• ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ
  • ରାଜ୍ୟବ୍ୟାପୀ ୧୦୫ତମ ଜୟନ୍ତୀ ପାଲନ କଲା ବିଜେଡି
  • କଟକରୁ ଏୟାରପୋର୍ଟ ଅଭିମୁଖେ ଦଳୀୟ କର୍ମୀ, ଯୁବପିଢୀଙ୍କ ସାଇକେଲ ରାଲି
  • ସାଇକେଲ ଚଲାଇ କଳିଙ୍ଗରତ୍ନଙ୍କୁ 'ଭାରତରତ୍ନ' ଦାବି
  • ଦଳୀୟ ନେତା ଓ କର୍ମୀଙ୍କୁ ନବୀନଙ୍କ ସମ୍ବୋଧନ
  • ବିଜୁବାବୁଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରା ଆଜି ସମସ୍ତଙ୍କୁ ପ୍ରଭାବିତ କରିଛି
  • ଓଡି଼ଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ବିଜୁ ବାବୁଙ୍କ ଲକ୍ଷ୍ୟ ଥିଲା: ନବୀନ ପଟ୍ଟନାୟକ
  • ଆଦିତ୍ୟ ବିର୍ଲା କମ୍ପାନୀ ବିରୁଦ୍ଧରେ ଦାନା ବାନ୍ଧୁଛି ଆନ୍ଦୋଳନ
  • ନ୍ୟୁଜିଲାଣ୍ଡରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ପରେ ସୁନାମି ସତର୍କତା
  • ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା

ସିନ୍ଧିଆଙ୍କୁ 'ଠକି' ଦେଇଛି କି ବିଜେପି?

ରାଜ୍ୟ ବିଜେପି ଅଧ୍ୟକ୍ଷ ଭିଡି ଶର୍ମା (MP BJP president VD Sharma) ନିକଟରେ ଏକ ନୂତନ ବିଜେପି (BJP) କାର୍ଯ୍ୟକାରିଣୀ ଘୋଷଣା କରିଛନ୍ତି । ଏଥିରେ ୩୨ ଜଣଙ୍କୁ ରାଜ୍ୟ ପଦାଧିକାରୀ ଭାବେ ଘୋଷଣା କରାଯାଇଛି । ସିନ୍ଧିଆ (Jyotiraditya Scindia) କ୍ୟାମ୍ପରୁ ସମଗ୍ର ଦଳରେ କେବଳ ଗୋଟିଏ ନାମ ଅନ୍ତର୍ଭୁକ୍ତ କରାଯାଇଛି ।

ସିନ୍ଧିଆଙ୍କୁ 'ଠକି' ଦେଇଛି କି ବିଜେପି?

ନୂଆଦିଲ୍ଲୀ: ବିଗତ କିଛିଦିନ ହେବ ବିଜେପି (BJP) ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ମଧ୍ୟରେ ସବୁକିଛି ଠିକ୍ ନଥିବାର ନଜରକୁ ଆସୁଛି । ମଧ୍ୟପ୍ରଦେଶ ବିଜେପି (Madhya Pradesh BJP) ର ନୂଆ ଦଳରେ ତାଙ୍କ ସମର୍ଥକଙ୍କୁ ସ୍ଥାନ ନଦେବା କାରଣରୁ ଜ୍ୟୋତିରାଦିତ୍ୟ ଅତ୍ୟନ୍ତ ଅସନ୍ତୋଷ ଅଛନ୍ତି ବୋଲି କୁହାଯାଉଛି । ରାଜ୍ୟ ବିଜେପିର ନୂତନ କାର୍ଯ୍ୟକାରିଣୀର ପଦାଧିକାରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ନଦେଇ ସେ ନିଜ ଅସନ୍ତୋଷ ଦଳରେ ବ୍ୟକ୍ତ କରିଛନ୍ତି । ତେବେ ଏଭଳି କୌଣସି ସମ୍ଭାବନାକୁ ବିଜେପି ତରଫରୁ ଖାରଜ କରାଯାଇଛି ।

ଅଧିକ ପଢ଼ନ୍ତୁ:-ତାମିଲନାଡୁରେ ହେବ କ୍ଷମତା ପରିବର୍ତ୍ତନ, ଏଥର DMK-କଂଗ୍ରେସର ମେଣ୍ଟ ସରକାର: ସର୍ଭେ

