ଭୋପାଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବାତିଲ ହେତୁ ଗୋଟିଏ ପଟେ ପଞ୍ଚ, ସରପଞ୍ଚ, ଜନପଦ ଏବଂ ଜିଲ୍ଲା ପଞ୍ଚାୟତ ନିର୍ବାଚନ ଲଢିବାକୁ ଆଗ୍ରହୀ ଥିବା ପ୍ରାର୍ଥୀ ହତାଶ ହୋଇ ନିରାଶ ହୋଇପଡିଛନ୍ତି। ହେଲେ ଅନ୍ୟ ପଟେ ନିର୍ବାଚନ ବାତିଲ ହେବା ପରେ ଜଣେ ସରପଞ୍ଚ ପ୍ରାର୍ଥୀ ଖୁସି ହୋଇ ନିଜ ଗାଁ ରାସ୍ତାରେ ବାଜା ବଜାଇ ନିଜର ଖୁସି ଜାହିର କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ମଧ୍ୟ ପ୍ରଦେଶର ସତନା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଜିଲ୍ଲାର ପଚଲି ପଞ୍ଚଲି ପଞ୍ଚାୟତରୁ ଆସିଛି ଏଭଳି ମଜାଦାର ମାମଲା। ଏହି ଗ୍ରାମ ପଞ୍ଚାୟତର ସରପଞ୍ଜ ପଦ ଲାଗି ପ୍ରତିଦ୍ୱନ୍ଦ୍ୱୀ କରୁଥିବା ଉଜେନୀ ଗ୍ରାମର ନିବାସୀ କୃଷ୍ଣ ପ୍ରକାଶ ଗୌତମ ନିର୍ବାଚନ ବାତିଲ ହେବା ପରେ ନିଜ ଗାଁ ରାସ୍ତାରେ ବାଜା ବଜାଇ ନିଜର ଖୁସି ଜାହିର କରିଛନ୍ତି।  


Also Read: ପଞ୍ଚାୟତ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀ ଦେଲେ ଅଗ୍ନି ପରୀକ୍ଷା


ଏହି ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା କୃଷ୍ଣ ପ୍ରକାଶ ଗୌତମଙ୍କ ନିର୍ବାଚନୀ ଚିହ୍ନ ତାଲା ଚାବି ଥିଲା ଏବଂ ସେ ବ୍ୟାନର ଏବଂ ପୋଷ୍ଟର ଛାପିବା ସହିତ ନିର୍ବାଚନ ପ୍ରସ୍ତୁତି ପାଇଁ ବହୁ ଅର୍ଥ ଖର୍ଚ୍ଚ କରିଥିଲେ। ଗାଁର କିଛି ଲୋକ ତାଙ୍କର ଏହି କାମକୁ ନେଇ ମଜା ନେଉଥିବାବେଳେ ଅନ୍ୟପଟେ ତାଙ୍କ ଦ୍ୱାରା ନିର୍ବାଚନ ବାତିଲ ହେବା ପରେ ନିଜ ଗାଁ ରାସ୍ତାରେ ବାଜା ବଜାଇବା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। 


Also Read: ଭୋଟ ପାଇଁ ସିଙ୍ଗଡା-ଜଲେବି; ବାଣ୍ଟିବା ପୂର୍ବରୁ ବୋହିନେଲା ପୋଲିସ


ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବାତିଲ ହେବା ପରେ ନିର୍ବାଚନ ଲଢିବାକୁ ଦାଖଲ ହୋଇଥିବା ଜମା ରାଶିକୁ ପ୍ରାର୍ଥୀଙ୍କୁ ଫେରାଇବା ପ୍ରକ୍ରିୟା ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି। ଏହାର କାରଣ ହେଉଛି ନିର୍ବାଚନ ଲଢିବାକୁ ଯାଉଥିବା ପ୍ରାର୍ଥୀଙ୍କ ଦ୍ୱାରା ବହୁ ପରିମାଣରେ ଅର୍ଥ ଖର୍ଚ୍ଚ ହୋଇଛି।