ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟବୀମା ଯୋଜନା ଲାଗୁ ହେବ।  ପୁଣି ଏହି ଯୋଜନା ସହ ପୂର୍ବରୁ ରାଜ୍ୟରେ ଚାଲୁଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତଥା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ସମନ୍ୱାତ କରାଯିବ। ଏହିକ୍ରମରେ ରାଜ୍ୟର ୧ କୋଟି ପରିବାର ଉପକୃତ ହେବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଶେଷ ହେବାପରେ କେନ୍ଦ୍ର ସରକାରଙ୍କ ସହ ଏ ନେଇ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହେବ। ଯାହାଦ୍ୱାରା ରାଜ୍ୟର ହିତାଧିକାରୀମାନେ ଦେଶର ଯେ କୌଣସି ସ୍ଥାନରେ ୨ ହଜାର ତାଲିକାଭୁକ୍ତ ହସ୍‍ପିଟାଲ୍‍ରେ ଚିକିତ୍ସା ପାଇପାରିବେ। ପୂର୍ବରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଏସ୍‍କେଓ୍ୱାଇରେ ମାତ୍ର ୯୫୦ ହସ୍‍ପିଟାଲ୍‍ରେ ଚିକିତ୍ସା ସୁବିଧା ମିଳୁଥିଲା। 


ଶ୍ରୀ ମହାଲିଙ୍ଗ କହିଛନ୍ତି ଏଥିରେ ପ୍ରଥମଥର ଲାଗି ୭୦ ବର୍ଷରୁ ଉର୍ଦ୍ଧ୍ୱ ଲୋକେ ଚିକିତ୍ସା ସୁବିଧା ପାଇବେ। ସମୁଦାୟ ସାଢ଼େ ୩ କୋଟି କାର୍ଡ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଏହି କାର୍ଡଧାରୀ ମହିଳା ହିତାଧିକାରୀଙ୍କୁ ୫ ଲକ୍ଷ ଏବଂ ପୁରୁଷ ହିତାଧିକାରୀଙ୍କୁ ୧୦ ଲକ୍ଷ ଟଙ୍କାର କ୍ୟାସ୍ ଲେଶ୍‍ ଚିକିତ୍ସା ସୁବିଧା ମିଳିବ। 


ସେ କହିଛନ୍ତି, ଆୟୁଷ୍ମାନ ଭାରତରେ ୬୭ ଲକ୍ଷ ପରିବାର ଅନ୍ତର୍ଭୁକ୍ତ ହେବାକୁ ଥିବାବେଳେ ବାକି ପରିବାର ଗୋପବନ୍ଧୁ ଯୋଜନାରେ ସୁବିଧା ପାଇବେ । ରାଜ୍ୟ ବାହାରେ ରହୁଥିବା ଓଡ଼ିଶା ଲୋକ ଏହାଦ୍ବାରା ଅଧିକ ଲାଭବାନ ହେବେ । ଯୋଜନାରେ ପୂର୍ବ ପରି ପ୍ରତି ପରିବାରକୁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ସୁବିଧା ମିଳିବ । ସେହିପରି ରାସନକାର୍ଡରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ବି ସରକାର ଏହି ଯୋଜନାରେ ସାମିଲ କରାଯିବ। ବ୍ୟବସ୍ଥା ଲାଗୁରେ ଯେପରି କୌଣସି ତ୍ରୁଟି ନରହିବ, ସେଥିପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି ।


Also Read- କେନ୍ଦ୍ର ବିଜେପି ନେତାଙ୍କୁ ଭେଟି କି ସଙ୍କେତ ଦେଉଛନ୍ତି ଅଚ୍ୟୁତ, ସ୍ୱାର୍ଥ ପାଇଁ ବିଜେଡି ରଥ ସାଜିଥିଲା କି?


Also Read- Budh Vakri 2024: ବୁଧଙ୍କ ଚଳନ ପ୍ରଭାବ, ୨୬ ନଭେମ୍ୱର ପର୍ଯ୍ୟନ୍ତ ୩ ରାଶିକୁ ମିଳିବ ଲାଭ