ଭୋଟ ପାଇଁ ସିଙ୍ଗଡା-ଜଲେବି; ବାଣ୍ଟିବା ପୂର୍ବରୁ ବୋହିନେଲା ପୋଲିସ
Advertisement
Article Detail0/zeeodisha/odisha883762

ଭୋଟ ପାଇଁ ସିଙ୍ଗଡା-ଜଲେବି; ବାଣ୍ଟିବା ପୂର୍ବରୁ ବୋହିନେଲା ପୋଲିସ

ନିର୍ବାଚନରେ ଜନସମର୍ଥନ ହାତେଇ ବାଜିମାତ କରିବାକୁ ଜଣେ ଆଶାୟୀ ପ୍ରାର୍ଥୀ ଏକ ଅଭିନବ ଉପାୟ ଗ୍ରହଣ କରିଛନ୍ତି।

ଭୋଟ ପାଇଁ ସିଙ୍ଗଡା-ଜଲେବି; ବାଣ୍ଟିବା ପୂର୍ବରୁ ବୋହିନେଲା ପୋଲିସ

ନୂଆଦିଲ୍ଲୀ: ନିର୍ବାଚନରେ ଜନସମର୍ଥନ ହାତେଇବା ଲାଗି ବିଭିନ୍ନ ପ୍ରକାର ପ୍ରୟାସ କରିଥାନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ଆଜିକାଲି ଅନୁଷ୍ଠିତ ହେଉଥିବା ନିର୍ବାଚନରେ ମଦ ମାଂସ, ଟଙ୍କା ବାଣ୍ଟିବା ସାଧାରଣ କଥା ହୋଇଗଲାଣି। ଭୋଟ ଗ୍ରହଣ ଦିନ ଦିନକୁ ପାଖେଇ ଆସିବା ସମୟରେ ମତାଦାତାଙ୍କ ଆଶୀର୍ବାଦ ନେବା ଲାଗି ବିଭିନ୍ନ ସମୟରେ ସର୍ବସାଧାରଣରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଣ୍ଡବତ ପ୍ରଣାମ କରୁଥିବାର ଦେଖାଯାଇଥାଏ।

ନିର୍ବାଚନ ବେଳେ ମତଦାତଙ୍କ ସମର୍ଥନ ପାଇବାକୁ କେବଳ ମଦ ମାଂସ, ଟଙ୍କା ବାଣ୍ଟି ନୁହେଁ ଭୋଜିଭାତର ଆୟୋଜନ କରିବା ସହ ମନୋରଞ୍ଜନର ବ୍ୟବସ୍ଥା ମଧ୍ୟ କରିଥାନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ହେଲେ ସତ ଚେଷ୍ଟା କରିବା ସତ୍ତ୍ୱେ ଏଭଳି କାର୍ଯ୍ୟ ଉପରେ  ରୋକ ଲଗାଯାଇ ପାରୁନାହିଁ। ସଦ୍ୟ ଏହାର ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଉନ୍ନାଓଁ ଜିଲ୍ଲାର ଜାରି ଗ୍ରାମପଞ୍ଚାୟତରେ।  

Also Read: ମିଆଁମାର ପ୍ରାର୍ଥୀଙ୍କ ଅନନ୍ୟ ଅଭିଯାନ; 'ଅଣ୍ଡା ଏବଂ ପିଆଜ ନିଅ, ବଦଳରେ ଭୋଟ ଦିଅ'

 

ଚଳିତ ବର୍ଷ ଏପ୍ରିଲ ୧୫ ତାରିଖରୁ ୨୯ ପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନ ଲାଗି ଜାରି ଗ୍ରାମପଞ୍ଚାୟତରେ ହେବାକୁ ଯାଉଛି ଭୋଟଗ୍ରହଣ। ଏହି ନିର୍ବାଚନରେ ଜନସମର୍ଥନ ହାତେଇ ବାଜିମାତ କରିବାକୁ ଜଣେ ଆଶାୟୀ ପ୍ରାର୍ଥୀ ଏକ ଅଭିନବ ଉପାୟ ଗ୍ରହଣ କରିଛନ୍ତି।    

Also Read: 'Wheelchair' ରହସ୍ୟ ଖୋଲିଦେଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ

 

ତାଙ୍କର କାରନାମା ଶୁଣିଲେ ଆପଣ ନ ହସି ରହିପାରିବେ ନାହିଁ। ଯେଉଁଠି ନିର୍ବାଚନରେ ମତଦାତାଙ୍କୁ ଆକର୍ଷିତ କରିବା ଲାଗି  ମଦ ମାଂସ, ଟଙ୍କା ବାଣ୍ଟାଯାଇଥାଏ ହେଲେ ଏଠାରେ ଜଣେ ପ୍ରାର୍ଥୀ ସିଙ୍ଗଡା (Samosa), ଜଲେବି (Jalebi) ବାଣ୍ଟିବାକୁ ଯୋଜନା କରିଥିଲେ ମଧ୍ୟ ଏହା ଫଳପ୍ରଦ ହୋଇପାରିନାହିଁ।

Also Read: 'ପଶ୍ଚିମବଙ୍ଗରୁ ମେ ୨ ତାରିଖରେ ଧୂମଧାମରେ ବିଦାୟ ନେବେ ଦିଦି'

 

ନିର୍ବାଚନରେ ମତଦାତାଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟାଯାଉଥିବା ନେଇ ଖବର ପାଇବା ପରେ ଏହାକୁ ଜବତ କରି ନିଆଯାଇଥିଲା। ଏ ଘଟଣାରେ ପ୍ରତିକ୍ରିୟା ପୋଲିସ ପକ୍ଷରୁ କୁହାଯାଇଛି ପ୍ରାୟ ୨ କ୍ୱିଣ୍ଟାଲ ଜଲେବି ଏବଂ ୧୦୦୦ ସିଙ୍ଗଡା ଜବତ କରାଯାଇଛି। ଯାହାକୁ ପଞ୍ଚାୟତ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ମତଦାତାଙ୍କ ଉଦ୍ଦେଶ୍ୟରେ ବନାଇଯାଇଥିଲା। ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଉଲଂଘନ କରିବା ଏବଂ କୋରୋନା ଗାଇଡଲାଇନ୍ସ ଭାଙ୍ଗିବା ଅଭିଯୋଗରେ ମାମଲା ଦାଏର କରିଛି ସ୍ଥାନୀୟ ପ୍ରଶାସନ।