ପୁଣି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନା।
Trending Photos
ଲକ୍ଷ୍ନୌ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ସମାଜବାଦ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ପରେ ତାଙ୍କ ମେଣ୍ଟ ସହଯୋଗୀ ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଜିନ୍ନାଙ୍କ ବାବଦରେ ରଖିଥିବା ବୟାନ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
ସମାଜବାଦୀ ପାର୍ଟି (Samajwadi Party) ଏସପି ସୁପ୍ରିମୋ (SP Supremo) ଅଖିଲେଶ ଯାଦବଙ୍କ (Akhilesh Yadav) ପରେ ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି (SBSP) ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର (Om Prakash Rajbhar) ପାକିସ୍ତାନର ପ୍ରତିଷ୍ଠାତା (Founder of Pakistan) ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ (Muhammad Ali Jinnah) ଗୁଣଗାନ କରିଛନ୍ତି।
Also Read: ରାଷ୍ଟ୍ରନାୟକ-ଦେଶଦୋହୀ ପ୍ରସଙ୍ଗକୁ ନେଇ ମୁହାଁମୁହିଁ UP CM Yogi-Akhilesh Yadav
ଏନେଇ ଏସବିଏସପି ଅଧ୍ୟକ୍ଷ କହିଛନ୍ତି ଯଦି ଜିନ୍ନାଙ୍କୁ ଅଖଣ୍ଡ ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ କରାଯାଇଥାନ୍ତା ତାହେଲେ କୌଣସି ପ୍ରକାର ଦେଶ ବିଭାଜନ ହୋଇନଥାନ୍ତା। ବିଜେପି ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ମଧ୍ୟ ଜିନ୍ନାଙ୍କ ପ୍ରଶଂସକ ରହିଥିଲେ ବୋଲି କହିଛନ୍ତି ରାଜଭାର। ଏନେଇ ସେ କହିଛନ୍ତି ଚିନ୍ଚତା କରନ୍ତୁ କାହିଁକି ଅଟଲ ଜୀ ଏବଂ ଆଡଭାନୀ ଜୀ ଜିନ୍ନାଙ୍କ ବିଚାରକୁ ପ୍ରଶଂସା କରୁଥିଲେ। ଏହା ଉପରେ ମୁଁ ବିଶ୍ୱାସ କରେ ଯେ ଯଦି ଜିନ୍ନା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତାହେଲେ ଦେଶ ବିଭାଜିତ ହୋଇନଥାନ୍ତା।
Also Read: ଦେଶକୁ ଏକଜୁଟ କରିଥିବା ଏବଂ ଦେଶକୁ ବିଭାଜିତ କରିଥିବା ଲୋକ ଏକ ହୋଇପାରିବେ ନାହିଁ: UP CM Yogi
ନିକଟରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ (Uttar Pradesh Assembly Election 2022) ଲାଗି ଦଳ ପକ୍ଷରୁ ଆୟୋଜିତ ହୋଇଥିବା ସମାଜବାଦୀ ରଥ ଯାତ୍ରା ନେଇ ରାଜ୍ୟର ହରଦୋଇ (Hardoi) ଜିଲ୍ଲା ଠାରେ ପହଞ୍ଚିଥିଲେ ଅଖିଲେଶ ଯାଦବ ଦେଶର ଲୌହ ମାନବ (Iron Man of India) ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ (Sardar Vallabh Bhai Patel) ଜୟନ୍ତୀ ଅବସରରେ ଜିନ୍ନାଙ୍କୁ ସ୍ମରଣ କରିଥିଲେ। ଏନେଇ ସେ କହିଥଲେ ସର୍ଦ୍ଦାର ପଟେଲ, ମହାତ୍ମା ଗାନ୍ଧୀ, ଜବାହାର ଲାଲ ନେହେରୁ, ମହମ୍ମଦ ଅଲ୍ଲୀ ଜିନ୍ନା ଗୋଟିଏ ଶିକ୍ଷାନୁଷ୍ଠାନରେ ପାଠ ପଢି ବାରିଷ୍ଟର ହୋଇଥିଲେ। ବାରିଷ୍ଟର ହେବା ପରେ ସେମାନେ ଦେଶକୁ ସ୍ୱାଧିନ କରିବା ପାଇଁ ସେମାନେ ସଂଘର୍ଷ କରିବାରୁ କେବେ ପଛକୁ ହଟିନଥିଲେ।
Also Read: Muhammad Ali Jinnah ଙ୍କୁ ନେଇ ସରଗରମ UP Politics; CM Yogi ଙ୍କ ଟାର୍ଗେଟରେ Akhilesh Yadav
ଏସପି ସୁପ୍ରିମୋଙ୍କ ଏପରି ବୟାନ ଶୁଣିବା ପରେ ଶାସକ ବିଜେପି (BJP) ପକ୍ଷରୁ ଜବାବ ରଖି କୁହାଯାଇଥିଲା ଆସନ୍ତା ବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଫାଇଦା ହାସଲ କରିବା ଲାଗି ଧାର୍ମିକ ତୁଷ୍ଟିକରଣ (Religious Appeasement) କରିବାକୁ ଏପରି ବୟାନବାଜି କରାଯାଉଛି।