Maharashtra Politics: ମହାରାଷ୍ଟ୍ର ଯିବେ ଏକନାଥ ସିନ୍ଦେ, ଶିବସେନାକୁ ନେଇ କହିଲେ ଏକଥା
Advertisement
Article Detail0/zeeodisha/odisha1236290

Maharashtra Politics: ମହାରାଷ୍ଟ୍ର ଯିବେ ଏକନାଥ ସିନ୍ଦେ, ଶିବସେନାକୁ ନେଇ କହିଲେ ଏକଥା

Maharashtra Politics: ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଏକନାଥ ସିନ୍ଦେ କହିଛନ୍ତି ଯେ ସେ ମୁମ୍ବାଇ ଯିବି।

Maharashtra Politics: ମହାରାଷ୍ଟ୍ର ଯିବେ ଏକନାଥ ସିନ୍ଦେ, ଶିବସେନାକୁ ନେଇ କହିଲେ ଏକଥା

Maharashtra Politics: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ମଙ୍ଗଳବାର ମୁମ୍ବାଇ ଗସ୍ତରେ ଆସୁଛନ୍ତି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ। ପ୍ରାୟ ସପ୍ତାହେ ଧରି ସେ ପ୍ରାୟ ୫୦ ଜଣ ବିଧାୟକଙ୍କ ସହ ଆସାମ ରାଜଧାନୀ ଗୌହାଟିସ୍ଥିତ ରେଡି଼ସନ ବ୍ଲୁ ହୋଟେଲ ଠାରେ ଅବସ୍ଥାନ କରୁଛନ୍ତି ସେ। ସେ ଏବେ ହୋଟେଲ ଛାଡି ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଏକନାଥ ସିନ୍ଦେ କହିଛନ୍ତି ଯେ ସେ ମୁମ୍ବାଇ ଯିବି। ସେ ପୁଣି ଥରେ ଶିବସେନା ସଂସ୍ଥାପକ ହିନ୍ଦୁ ହୃଦୟ ସମ୍ରାଟ ବାଲାସାହେବ ଠାକରେଙ୍କ ନାଁ ନେଇ କହିଛନ୍ତି ମୁଁ ତାଙ୍କ ରାସ୍ତାରେ ଅଛି। ମୁଁ ଏବେ ମଧ୍ୟ ଶିବସେନାରେ ରହିଛି। ଆମେ ଶିବସେନାରେ ଅଛୁ, ଆମେ ଶିବସେନାକୁ ଆଗକୁ ନେଉଛୁ। ଏଥିରେ କୌଣସି ସନ୍ଦେହ ରହିବା ଆବଶ୍ୟକ ନୁହେଁ। ପରବର୍ତ୍ତୀ ପଦକ୍ଷେପ ବାବଦରେ ଆମେ ଆପଣଙ୍କୁ ଜଣାଇବୁ। କୌଣସି ବିଧାୟକଙ୍କୁ ଜୋର ଜବରଦସ୍ତ ରଖାଯାଇ ନାହିଁ। ସମସ୍ତେ ଏଠାରେ ଖୁସିରେ ଅଛନ୍ତି। ବିଧାୟକ ଆମ ସହିତ ଅଛନ୍ତି। ଯଦି ଶିବସେନା (ଉଦ୍ଧବ ଠାକରେ) ପକ୍ଷରୁ  କୁହାଯାଉଛ ଯେ ଏଠାରେ ଉପସ୍ଥିତ ବିଧାୟକ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ତାହେଲେ ସେମାନେ ଆମ ପାଖରେ ରହୁଥିବା ବିଧାୟକଙ୍କ ନାଁ କହିବା ଉଚିତ।

ଅନ୍ୟପଟେ ମହାରାଷ୍ଟ୍ର ବିରୋଧି ଦଳ ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଦିଲ୍ଲୀରେ ପହଞ୍ଚିଛନ୍ତି। ଏନେଇ କୁହାଯାଉଛି ଯେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏଠାରେ ଭେଟିବେ। ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ପକ୍ଷରୁ ରଣନୀତି ଆରମ୍ଭ ହୋଇଯାଇଛି। ଯଦି ବିଜେପି ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ସହ ମେଣ୍ଟ କରି ସରକାର ଗଠନ କରେ ତାହେଲେ ଦେବେନ୍ଦ୍ର ଫଡନାଭୀସ ମୁଖ୍ୟମନ୍ତ୍ରୀ ଏବଂ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବେ। ସେହିପରି ୧୬ ବିଜେପି ବିଧାୟକ କ୍ୟାବିନେଟ ଏବଂ ଅନ୍ୟ ୧୩ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯାଇପାରେ। ସେହିପରି ଏକନାଥ ସିନ୍ଦେଙ୍କ ଗୋଷ୍ଠୀରୁ ୧୧ କ୍ୟାବିନେଟ ଏବଂ ଅନ୍ୟ ୩ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିପାରେ। 

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଦଳର ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଦେଶ୍ୟରେ ଏକ ଭାବପ୍ରବଣ ବାର୍ତ୍ତା ପଠାଇଛନ୍ତି। ଏହି ବାର୍ତ୍ତା ସେ ଦଳର ବିଦ୍ରୋହୀ ବିଧାୟକଙ୍କୁ ଭାଇ ଭଉଣୀ ଭାବେ ସମ୍ବୋଧିତ କରିଛନ୍ତି। ଏନେଇ ସେ କହିଛନ୍ତି ଆପଣ କୌଣସି ଭ୍ରମରେ ରହିବା ଠିକ ନୁହେଁ। ବର୍ତ୍ତମାନ ସୃଷ୍ଟି ହୋଇଥିବା ସମାଧାନ କେବଳ କଥାବାର୍ତ୍ତା ଜରିଆରେ କରି ହେବ।

ଆସାମ ରାଜଧାନୀ ଗୌହାଟିସ୍ଥିତ ରେଡି଼ସନ ବ୍ଲୁ ହୋଟେଲ ଠାରେ ଅବସ୍ଥାନ କରୁଥିବା ବିଦ୍ରୋହୀ ଶିବସେନା ବିଧାୟକ  ସୁହାସ କାଣ୍ଡେ କହିଛନ୍ତି ଆମେ ନିଜ ଇଚ୍ଛାରେ ଏକନାଥ ସିନ୍ଦେଙ୍କ ସହ ଏଠାକୁ ଆସିଛୁ। ସେ ବାଲାସାହେବ ଠାକରେଙ୍କ ହିନ୍ଦୁତ୍ୱ ଆଦର୍ଶକୁ ଆନ୍ତରିକତାର ସହ ଆଗକୁ ବଢାଉଛନ୍ତି। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଏକନାଥ ସିନ୍ଦେଙ୍କ ବ୍ୟତୀତ ଅନ୍ୟ କାହା ସହ ଯୋଗାଯୋଗ କରୁଛନ୍ତି କି ନାହିଁ ଏହା ଉତ୍ତରରେ ବିଧାୟକ କାଣ୍ଡେ କହିଛନ୍ତି ଯେ ଆମେ ଜନତା ତଥା ଶିବ ସୈନିକଙ୍କୁ ଏପରି ଗୁଜବ ଖବର ବିସ୍ତାର ନକରିବାକୁ ଅନୁରୋଧ କରୁଛୁ। 

 Also Read: Maharashtra Politics: ବିଦ୍ରୋହ ମଧ୍ୟରେ ପଦ ଛାଡ଼ିଥାନ୍ତେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