`ନିଜ ନାଁ ଅଖିଲେଶ ଅଲି ଜିନ୍ନା ଏବଂ ଦଳର `ଜିନ୍ନାବାଦୀ ପାର୍ଟି ରଖନ୍ତୁ ଅଖିଲେଶ ଯାଦବ`
ସେମାନେ ତିନୋଟି ନିର୍ବାଚନରେ ହାରି ସାରିଛନ୍ତି ଏବଂ ଚତୁର୍ଥ ନିର୍ବାଚନ ହାରିବାକୁ ଯାଉଛନ୍ତି। ଏହାକୁ ନେଇ ଦଳ ବିଚଳିତ ହୋଇପଡି଼ଛି।
ଲକ୍ଷ୍ନୌ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ବାବଦରେ ରଖିଥିବା ବୟାନକୁ ନେଉ ଉତ୍ତର ପ୍ରଦେଶ ରାଜନୀତିରେ ସୃଷ୍ଟି ହୋଇଥିବା ବିବାଦ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ପିଛା ଛାଡୁନାହିଁ। ଏ ପ୍ରସଙ୍ଗରେ ତାଙ୍କୁ ବିଜେପି ପକ୍ଷରୁ କ୍ରମାଗତ ଭାବେ ଟାର୍ଗେଟ କରାଯାଉଛି। ଜିନ୍ନା ପ୍ରସଙ୍ଗକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି।
ଏନେଇ ମତ ରଖି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ (Keshav Prasad Maurya) ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଲେଶ ଯାଦବଙ୍କ (Akhilesh Yadav) ଉଦ୍ଦେଶ୍ୟରେ କହିଛନ୍ତି ସେ ତାଙ୍କ ନାଁ ଅଖିଲେଶ ଅଲୀ ଜିନ୍ନା (Akhilesh Ali Jinnah) ଏବଂ ଦଳର ନାମ ଜିନ୍ନାବାଦୀ ପାର୍ଟି (Jinnahwadi Party) ରଖନ୍ତୁ।
Also Read: SP ମୁଖିଆଙ୍କୁ UP ଉପମୁଖ୍ୟମନ୍ତ୍ରୀଙ୍କ ଜବାବ, 'ରାଜ୍ୟରେ ଅଛି ଯୋଗ୍ୟ ସରକାର, ସମସ୍ତଙ୍କର ହେଉଛି ବିକାଶ'
ରାଜ୍ୟର ବାରବାଙ୍କୀ ଜିଲ୍ଲା ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ। ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ ସେ ବିରୋଧି ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଥିଲେ। ଖୋଲା ଶବ୍ଦରେ ସେ କହିଥିଲେ ଏହି ଦଳ ବିଚଳିତ ହୋଇପଡି଼ଛି। ସେମାନେ ତିନୋଟି ନିର୍ବାଚନରେ ହାରି ସାରିଛନ୍ତି ଏବଂ ଚତୁର୍ଥ ନିର୍ବାଚନ ହାରିବାକୁ ଯାଉଛନ୍ତି। ବୁଥ୍ ପର୍ଯ୍ୟନ୍ତ ଆମର ସଙ୍ଗଠନ ରହିଛି। ଆମେ ତୃଣମୂଳ ସ୍ତର ବାବଦରେ ଜାଣିଛୁ। ସମାଜବାଦୀ ପାର୍ଟି ମଧ୍ୟ ଏହି ବାସ୍ତବତାକୁ ଜାଣିଛି।
ବିରୋଧି ଦଳ ଉଦ୍ଦେଶ୍ୟରେ କଟାକ୍ଷ କରି ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟ କହିଛନ୍ତି ତାଙ୍କ ସହ ଗୁଣ୍ଡା, ମାଫିଆ, ଅପରାଧି ରହିଥିଲେ। ତୁଷ୍ଟିକରଣ କାରଣରୁ ଏବେ ତାଙ୍କ ସହ ଜିନ୍ନା ମିୟାଁ ମଧ୍ୟ ଆସିଯାଇଛନ୍ତି। ସେଥିପାଇଁ ମୁଁ ତାଙ୍କୁ ତାଙ୍କ ନାମ ଅଖିଳେଶ ଅଲୀ ଜିନ୍ନା ନାମରେ ପରିବର୍ତ୍ତନ କରିବାକୁ କହୁଛି ଏବଂ ସେ ତାଙ୍କ ଦଳର ନାମ ଜିନ୍ନାବାଦୀ ପାର୍ଟି ରଖନ୍ତୁ।
Also Read: ଜିନ୍ନା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ହୋଇନଥାନ୍ତା ବିଭାଜନ: OP Rajbhar
ତାଙ୍କ ଦଳକୁ ନା ଜିନ୍ନା ଜିତାଇ ପାରିବେ ନା ଅତିକ୍ ଅହମ୍ମଦ ଜିତାଇ ପାରିଛନ୍ତି ନା ଅନସାରୀ ସେମାନଙ୍କୁ ଜିତାଇ ପାରିବେ। ରାଜ୍ୟବାସୀ ବିଜେପି ହିତରେ ଅଛନ୍ତି। ବିଜେପି ଏବଂ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ୩୦୦ ଆସନ ହାତେଇବ।