ପଞ୍ଚାୟତରେ ପ୍ରଧାନ ପଦରେ ନିର୍ବାଚନ ଲଢୁଥିବା ଜଣେ ପ୍ରାର୍ଥୀ ଜଳନ୍ତା ଅଙ୍ଗାର ଉପରେ ଚାଲି ନିଜେ ଦେଇଥିବା ପ୍ରତିଶୃତି ପୂରଣ କରିବାକୁ ପ୍ରତିଜ୍ଞା କରିଛନ୍ତି।
Trending Photos
ପାଟନା: କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ଜନସମର୍ଥନ ପାଇବା ଲାଗି ବିଭିନ୍ନ ଉପାୟରେ କରିଥାନ୍ତି ପ୍ରୟାସ। କିଏ ଲୋଭନୀୟ ନିର୍ବାଚନୀ ଇସ୍ତାହାର ଘୋଷଣା କରିଥାଏ ଆଉ କିଏ ଜନତାଙ୍କ ସାମ୍ନାରେ ପ୍ରତିଶୃତି ବର୍ଷା କରିଥାଏ। ହେଲେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ କଥାକୁ ସହଜେ ବିଶ୍ୱାସ କରି ପାରିନାହାଁନ୍ତି ଲୋକ।
ସଦ୍ୟ ବିହାରରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥୀଙ୍କୁ ଦେବାକୁ ପଡି଼ଛି ଅଗ୍ନି ପରୀକ୍ଷା। ରାଜ୍ୟର ଗୋପାଳଗଞ୍ଜ ଜିଲ୍ଲାର ଶେର ପଞ୍ଚାୟତରେ ପ୍ରଧାନ ପଦ ଲାଗି ନିର୍ବାଚନ ଲଢୁଥିବା ଜଣେ ପ୍ରାର୍ଥୀ ଜଳୁଥିବା ଅଙ୍ଗାର ଉପରେ ଖାଲି ପାଦରେ ଚାଲି ନିଜେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି।
ଶେର ପଞ୍ଚାୟତରେ ପ୍ରଧାନ ପଦରେ ନିର୍ବାଚନ ଲଢୁଥିବା ମୁନ୍ନା ମହତ୍ତୋ ନାମକ ଜଣେ ପ୍ରାର୍ଥୀ ଜଳନ୍ତା ଅଙ୍ଗାର ଉପରେ ଚାଲି ନିଜେ ଦେଇଥିବା ପ୍ରତିଶୃତି ପୂରଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ନିଜକୁ ମାତା ଦେବୀଙ୍କ ଭକ୍ତ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ନିଆଁ ଚାଲି ମୁଁ ଅଗ୍ନି ପରୀକ୍ଷା ଦେଇଛି। ନିର୍ବାଚନ ଜିତିବା ପରେ ମୁଁ ଲୋକଙ୍କ ପାଇଁ କାମ କରିବ। ଅଗ୍ନି ପରୀକ୍ଷା ଦେବା ପରେ ଲୋକଙ୍କ ପ୍ରାର୍ଥୀଙ୍କ ଜୟକାର କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଅନ୍ୟ ପ୍ରାର୍ଥୀ ନିର୍ବାଚନରେ ଦିଆଯାଇଥିବା ପ୍ରତିଶୃତି ଭୁଲି ଯାଇଥାନ୍ତେ ହେଲେ ମୁଁ ଭୁଲିବି ନାହିଁ। ମୁଁ ଦେଇଥିବା ପ୍ରତିଜ୍ଞା ପାଳନ କରିବି।
Also Read: ଭୋଟ ପାଇଁ ସିଙ୍ଗଡା-ଜଲେବି; ବାଣ୍ଟିବା ପୂର୍ବରୁ ବୋହିନେଲା ପୋଲିସ
ପ୍ରଥମ ଥର ପାଇଁ କୌଣସି ନିର୍ବାଚନ ଲଢୁଥିବା ମୁନ୍ନା ପ୍ରତ୍ୟେକ ଦିନ ଦେବୀମାତାଙ୍କ ପୂଜାର୍ଚ୍ଚନା କରିଥାନ୍ତି। ଏହି ଦେବୀ ସ୍ଥାନ ଠାରେ ପ୍ରତିଦିନ ଲୋକଙ୍କ ଭିଡ଼ ଜମିଥାଏ। ପ୍ରାର୍ଥୀ ମୁନ୍ନା କହିଛନ୍ତି ଯେ ସେ ନିର୍ବାଚନରେ ଜିତିବା ପର୍ଯ୍ୟନ୍ତ ପୂଜା କରିବା ଜାରି ରଖିବେ। ନିଜର ବିଜୟ ଦାବି କରି ସେ କେବଳ ଦୈବୀ ଶକ୍ତି ବଳରେ ନିର୍ବାଚନରେ ଜିତିବେ ବୋଲି କହିଥିଲେ।
ମୁନ୍ନା ମହତ୍ତୋଙ୍କ ଏହି ଅଗ୍ନି ପରୀକ୍ଷା ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରୀତ ହୋଇଥିଲେ ଆଉ ଲୋକେ ତାଙ୍କର ଜୟକାର କରିଥିଲେ। ପ୍ରଥମେ ଏହି ଦେବୀ ସ୍ଥାନ ପରିସରରେ ଏକ ଗର୍ତ୍ତ ତିଆରି କରାଯାଇଥିଲା ଏବଂ ଏହା ପରେ ସେଥିରେ ରଖାଯାଇଥିବା ଅଙ୍ଗାର ଉପରେ ମୁନ୍ନା ଖାଲି ପାଦରେ ଚାଲିଥିଲେ। ମୁନ୍ନା ପଞ୍ଚାୟତ ନିର୍ବାଚନରେ ଅବତୀର୍ଣ୍ଣ ହେବା ପରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକର୍ଷଣ ବଢିଯାଇଛି। ଏନେଇ ଗ୍ରାମବାସୀ କହିଛନ୍ତି ସେ ଅତୀତରେ ଦେବୀ ସ୍ଥାନରେ ରହି ପୂଜାପାଠ କରୁଛନ୍ତି। ଗ୍ରାମବାସୀ ମଧ୍ୟ ତାଙ୍କୁ ସମ୍ମାନ କରନ୍ତି। ହେଲେ ଗ୍ରାମବାସୀ ତାଙ୍କୁ ଭୋଟ୍ ଦେବା ବିଷୟରେ ଖୋଲାଖୋଲି ଭାବେ କିଛି କହୁନାହାଁନ୍ତି। ନିର୍ବାଚନ ଫଳାଫଳ ଆସିବା ପରେ ହିଁ ଏହା ଜଣାପଡିବ ଯେ ସେ ନିର୍ବାଚନରେ ଜିତିବାରେ ସକ୍ଷମ କି ନୁହେଁ।
Also Read: ମିଆଁମାର ପ୍ରାର୍ଥୀଙ୍କ ଅନନ୍ୟ ଅଭିଯାନ; 'ଅଣ୍ଡା ଏବଂ ପିଆଜ ନିଅ, ବଦଳରେ ଭୋଟ ଦିଅ'
ମୋଟ ୧୧ ପର୍ଯ୍ୟାୟରେ ବିହାରରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଛି। ଗୋପାଳଗଞ୍ଜ ଜିଲ୍ଲାର ଶେର ପଞ୍ଚାୟତ ଲାଗି ନଭେମ୍ବର ୨୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନରେ ବାଜିମାତ କରିବା ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ପ୍ରାର୍ଥୀ।