ମମତାଙ୍କୁ ଗୋଟିଏ ଦିନରେ ଦ୍ୱିତୀୟ ଝଟକା, ବିଜେପିରେ ସାମିଲ ହେଲେ ଟିଏମସି ବିଧାୟକ
ଏହା ପୂର୍ବରୁ ମିହିର ଗୋସ୍ୱାମୀଙ୍କ ବିଷୟରେ ସୂଚନା ଦେଇ ବିଜେପି ସାଂସଦ (BJP MP) ସୌମିତ୍ର ଖାନ କହିଛନ୍ତି ଯେ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିବାରୁ ଆମେ ମିହିର ଦାଙ୍କୁ ଧନ୍ୟବାଦ ଦେଉଛୁ । ଏକ ଘଣ୍ଟା ମଧ୍ୟରେ ସେ ଆମ ଦଳରେ ଯୋଗଦେବେ ବୋଲି ଆଶା କରାଯାଉଛି ।
ନୂଆଦିଲ୍ଲୀ: West Bengal Assembly Election 2021: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC) କୁ ଶୁକ୍ରବାର ଗୋଟିଏ ଦିନରେ ଦ୍ୱିତୀୟ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତଥା ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ (Shubhendu Adhikari) ଙ୍କ ଇସ୍ତଫା ପରେ ବିଧାୟକ ମିହିର ଗୋସ୍ୱାମୀ (TMC MLA Mihir Goswami) ଇସ୍ତଫା ଦେଇଛନ୍ତି । ଦୁଇ ନେତା ବିଜେପି (BJP) ରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି । ଏହା ମଧ୍ୟରେ ବିଧାୟକ ମିହିର ଗୋସ୍ୱାମୀ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ସେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିଆ (Kailash Vijayvargiya) ଙ୍କ ଉପସ୍ଥିତିରେ ଗେରୁଆ ଦଳରେ ଯୋଗ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-'ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମମତାଙ୍କୁ ବଡ଼ ଝଟକା, ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦଳର ଏହି ବଡ଼ ନେତା
ଏହା ପୂର୍ବରୁ ମିହିର ଗୋସ୍ୱାମୀଙ୍କ ବିଷୟରେ ସୂଚନା ଦେଇ ବିଜେପି ସାଂସଦ (BJP MP) ସୌମିତ୍ର ଖାନ କହିଛନ୍ତି ଯେ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିବାରୁ ଆମେ ମିହିର ଦାଙ୍କୁ ଧନ୍ୟବାଦ ଦେଉଛୁ । ଏକ ଘଣ୍ଟା ମଧ୍ୟରେ ସେ ଆମ ଦଳରେ ଯୋଗଦେବେ ବୋଲି ଆଶା କରାଯାଉଛି ।
ଦଳ ଛାଡିବାକୁ ଇଚ୍ଛା ପ୍ରକାଶ କରିଥିବା ଟିଏମସି ବିଧାୟକ ମିହିର ଗୋସ୍ୱାମୀ ଶୁକ୍ରବାର ବିଜେପି ସାଂସଦ ନିଶିତ ପ୍ରମାନିକଙ୍କ ସହ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ଏହା ପୂର୍ବରୁ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀ (Shubhendu Adhikari) ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବିଗତ କିଛି ଦିନ ହେବ ସେ ବିଦ୍ରୋହୀ ମନୋଭାବ ପୋଷଣ କରିଛନ୍ତି ।
ଅଧିକ ପଢ଼ନ୍ତୁ:-'ସିବିଆଇ, ଇଡିର ଭୟ କାହାକୁ ଦେଖାଉଛନ୍ତି, ମୁଁ କାପୁରୁଷ ନୁହେଁ..ତୁମର ଔକାତ କ’ଣ?'
ଆପଣଙ୍କୁ କହି ରଖୁଛୁ ଯେ ଶୁଭେନ୍ଦୁ ଅଧିକାରୀଙ୍କୁ ମମତା ସରକାର (Mamata Govt) ରେ ପରିବହନ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ବେଙ୍ଗଲ ରାଜନୀତିରେ ତାଙ୍କର ଦବଦବା ରହିଛି । କିନ୍ତୁ ଗତ କିଛି ଦିନ ହେବ ଭାରତୀୟ ଜନତା ପାର୍ଟି (BJP) କୁ ଯିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଏହା ମଧ୍ୟରେ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଖବର ଆସିଛି ।