହି ବାର୍ତ୍ତା ସେ ଦଳର ବିଦ୍ରୋହୀ ବିଧାୟକଙ୍କୁ ଭାଇ ଭଉଣୀ ଭାବେ ସମ୍ବୋଧିତ କରିଛନ୍ତି। ଏନେଇ ସେ କହିଛନ୍ତି ଆପଣ କୌଣସି ଭ୍ରମରେ ରହିବା ଠିକ ନୁହେଁ। ବର୍ତ୍ତମାନ ସୃଷ୍ଟି ହୋଇଥିବା ସମାଧାନ କେବଳ କଥାବାର୍ତ୍ତା ଜରିଆରେ କରି ହେବ।


Also Read:  Maharashtra Politics: ମହାରାଷ୍ଟ୍ର ଯିବେ ଏକନାଥ ସିନ୍ଦେ, ଶିବସେନାକୁ ନେଇ କହିଲେ ଏକଥା