ଭୋପାଳ: ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ପଞ୍ଚାୟତ ସଚିବଙ୍କୁ ସପ୍ତମ ବେତନର ଲାଭ ଯୋଗାଇବାକୁ ଆଶ୍ୱାସନା ଦେଇଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ସିନ୍ଧିଆ କ'ଣ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (Shivraj Singh Chauhan) ଙ୍କ ଉପରେ ଚାପ ପକାଇବେ । କାରଣ ପଞ୍ଚାୟତ ସଚିବ ସଂଗଠନ କହିଛି ଯେ ସେମାନେ ଏପର୍ଯ୍ୟନ୍ତ ଷଷ୍ଠ ବେତନର ଲାଭ ପାଇନାହାଁନ୍ତି । ଏପରି ପରିସ୍ଥିତିରେ ସିନ୍ଧିଆ ଏହି ଆଶ୍ୱାସନା କେମିତି ପୂରଣ କରିବେ, ତାହା ଦେଖିବା ରୋଚକ ହେବ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ପୁଣି ଗୁଡ୍ ନ୍ୟୁଜ୍ ଦେଲା ରେଲୱେ!


ଉଲ୍ଲେଖନୀୟ କଥା ହେଉଛି, ଶିବରାଜ ସରକାର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ସପ୍ତମ ବେତନର ସୁବିଧା ଦେଇଛନ୍ତି । କିନ୍ତୁ ପଞ୍ଚାୟତ ସଚିବ ଏଥିରୁ ବଞ୍ଚିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଞ୍ଚାୟତ ସଚିବ ସଂଗଠନର ରାଜ୍ୟ ସଭାପତି ଦୀନେଶ ଶର୍ମା କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଥିଲେ । ଶର୍ମା ଉଭୟ ବରିଷ୍ଠ ବିଜେପି ନେତାଙ୍କୁ ସେମାନଙ୍କ ଦାବି ସମ୍ପର୍କରେ ଅବଗତ କରାଇଥିଲେ ।


ଅଧିକ ପଢ଼ନ୍ତୁ:-'ନିର୍ବାଚନ ଜିତିବା ପାଇଁ ପୁଲୱାମାରେ ୪୦ ଯବାନଙ୍କ ରକ୍ତ ଝରାଇଛି ବିଜେପି, ଚାଟରୁ ଖୁଲାସା'


ଦୀନେଶ ଶର୍ମା ସିନ୍ଧିଆ ଓ ତୋମରଙ୍କୁ ମଧ୍ୟ କହିଛନ୍ତି ଯେ ପଞ୍ଚାୟତ ସଚିବମାନେ ଏପର୍ଯ୍ୟନ୍ତ ଷଷ୍ଠ ବେତନ ସ୍କେଲ ପାଇନାହାଁନ୍ତି । ତେଣୁ ଏହି ବିଷୟକୁ ଗମ୍ଭୀରତାର ସହ ନିଆଯିବା ଉଚିତ୍ । ଏଥି ସହିତ ସେ ନେତାମାନଙ୍କୁ ମଧ୍ୟ ସୂଚନା ଦେଇଛନ୍ତି ଯେ ପଞ୍ଚାୟତ ସଚିବମାନଙ୍କ ପାଇଁ ଅନୁକମ୍ପା ନିଯୁକ୍ତିରେ ମଧ୍ୟ ଅନେକ ସମସ୍ୟା ରହିଛି । ତାଙ୍କ କହିବାନୁସାରେ, ତୋମର ଓ ସିନ୍ଧିଆ ତାଙ୍କୁ ସପ୍ତମ ବେତନ ସ୍କେଲ ପୂରଣ କରିବାର ପ୍ରତିଶୃତି ଦେଇଛନ୍ତି ।