ରାଜ୍ୟ ବିଜେପି ଅଧ୍ୟକ୍ଷ ଭିଡି ଶର୍ମା (MP BJP president VD Sharma) ନିକଟରେ ଏକ ନୂତନ ବିଜେପି (BJP) କାର୍ଯ୍ୟକାରିଣୀ ଘୋଷଣା କରିଛନ୍ତି । ଏଥିରେ ୩୨ ଜଣଙ୍କୁ ରାଜ୍ୟ ପଦାଧିକାରୀ ଭାବେ ଘୋଷଣା କରାଯାଇଛି । ସିନ୍ଧିଆ (Jyotiraditya Scindia) କ୍ୟାମ୍ପରୁ ସମଗ୍ର ଦଳରେ କେବଳ ଗୋଟିଏ ନାମ ଅନ୍ତର୍ଭୁକ୍ତ କରାଯାଇଛି । ସିନ୍ଧିଆ ତାଙ୍କର ଅନେକ ସମର୍ଥକଙ୍କୁ ଦଳରେ ସାମିଲ କରିବାକୁ ଦାବି କରୁଥିଲେ କିନ୍ତୁ ତାଙ୍କର ଦାବି ଖାରଜ କରିଦିଆଯାଇଛି । କେବଳ ମଦନ କୁଶୱାହାଙ୍କୁ ତାଙ୍କ ତରଫରୁ ରାଜ୍ୟ କାର୍ଯ୍ୟକାରଣୀରେ ସ୍ଥାନ ଦିଆଯାଇଛି । ଏଭଳି ପରିସ୍ଥିତିରେ ସିନ୍ଧିଆ ବହୁତ ଅସନ୍ତୋଷ ଅଛନ୍ତି ବୋଲି କୁହାଯାଉଛି । ଏହି କାରଣରୁ ସେ ମଧ୍ୟପ୍ରଦେଶରେ ଥିବାବେଳେ କାର୍ଯ୍ୟକାରିଣୀ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇନଥିଲେ । କେବଳ ଏତିକି ନୁହେଁ, ତାଙ୍କର ସମର୍ଥକ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି! ଜାନୁଆରୀରୁ ହିଁ ମିଳିବ ବର୍ଦ୍ଧିତ ଦରମା-ପେନସନର ଲାଭ

ରାଜ୍ୟ କାର୍ଯ୍ୟକାରିଣୀରେ ସିନ୍ଧିଆ ସମର୍ଥକଙ୍କୁ ସ୍ଥାନ ନ ଦେଇ ବିଜେପି ସ୍ପଷ୍ଟ କରିଛି ଯେ ଦଳର ଭେଟେରାନ ନେତାଙ୍କ ତୁଳନାରେ ତାଙ୍କର ସ୍ଥିତି ଛୋଟ ହିଁ ରହିବ । କାର୍ଯ୍ୟକାରିଣୀରେ ଶିବରାଜ ସିଂ, କୈଲାଶ ବିଜୟଭାର୍ଗିୟ ଏବଂ ନରୋତ୍ତମ ମିଶ୍ରାଙ୍କ ସମର୍ଥକଙ୍କ ନୂତନ ନାମ ସାମିଲ କରାଯାଇଛି ।

ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ୍...

ଉପନିର୍ବାଚନ ଫଳାଫଳ ଆସିବା ପରେ ମଧ୍ୟପ୍ରଦେଶରେ ଏକ ନୂତନ ଟିମ୍ ଗଠନ ପାଇଁ ଚର୍ଚ୍ଚା ଚାଲୁଥିଲା । ଦଳରେ ତାଙ୍କ ସମର୍ଥକଙ୍କୁ ସ୍ଥାନ ଦେବା ପାଇଁ ସିନ୍ଧିଆଙ୍କ ଉପରେ ଚାପ ମଧ୍ୟ ରହିଥିଲା, କିନ୍ତୁ ରାଜ୍ୟ ଅଧ୍ୟକ୍ଷ ତାଙ୍କ କଥାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଦିଲ୍ଲୀରୁ ଶୀର୍ଷ ନେତୃତ୍ୱ ମଧ୍ୟ ଶର୍ମାଙ୍କୁ ସମର୍ଥନ କରି ତାଙ୍କ ଦଳ ଗଠନ ପାଇଁ ତାଙ୍କୁ ଫ୍ରି ହ୍ୟାଣ୍ଡ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ମଧ୍ୟ ସିନ୍ଧିଆଙ୍କ ସପକ୍ଷରେ କହୁଥିଲେ ମଧ୍ୟ ତାଙ୍କୁ ଏ ବାବଦରେ ଶୁଣାଯାଇ ନଥିଲା । ବିଜେପି ପକ୍ଷରୁ ଏହା ସ୍ପଷ୍ଟ ହୋଇଛି ଯେ ସିନ୍ଧିଆଙ୍କ ଦାବି ଅନୁଯାୟୀ ସରକାରରେ ମନ୍ତ୍ରୀ କରାଯାଇଛି, ବର୍ତ୍ତମାନ ତାଙ୍କ ସମର୍ଥକଙ୍କୁ ଦଳ ସଂଗଠନରେ ସ୍ଥାନ ଦିଆଯିବ ନାହିଁ ।