Maharashtra Politics: ଶିବେସନାରେ ହୋଇଥିବା ବିଦ୍ରୋହ ପରେ ଏକନାଥ ସିନ୍ଦ ଗୋଷ୍ଠୀ ସହ ଲଢେଇ ପାଇଁ ପ୍ରସ୍ତୁତ ହେଉଛି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ। ଦଳରେ ହୋଇଥିବା ବିଦ୍ରୋହ ପରେ ଏକନାଥ ସିନ୍ଦେ ଗୋଷ୍ଠୀ ଦାବି କରୁଛନ୍ତି ଯେ ସେମାନଙ୍କ ଦଳ ହେଉଛି ପ୍ରକୃତ ଶିବସେନା। ବିଧାୟକଙ୍କ ପରେ ଏବେ ଶିବସେନା ସାଂସଦ ସିନ୍ଦେ ଗୋଷ୍ଠୀ ସହ ଯୋଗାଯୋଗରେ ରହିଥିବାର ଚର୍ଚ୍ଚା ହେଉଛି। ଏପରିକି ଶିବସେନା ନିର୍ବାଚନୀ ସଂଙ୍କେତ ଧନୁ ତୀର ପାଇବାକୁ ଦାବି ଉଠାଇଛି। ଅନ୍ୟପକ୍ଷରେ ଶିବସେନା ନେତୃତ୍ୱକୁ ନେଇ ଠାକରେ ଗୋଷ୍ଠୀ ଏବଂ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଆଇନଗତ ଯୁଦ୍ଧ ହେବାର ଆଭାଷ ମିଳିଲାଣି।


COMMERCIAL BREAK
SCROLL TO CONTINUE READING

ଦଳରେ ସୃଷ୍ଟି ହୋଇଥିବା ବିଦ୍ରୋହ ମଧ୍ୟରେ ଉଦ୍ଧବ ଠାକରେ ଶିବ ସୈନିକଙ୍କୁ ଆହ୍ୱାନ ଦେଇ କହିଛନ୍ତି ଦଳର ନିର୍ବାଚନ ସଙ୍କେତ ପାଇବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ଯଦି ଆଇନଗତ ଯୁଦ୍ଧରେ ହାରିଯାଏ ତାହେଲେ ଦଳର ନୂତନ ନିର୍ବାଚନ ସଙ୍କେତ ପାଇଁ ପ୍ରସ୍ତୁତ ହୋଇଯାଅ। ଯଦି ଆମକୁ ନୂତନ ଦଳୀୟ ନିର୍ବାଚନ ସଙ୍କେତ ମିଳେ ତାହେଲେ ଏହାକୁ ଆମେ ଯଥାଶୀଘ୍ର ଲୋକଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ବୋଲି ଶିବ ସୈନିକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଉଦ୍ଧବ ଠାକରେ। ଏକନାଥ ସିନ୍ଦଙ୍କ ସମେତ ୧୬ ଜଣ ବିଦ୍ରୋହୀ ଶିବେସନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ଠାକରେ ଗୋଷ୍ଠୀ କରାଯାଇଥିବା ଆବେଦନ ଉପରେ ଜୁଲାଇ ୧୧ ତାରିଖରେ ଶୁଣାଣି ହେବ।


ଦଳରେ ସୃଷ୍ଟି ହୋଇଥିବା ବିଦ୍ରୋହ ମଧ୍ୟରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ସହ ହେବାକୁ ଯାଉଥିବା ଆଇନଗତ ଲଢେଇରେ ଶିବସେନା ପରିଚୟ ହରାଇବାର ଭୟ ଉଦ୍ଧବ ଠାକରେଙ୍କୁ ଘାରୁଛି। ତାଙ୍କ କହିବା ଅନୁସାରେ ଦଳର ୪୦ ଜଣ ବିଧାୟକଙ୍କ ସମର୍ଥନ ହାସଲ କରିବା ପରେ ସିନ୍ଦେ ଗୋଷ୍ଠୀ ନିର୍ବାଚନୀ ସଂଙ୍କେତ ଧନୁ ତୀର ପାଇବାକୁ ଦାବି ଉଠାଇ ସାରିଛି। ଯଦି ଆମେ ଏହି ଲଢେଇରେ ହାରିଯାଉ ତାହେଲେ ଆମକୁ ମିଳିବାକୁ ଥିବା ନୂତନ ଦଳୀୟ ନିର୍ବାଚନ ସଙ୍କେତଙ୍କୁ ଯଥାଶୀଘ୍ର ଲୋକଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ବୋଲି ଶିବ ସୈନିକଙ୍କୁ ଆହ୍ୱାନ ଦେଇଛନ୍ତି ଉଦ୍ଧବ ଠାକରେ। 


