WB Assembly Election 2021: କୁଚବିହାର ହିଂସାକାଣ୍ଡ ପରେ ମତଦାନ ବନ୍ଦ, କେନ୍ଦ୍ର-ରାଜ୍ୟ ମୁହାଁମୁହିଁ
Advertisement

WB Assembly Election 2021: କୁଚବିହାର ହିଂସାକାଣ୍ଡ ପରେ ମତଦାନ ବନ୍ଦ, କେନ୍ଦ୍ର-ରାଜ୍ୟ ମୁହାଁମୁହିଁ

କୁଚବିହାର ଠାରେ ହୋଇଥିବା ନିର୍ବାଚନୀ ହିଂସାକାଣ୍ଡ ପରେ ମତଦାନକୁ ବନ୍ଦ କରାଯାଇଛି।

WB Assembly Election 2021: କୁଚବିହାର ହିଂସାକାଣ୍ଡ ପରେ ମତଦାନ ବନ୍ଦ, କେନ୍ଦ୍ର-ରାଜ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ସମୟରେ ହିଂସାତ୍ମକ ଘଟଣା ଘଟିବା ପରେ ସୁରକ୍ଷା ଦାୟିତ୍ୱରେ ରହିଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୪ ଲୋକଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାର ସୀତାଲକୁଚି ଘଟିଥିବା ଏ ଘଟଣା ପରେ ସ୍ଥାନୀୟ ୧୨୫ ନମ୍ବର ବୁଥରେ ମତଦାନକୁ ବାତିଲ କରାଯାଇଛି। ଏ ଘଟଣାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି ରାଜ୍ୟ।     

ରାଜ୍ୟର କୁଚବିହାର (Cooch Behar) ଜିଲ୍ଲାସ୍ଥିତ ସୀତାଲକୁଚି ବିଧାନସଭା ଆସନ (Sitalkuchi Assembly Constituency) ଅଞ୍ଚଳରେ ହୋଇଥିବା ନିର୍ବାଚନୀ ହିଂସାକାଣ୍ଡ (Poll Violence) ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (West Bengal Chief Minster) ତଥା ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee) କେନ୍ଦ୍ର ବିରୁଦ୍ଧରେ ଷଡଯନ୍ତ୍ର କରୁଥିବାର ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଏ ଘଟଣାରେ ଜଡିତ ରହିଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନ (Election Commission) ନିକଟରେ ଦାବି କରିଛନ୍ତି। 

Also Read: WB Assembly Elections 2021: ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ, ଟଳିପଡିଲେ ୪ TMC ସମର୍ଥକ

 

କୁଚବିହାର ଠାରେ ହୋଇଥିବା ନିର୍ବାଚନୀ ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖି ଟିଏମସି ସୁପ୍ରିମୋ କହିଛନ୍ତି ଜିଲ୍ଲାର ସୀତାଲକୁଚି ଠାରେ କେନ୍ଦ୍ରୀୟ ସୁରକ୍ଷା ବଳ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ୪ ଜଣ ଲୋକଙ୍କ ମତ୍ୟୁ ହୋଇଛି। ଶନିବାର ମତଦାନ ଚାଲିଥିବା ସମୟରେ ସେଠାରେ ଅନ୍ୟ ଜଣେ ଲୋକର ମୃତ୍ୟୁ ହୋଇଛି। ସିଆରପିଏଫ ସହ ମୋର କୌଣସି ଶତ୍ରୁତା ନାହିଁ। ହେଲେ ଗୃହମନ୍ତ୍ରୀଙ୍କ ଇସାରାରେ ଯେଉଁ ଷଡଯନ୍ତ୍ର ରଚାଯାଇଛି ତାହା ଆଜି ଘଟିଥିବା ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ଭୋଟ ଦେବା ଲାଗି ଧାଡିରେ ଛିଡା ହୋଇଥିବା ଲୋକଙ୍କୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଗୁଳି କରିଛି ହେଲେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନଙ୍କ ସାହାସ କିପରି ହେଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ। ବିଜେପି ଜାଣିଛି ସେମାନେ ନିର୍ବାଚନରେ ହାରିବେ, ସେଥିପାଇଁ ଆମ ଦଳର ଭୋଟର ଏବଂ ଦଳୀୟ ସମର୍ଥକଙ୍କୁ ହତ୍ୟା କରାଯାଉଛି।            

