ନୂଆଦିଲ୍ଲୀ: ରାଜ୍ୟ କୁଚବିହାର ଜିଲ୍ଲା ଠାରେ ଘଟିଥିବା ନିର୍ବାଚନୀ ହିଂସାକାଣ୍ଡ ଘଟଣାରେ ନିର୍ବାଚନ ଆୟୋଗଙ୍କୁ ଘେରିଛନ୍ତି  ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ଏନେଇ ସେ କହିଛନ୍ତି ବର୍ତ୍ତମାନ ନିର୍ବାଚନ ଆୟୋଗ ନାମ ପରିବର୍ତ୍ତନ କରି  'ମୋଦି କୋଡ୍ ଅଫ କଣ୍ଡକ୍ଟ' ରଖାଯାଉ। 


COMMERCIAL BREAK
SCROLL TO CONTINUE READING

କୁଚବିହାର (Cooch Behar) ଠାରେ ଘଟିଥିବା ଘଟଣା ପରେ ଟିଏମସି ସୁପ୍ରିମୋ ଏହି ଜିଲ୍ଲା ଠାରୁ ୧୮୦ କିମି ଦୂରରେ ଅବସ୍ଥିତ ସିଲିଗୁଡି (Siliguri) ଠାରେ ପହଞ୍ଚିଥିବାର ଖବର ଆସିଛି। ଅନ୍ୟପଟେ ଟିଏମସି ପକ୍ଷରୁ ଜଳପାଇରିଗୁଡି (Jalpaiguri) ଠାରେ ହେବାକୁ ଥିବା ନିର୍ବାଚନୀ ରାଲିକୁ ରଦ୍ଦ କରି ଦିଆଯାଇଛି। ହେଲିକ୍ୟାପ୍ଟର ଅବତରଣ କରିବା ଲାଗି କୁଚବିହାର ଜିଲ୍ଲା ପ୍ରଶାସନ ମମତା ବାନାର୍ଜୀଙ୍କୁ ଅନୁମତି ଦେଇନାହିଁ। ଯାହାକୁ ନେଇ ନାରାଜ ହୋଇ ଉଠିଛନ୍ତି ସେ।


Also Read: WB Assembly Election 2021: EC-CAPF ସହ ମୁହାମୁହାଁ ହେଲେ Mamata Banerjee


ଏ ମାମଲାରେ ନିର୍ବାଚନ ଆୟୋଗ-ଇସି (Election Commission-EC) ବିରୁଦ୍ଧରେ ଅସନ୍ତୋଷ ବ୍ୟକ୍ତ କରି ମମତା ବାନାର୍ଜୀ (Mamata Benerjee) କହିଛନ୍ତି ଏବେ ଇସି (EC) ନାମକୁ ପରିବର୍ତ୍ତନ କରି 'ମୋଦି କୋଡ୍ ଅଫ କଣ୍ଡକ୍ଟ' (Modi Code of Conduct) ରଖିଦେବା ଦରକାର। 


Also Read: WB Assembly Election 2021: କୁଚବିହାର ହିଂସାକାଣ୍ଡ ପରେ ମତଦାନ ବନ୍ଦ, କେନ୍ଦ୍ର-ରାଜ୍ୟ ମୁହାଁମୁହିଁ


ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Election 2021) ଲାଗି ଏପ୍ରିଲ ୧୦ ତାରିଖ ଶନିବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ କୁଚବିହାର ଠାରେ ହୋଇଥିବା ହିଂସାକାଣ୍ଡ ପରେ ଆଗାମୀ ୭୨ ଘଣ୍ଟା ପର୍ଯ୍ୟନ୍ତ ଏହି ଜିଲ୍ଲାକୁ ବିଭିନ୍ନ ଦଳର ରାଜନେତାଙ୍କ ଆଗମନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ। ଏହା ପରେ ରବିବାର କୁଚବିହାର ଜିଲ୍ଲା ଗସ୍ତରେ ଆସିବା ଲାଗି ଟିଏମସି ସୁପ୍ରିମୋଙ୍କୁ ଅନୁମତି ଦେଇନାହିଁ ସ୍ଥାନୀୟ ପ୍ରଶାସନ। 



କୁଚବିହାର ଗସ୍ତ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଟ୍ୱିଟ କରି ପ୍ରତିକ୍ରିୟା ରଖି ମମତା ବାନାର୍ଜୀ କହିଛନ୍ତି, "ବିଜେପି ଯାହା କିଛି କରିଦେଲେ ମଧ୍ୟ ଦୁନିଆର କୌଣସି ଶକ୍ତି ମୋତେ ମୋ ଲୋକଙ୍କ ଠାରୁ ଦୂରେଇ ରଖିପାରିବ ନାହିଁ। ଦୁଇ ଦିନ କିମ୍ବା ତିନି ଦିନ ପର୍ଯ୍ୟନ୍ତ ସେମାନେ ମୋତେ ଅଟକାଇ ରଖିବେ ହେଲେ ଚତୁର୍ଥ ଦିନ ମୁଁ କୁଚବିହାର ଯାଇ ମୋର ଭାଇଭଉଣୀଙ୍କୁ ସାକ୍ଷାତ କରିବି।   


କୁଚବିହାର ଜିଲ୍ଲାର ସୀତଲକୁଚି ଠାରେ ଘଟିଥିବା ନିର୍ବାଚନୀ ହିଂସାକାଣ୍ଡ ଘଟଣାରେ କେବଳ ନିର୍ବାଚନ ଆୟୋଗ ନୁହଁନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଟିଏମସି ସୁପ୍ରିମୋ। ଏନେଇ ସେ କହିଛନ୍ତି ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ଘଟଣା ଘଟିଲା ସେଥିଲାଗି ଗୃହମନ୍ତ୍ରୀ ଶାହ ଦାୟୀ। ଏ ଘଟଣାରେ ମୁଁ କେନ୍ଦ୍ରୀୟ ସୁରକ୍ଷା ବଳକୁ ଦାୟୀ କରିପାରିବି ନାହିଁ। କାରଣ ସେମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରିଥାନ୍ତି। ଏହି ଘଟଣାରେ ନିର୍ବାଚନ ଆୟୋଗ ସ୍ପଷ୍ଟୀକରଣ ଦେବା ଆବଶ୍ୟକ।  



Also Read: WB Assembly Elections 2021: ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ, ଟଳିପଡିଲେ ୪ TMC ସମର୍ଥକ


ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ସେ କହିଥିଲେ ନିର୍ବାଚନ ସମୟରେ ରାଜ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ରହିଥିବା କେନ୍ଦ୍ରୀୟ ସୁରକ୍ଷାବଳ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନେଇ ମୋତେ ପୂର୍ବରୁ ଜଣାପଡୁଥିଲା। ବିଜେପି ଜାଣିଛି ଏଥରର ନିର୍ବାଚନରେ ସେମାନଙ୍କୁ ଜନସମର୍ଥନ ମିଳିବ ନାହିଁ।  ଏଥିପାଇଁ ସେମାନେ ଲୋକଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର  ରଚିଥିଲେ। ଯଦି ଆପଣ ନିର୍ବାଚନ ଆରମ୍ଭରୁ ଏ ପର୍ଯ୍ୟନ୍ତ  ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ହିସାବ କରନ୍ତି ତାହେଲେ ପ୍ରାୟ ୧୭- ୧୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସମସ୍ତ ମୃତକଙ୍କ ମଧ୍ୟରୁ ଅତିକମରେ ୧୨ ଜଣ କେବଳ ଟିଏମସି ସମର୍ଥକ ରହିଛନ୍ତି।