ଠାଣେ ନଗର ନିଗମର ୬୬ ଶିବସେନା କର୍ପୋରେଟର ସିନ୍ଦେ ଗୋଷ୍ଠୀରେ ସାମିଲ ହେବା ପରେ ଉଦ୍ଧବ ଠାକରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ତାଙ୍କ ଠାରୁ ଶିବସେନାକୁ କେହି ଛଡ଼ାଇ ନେଇ ପାରିବେ ନାହିଁ। ଯେଉଁମାନେ ଯିବାକ ଚାହୁଁଛନ୍ତି ସେମାନେ ଯାଇପାରନ୍ତି। କେହି ଚାଲିଗଲେ ଦଳର କୌଣସି କ୍ଷତି ହେବ ନାହିଁ। ଦଳୀୟ ନିର୍ବାଚନୀ ସଙ୍କେତ ଉପରେ ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ତାଙ୍କୁ ବିଚଳିତ କରୁନାହିଁ। ଦଳ ଅଧିକ ଶକ୍ତିଶାଳୀ ହେବ। ତାଙ୍କ ସହ ଛିଡା ହୋଇଥିବା ବିଧାୟକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ସେ ଖୁବ ଶୀଘ୍ର ଦଳର ସାଂସଦଙ୍କ ସହିତ ଏକ ବୈଠକ କରି ଆଗାମୀ ରଣନୀତି ସ୍ପଷ୍ଟ କରିବେ।


ଦଳର ବିଦ୍ରୋହୀଙ୍କ ବିରୋଧରେ ବର୍ଷି ଉଦ୍ଧବ ଠାକରେ କହିଛନ୍ତି ଯେ ଏହି ଲୋକ ସେମାନଙ୍କ ସହ ଅଛନ୍ତି ଯେଉଁମାନେ ଠାକରେ ପରିବାର ବାବଦରେ ଭଲ ଖରାପ କଥା କହିଥିଲେ। ଯେଉଁମାନେ ବାଲାସାହେବ ଠାକରେଙ୍କୁ ଅପମାନିତ କରିଥିଲେ। ମୋ ସହ ରହିଥିବା ବିଧାୟକଙ୍କୁ ମଧ୍ୟ ପ୍ରଲୋଭିତ କରାଯାଇଥିଲା ହେଲେ ସେମାନେ ଦଳ ପ୍ରତି ବିଶ୍ୱସ୍ତତା ପ୍ରଦର୍ଶନ କରିଥିଲେ। ଶିବସେନା ନିର୍ବାଚନ ସଙ୍କେତଙ୍କୁ ଆମ ଠାରୁ କେହି ଛଡ଼ାଇ ନେଇ ପାରିବେ ନାହିଁ। ଯେଉଁ ବିଧାୟକ ଯିବାକୁ ଚାହୁଁଛନ୍ତି ସେମାନେ ଯାଇପାରନ୍ତି ହେଲେ ଶିବସେନା ଅକ୍ଷୁର୍ଣ୍ଣ ରହିବ। ଲୋକଙ୍କ ସ୍ୱାର୍ଥ ପାଇଁ ଆମେ ନଗର ନିଗମ ନିର୍ବାଚନ ​​ଲଢିବୁ।


Also Read: Maharashtra Politics: ଧନୁ ତୀର ପାଇବାକୁ ନେଇ ଠାକରେ-ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲଢେଇ ଜାରି


Also Read: BMC Election 2022: ଠାକରେ ଗୋଷ୍ଠୀକୁ ଝଟକା, ମଜବୁତ ହେଉଛି ସିନ୍ଦେ ଗୋଷ୍ଠୀ