କୁଚବିହାର ହିଂସାକାଣ୍ଡ ମାମଲାରେ ପ୍ରତିକ୍ରିୟା ରଖି ସିଆରପିଏଫ (CRPF) ପକ୍ଷରୁ କୁହାଯାଇଛି ସୀତାଲକୁଚି ନିର୍ବାଚନମଣ୍ଡଳୀ ଅଧିନସ୍ଥ ୧୨୫ ନମ୍ବର ବୁଥ ଠାରେ ୪ ଜଣ ଲୋକଙ୍କ ମୃତ୍ୟୁ ହେବା ଘଟଣାରେ ଆମର କୌଣସି ସମ୍ପୃକ୍ତି ନାହିଁ। ସେହି ବୁଥ ସୁରକ୍ଷା ଦାୟିତ୍ୱରେ ବିଭାଗୀୟ କର୍ମଚାରୀ ନଥିବା ଏହି କେନ୍ଦ୍ରୀୟ ସୁରକ୍ଷାବଳ ପକ୍ଷରୁ ଜଣାଇ ଦିଆଯାଇଛି।  ଅନ୍ୟପଟେ ଏ ଘଟଣା ବାବଦରେ ସ୍ଥାନୀୟ ପ୍ରଶାସନ ଠାରୁ ରିପୋର୍ଟ ମାଗିଛନ୍ତି ନିର୍ବାଚନ ଆୟୋଗ।

Also Read: WB Assembly Elections 2021: ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି

ଏହା ପୂର୍ବରୁ କୁଚବିହାର ଜିଲ୍ଲାର ଏକ ମତଦାନ କେନ୍ଦ୍ର ବାହାରେ କେତେକ ଅଜ୍ଞାତ ଲୋକ ଆନନ୍ଦ ବର୍ମନ ନାମକ ଜଣେ ଯୁବକକୁ ଗୁଳି ମାରି ହତ୍ୟା କରିଛନ୍ତି। ଏହାକୁ ନେଇ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଉଭୟ ଟିଏମସି-ବିଜେପି ସାମ୍ନାସାମ୍ନି ହୋଇଛନ୍ତି। ଏ ଘଟଣାରେ ପ୍ରତିକ୍ରିୟା ରଖି ବିଜେପି ପକ୍ଷରୁ କୁହାଯାଇଛି ମୃତକ ଯୁବକ ଜଣେ ପୋଲିଂ ଏଜେଣ୍ଟ ଥିଲା। ଗୁଳିକାଣ୍ଡ ଘଟଣାକୁ ନେଇ ଟିଏମସିକୁ ଦାୟୀ କରିଛି ଦଳ। ଜିଲ୍ଲାର ସିତାଲକୁଚିସ୍ଥିତ ପଠାନତୁଲି ଅଞ୍ଚଳରେ ରହିଥିବା ୮୫ ନମ୍ବର ବୁଥରେ ମତଦାନ ଚାଲିଥିବା ବେଳେ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି।         

ଏକ ଗାଁରେ ଆକ୍ରମଣ କରାଯିବା ପରେ ସିଆଇଏସଏଫ୍ (CISF) ଯବାନଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଏ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ସଂଘର୍ଷ ହେବା ପରେ ସେଠାକାର ଲୋକ କେନ୍ଦ୍ରୀୟ ସୁରକ୍ଷା ବଳ ଯବାନଙ୍କୁ ଘେରିନେବା ସହ ସେମାନଙ୍କ ରାଇଫଲ ଛଡାଇ ନେବାକୁ ଚେଷ୍ଟା କରିବା ପରେ ସୁରକ୍ଷା ବାହିନୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।