ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍ଟେନ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ରାଜ୍ୟ କଂଗ୍ରେସରେ ଚାଲିଥିବା ବିବାଦ ଥମିବାର ନାଁ ଧରୁନାହିଁ। ଅନ୍ୟପଟେ ଦଳ ପ୍ରତି ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ରଖୁଥିବା ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି।


COMMERCIAL BREAK
SCROLL TO CONTINUE READING

ରବିବାର ପଞ୍ଜାବ କଂଗ୍ରେସ କମିଟି ସଭାପତି (Punjab Congress Committee President ) ନବଜୋତ ସିଂହ ସିଦ୍ଧୁ (Navjot Singh Sidhu) ଲଗାତାର ଟ୍ୱିଟ କରି ରାଜ୍ୟରେ କ୍ଷମତାସୀନ ଚନ୍ନୀ ସରକାର (Channi Govt in Punjab) ଏବଂ ଦଳକୁ ଟାର୍ଗେଟ କରିଥିଲେ। ଏନେଇ ସେ କହିଥିଲେ ଏବେ ରାଜ୍ୟକୁ ଏହାର ପ୍ରକୃତ ପ୍ରସଙ୍ଗକୁ ଫେରିବାକୁ ହେବ। ଏହି ମାମଲା ପ୍ରତ୍ୟେକ ପଞ୍ଜାବୀ ଏବଂ ଆମର ଭବିଷ୍ୟତ ପିଢି ପାଇଁ ଚିନ୍ତାର ଏକ ବଡ଼ କାରଣ। ଆମ ସେହି ଆର୍ଥିକ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କିପରି କରିବା ଯାହା ଆମ ସାମ୍ନାରେ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ମୁଁ ଲଗାତାର ଭାବେ ରାଜ୍ୟର ପ୍ରମୁଖ ପ୍ରସଙ୍ଗ କଥା ଉଠାଇବା ଜାରି ରଖିଛି ହେଲେ କେବେ ପଛ ସିଟରେ ବସିବି ନାହିଁ।  


Also Read: \ଦାୟିତ୍ୱ ଗ୍ରହଣ କରିବା ପରେ ମଧ୍ୟ କମିନି ଅସନ୍ତୋଷ; ପୁଣି ଦଳୀୟ ସରକାର ବିରୁଦ୍ଧରେ ଗର୍ଜିଲେ Sidhu


ନିଜେ କରିଥିବା ଟ୍ୱିଟରେ ସିଦ୍ଧୁ କହିଛନ୍ତି ଏହା ଦଳରେ ହୋଇଥବା କ୍ଷତିକୁ ଭରଣା କରିବା ମଧ୍ୟରେ ହେଉଛି ଶେଷ ନିର୍ବାଚନ। ପ୍ରଶ୍ନ ହେଉଛି ରାଜ୍ୟର ସମ୍ବଳ କୌଣସି ଲୋକର ହାତ ଯିବା ପରିବର୍ତ୍ତେ ଏହାକୁ କିଏ ରାଜ୍ୟ ରାଜକୋଷକୁ ଫେରାଇ ଆଣିବ? ଆମ ମହାନ ରାଜ୍ୟକୁ ସମୃଦ୍ଧିର ପଥକୁ ଫେରିବା ପାଇଁ କିଏ ନେତୃତ୍ୱ ନେବ? 


ଏହା ସହିତ ସିଦ୍ଧୁ ପୁଣି କହିଛନ୍ତି ପଞ୍ଜାବର ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ହୋଇଥିବା ରଣନୀତିରେ ରହିଥିବା ସମସ୍ୟାକୁ ହଟାଯାଉ। ରାଜ୍ୟକୁ ନଷ୍ଟ କରୁଥିବା ତତ୍ତ୍ୱଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ସେହି ପଥରେ ଧ୍ୟାନ ଦେବା ଉଚିତ ଯାହା ଦ୍ୱାରା "ଜିତେଗା ପଞ୍ଜା, ଜିତେଗା ପଞ୍ଜାବିୟତ, ଜିତେଗା ହର ପଞ୍ଜାବୀ" ନାରା ସଫଳ ହୋଇପାରିବ।\


Also Read: ସନ୍ତୁଷ୍ଟ ହେଲେ ଅସନ୍ତୁଷ୍ଟ Sidhu; ମନାଇନେଲେ CM Channi


ରାଜ୍ୟ କଂଗ୍ରେସ କମିଟି ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ (Captain Amarinder Singh) ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବାରେ ଲାଗିଥିଲେ। ଯାହାର ଫଳ ସ୍ୱରୂପ କ୍ୟାପ୍ଟେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ସିଦ୍ଧୁ ଆଶା କରିଥିଲେ କ୍ୟାପ୍ଟେନ ଗାଦି ଛାଡିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଗାଦି ମିଳିବ। ହେଲେ ତାଙ୍କ ବଦଳରେ ଚରଣଜିତ ସିଂହ ଚନ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା। ଏହା ପରେ ସିଦ୍ଧୁ କ୍ରମାଗତ ଭାବେ ଦଳ ଉଦ୍ଦେଶ୍ୟରେ ଆକ୍ରମଣାତ୍ମକ ବୟାନବାଜି କରୁଛନ୍ତି।