`ନିର୍ବାଚନ ସରିବା ପରେ ଦେଶ ଛାଡ଼ି ପଳାୟନ କରିବେ ଅନେକ ବିରୋଧି ଦଳ ନେତା`
ନିର୍ବାଚନ ଶେଷ ହେବା ପରେ ବିଦେଶକୁ ପଳାୟନ କରିବେ ବିରୋଧି ଦଳ ନେତା।
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ବିଭିନ୍ନ ଦଳ ପକ୍ଷରୁ ଜାରି ରହିଛି ନିର୍ବାଚନ ପ୍ରଚାର। ବିଧାନସଭା ନିର୍ବାଚନ ପାଇଁ ମାର୍ଚ୍ଚ ୩ ତାରିଖ ଗୁରୁବାର ହେବାକୁ ଯାଉଛି ଷଷ୍ଠ ପର୍ଯ୍ୟୟ ଭୋଟଗ୍ରହଣ। ଏହି ପର୍ଯ୍ୟାୟ ଆସନ୍ତକାଲ ସନ୍ଧ୍ୟା ସୁଦ୍ଧା ହେବାକୁ ନିର୍ବାଚନ ପ୍ରଚାର ଶେଷ।
ଏହିକ୍ରମରେ ରବିବାର ରାଜ୍ୟର ମହାରାଜଗଞ୍ଜ ଜିଲ୍ଲାରେ ଦଳୀୟ ପ୍ରଚାର କରିବା ଅବସରରେ ବିରୋଧି ଦଳ ବିରୋଧରେ ବର୍ଷିଛନ୍ତି ବିଜେପି ତାରକା ପ୍ରଚାରକ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏନେଇ ସେ କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ହେବାକୁ ଯାଉଥିବା ବେଳେ ଦଳ ପରାଜିତ ହେଉଥିବା ନେଇ ଜାଣିବା ପରେ ସମାଜବାଦୀ ପାର୍ଟି ସମେତ ବହୁ ବିପକ୍ଷ ନେତା ବିଦେଶକୁ ପଳାୟନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।
Also Read: ବିଜେପି ସରକାର ଆସିବା ପୂର୍ବରୁ ରାଜ୍ୟରେ ହେଉଥିଲା ବିଦ୍ୟୁତ ସେବାର ରାଜନୀତିକରଣ: CM Yogi
ରବିବାର ରାଜ୍ୟର ମହାରାଜଗଞ୍ଜ ଜିଲ୍ଲାର ସିସୱା ବିଧାନସଭା ଆସନରେ ଆୟୋଜିତ ହୋଇଥିବା ଜନସଭାକୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ରାଜ୍ୟରେ ପୁଣି ଥରେ ସରକାର ଗଠନ କରିବା ଲାଗି ବିଜେପି ପୂର୍ଣ୍ଣ ବହୁମତ ଆଡ଼କୁ ଅଗ୍ରସର ହେଉଛି। ନିର୍ବାଚନରେ ପରାଜିତ ହେଉଥିବା ନେଇ ଜାଣିବା ପରେ ସମାଜବାଦୀ ପାର୍ଟି ସମେତ ବହୁ ବିପକ୍ଷ ନେତା ବିଦେଶକୁ ପଳାୟନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ସେମାନଙ୍କୁ ମଧ୍ୟରୁ କିଏ ଇଂଲଣ୍ଡ, କିଏ ଅଷ୍ଟ୍ରେଲିଆ, କିଏ ନେପାଳ ପଳାୟନ କରିବାକୁ ପ୍ରସ୍ତୁତି କରୁଛନ୍ତି।
କିଛି ଦିନ ପୂର୍ବେ ଦଳୀୟ ପ୍ରଚାର କରିବା ଅବସରରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କହିଥିଲେ ଲୋକେ ତାଙ୍କୁ ତାଙ୍କ ଘର ଗୋରଖପୁର ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ୟାକର୍ସ ଏବଂ ମୁଭର୍ସ (Packers & Movers) ଡାକି ଗୋରଖପୁର ଯାତ୍ରା କରିବା ପାଇଁ ବିମାନ ଟିକେଟ କିଣିଛନ୍ତି।
Also Read: 'ଦଳ ଛାଡି ପଳାୟନ କରିଥିବା ନେତା ସେମାନଙ୍କ ଆସନ ବଞ୍ଚାଇବାରେ ଲାଗିଛନ୍ତି'
ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ କଟାକ୍ଷ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ବିଜେପି ସ୍ଲୋଗାନ ହେଉଛି "ସବକା ସାଥ ଏବଂ ସବକା ବିକାଶ" ହେଲେ ସମାଜବାଦୀ ସ୍ଲୋଗାନ ହେଉଛି "ସବକା ସାଥ ହେଲେ କେବଳ ସୈଫଇ ପରିବାରର ବିକାଶ"। ଯଦି ରାଜ୍ୟରେ ବିଜେପି ସରକାର ଗଠନ ହୁଏ ତାହେଲେ ଗରିବଙ୍କ ଜମି ଦଖଲ କରିଥିବା ଦଖଲକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶ କିମ୍ବା ରାଜ୍ୟର ସୁରକ୍ଷା ସହ କାହାକୁ ଖେଳିବାକୁ ଦିଆଯିବ ନାହିଁ।
ପାଞ୍ଚ ବର୍ଷ ପୂର୍ବେ ରାଜ୍ୟବାସୀଙ୍କୁ ବିଜୁଳି ମିଳୁନଥିଲା। ସେତେବେଳେ ବିଦ୍ୟୁତ ସେବାର ଜାତି ଧର୍ମ ଥିଲା। ହେଲେ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ବିନା ଭେଦଭାବରେ ସମସ୍ତଙ୍କୁ ବିଦ୍ୟୁତ୍ ସେବା ପ୍ରଦାନ କରାଯାଉଛି। ବର୍ତ୍ତମାନ ଯୁବକଙ୍କୁ ରୋଜଗାର ମିଳିବା ସହ ବିଦ୍ୟାଳୟ, ମହାବିଦ୍ୟାଳୟ, ଆଇଟିଆଇ, ବିଶ୍ୱବିଦ୍ୟାଳୟ ଏବଂ ମେଡିକାଲ କଲେଜ ନିର୍ମାଣ କରାଯାଉଛି। ମହାରାଜଗଞ୍ଜ ଜିଲ୍ଲାରେ ମଧ୍ୟ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
Also Read: 'ଅନ୍ୟ କେହି ନୁହେଁ କଂଗ୍ରେସକୁ ଡୁବାଇବା ଲାଗି ରାହୁଲ ଗାନ୍ଧୀ-ପ୍ରିୟଙ୍କା ଗାନ୍ଧୀ ଯଥେଷ୍ଟ'
ମୁଖ୍ୟମନ୍ତ୍ରୀ ଯୋଗୋୀ ଦାବି କରି କହିଛନ୍ତି ବିଜେପି ୩ ଶହରୁ ଅଧିକ ଆସନ ହାତେଇ ରାଜ୍ୟରେ ପୁଣି ଥରେ ପ୍ରଚଣ୍ଡ ବହୁମତ ସହ ସରକାର ଗଠନ କରିବ। ବିଜେପି ସପକ୍ଷରେ ବହୁଥିବା ପ୍ରଚଣ୍ଡ ହାୱା ଦେଖି ମୁଁ କହିପାରେ ଯେ ୧୦ ମାର୍ଚ୍ଚରେ ବିଜେପି ପୁଣି ଥରେ ୩ ଶହରୁ ଅଧିକ ଆସନ ପାଇବ।