ଦାୟିତ୍ୱ ଗ୍ରହଣ କରିବା ପରେ ମଧ୍ୟ କମିନି ଅସନ୍ତୋଷ; ପୁଣି ଦଳୀୟ ସରକାର ବିରୁଦ୍ଧରେ ଗର୍ଜିଲେ Sidhu
Advertisement
Article Detail0/zeeodisha/odisha1009215

ଦାୟିତ୍ୱ ଗ୍ରହଣ କରିବା ପରେ ମଧ୍ୟ କମିନି ଅସନ୍ତୋଷ; ପୁଣି ଦଳୀୟ ସରକାର ବିରୁଦ୍ଧରେ ଗର୍ଜିଲେ Sidhu

ହେଲେ ସଦ୍ୟ ମିଳିଥିବା ଖବର ଅନୁସାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ ପୁନର୍ବାର ସମୟ ମାଗିଛନ୍ତି ସିଦ୍ଧୁ।  

ଦାୟିତ୍ୱ ଗ୍ରହଣ କରିବା ପରେ ମଧ୍ୟ କମିନି ଅସନ୍ତୋଷ; ପୁଣି ଦଳୀୟ ସରକାର ବିରୁଦ୍ଧରେ ଗର୍ଜିଲେ Sidhu

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ କାରଣକୁ ନେଇ ସରଗରମ ହୋଇଉଠିଛି ପଞ୍ଜାବ ରାଜନୀତି। ଦଳ ଉପରେ ଅସନ୍ତୁଷ୍ଟ ହୋଇ ରାଜ୍ୟ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂହ ସିଦ୍ଧୁ ପୁନର୍ବାର ଦାୟିତ୍ୱ ଗ୍ରହଣ କରିବା ପରେ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି। 

ପଞ୍ଜାବ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଗତ ଗୁରୁବାର ଦଳୀୟ କାର୍ଯ୍ୟାଳୟ ଠାରେ କଂଗ୍ରେସ ସଙ୍ଗଠନ ମହାସଚିବ କେସି ଭେନୁଗୋପାଳ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତଙ୍କୁ ଭେଟିଥିଲେ ନବଜୋତ ସିଂହ ସିଦ୍ଧୁ। ଏହି ସାକ୍ଷାତକାର ପରେ ପ୍ରଭାରୀ ରାୱତ କହିଥିଲେ ଯେ ସିଦ୍ଧୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଭାବେ ପୁନର୍ବାର କାର୍ଯ୍ୟକରିବେ।

ଅନ୍ୟପଟେ ଏହି ଭେଟଘାଟ ପରେ ପ୍ରତିକ୍ରିୟା ରଖି ସିଦ୍ଧୁ କହିଥିଲେ ଯେ ପଞ୍ଜାବ ଏବଂ ପଞ୍ଜାବ କଂଗ୍ରେସ କମିଟି ପ୍ରତି ମୋର ଯାହା ଚିନ୍ତା ଅଛି, ତାହା ମୁଁ ଦଳର ହାଇକମାଣ୍ଡକୁ ଜଣାଇଛି ଏବଂ ମୁଁ ନିଶ୍ଚିତ ଯେ ସେ ଏହା ଉପରେ ଯେଉଁ ନିଷ୍ପତ୍ତି ନେବେ ତାହା ରାଜ୍ୟ ସ୍ୱାର୍ଥରେ ହେବ। ମୁଁ ତାଙ୍କ ନେତୃତ୍ୱକୁ ସ୍ୱୀକାର କରୁଛି।

Also Read: ସନ୍ତୁଷ୍ଟ ହେଲେ ଅସନ୍ତୁଷ୍ଟ Sidhu; ମନାଇନେଲେ CM Channi

ଗତ ଶନିବାର ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ନିଜର ଇସ୍ତଫା ପ୍ରତ୍ୟାହାର କରିଥିଲେ ସିଦ୍ଧୁ। ଉଭୟଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ସିଦ୍ଧୁ କହିଛନ୍ତି ଯେ ମୁଁ ରାହୁଲ ଗାନ୍ଧୀଙ୍କୁ ମୋ ସମସ୍ୟା ବାବଦରେ କହିବା ପରେ ଏହାର ସମାଧାନ ହୋଇଯାଇଛି। ବର୍ତ୍ତମାନ ମୁଁ ରାଜ୍ୟ କଂଗ୍ରେସ କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ଜାରି ରଖିବି। 

ଗୁରୁବାର କଂଗ୍ରେସ ମୁଖ୍ୟାଳୟ ଠାରେ ପ୍ରାୟ ଦେଢ ଘଣ୍ଟା ଧରି ଚାଲିଥିବା ବୈଠକରେ ପଞ୍ଜାବ ସରକାର, ଦଳୀୟ ସଙ୍ଗଠନ ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଏକ ସହମତି ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା, ଯାହାଫଳରେ ନିର୍ବାଚନ ପୂର୍ବରୁ ସମଗ୍ର ଦଳ ରାଜନୈତିକ ରଣାଙ୍ଗନରେ ଏକାଠି ହୋଇପାରିବେ। ବିଧାନସଭା ନିର୍ବାଚନ ପାଇଁ କିଛି ମାସ ବାକି ଥିବାରୁ ବର୍ତ୍ତମାନ ରାଜ୍ୟ କଂଗ୍ରେସ କମିଟିର ନେତୃତ୍ୱରେ ପରିବର୍ତ୍ତନ ହେବାର ସମ୍ଭାବନା କମ୍ ବୋଲି ଜଣାପଡୁଛି। ସିଦ୍ଧୁଙ୍କ ଇସ୍ତଫା ପ୍ରତ୍ୟାହାର ପରେ ରାଜ୍ୟ କଂଗ୍ରେସ କମିଟିରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ସମାପ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

Also Read: ନାରାଜ Sidhu ଙ୍କୁ ମନାଇବା ପାଇଁ ଆରମ୍ଭ ହେଲା ପ୍ରୟାସ; ଭେଟିବେ CM Channi

ଗତ ସେପ୍ଟେମ୍ବର ୨୮ ତାରିଖରେ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ ସିଦ୍ଧୁ। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ପତ୍ରରେ କହିଥିଲେ ଯେ ସେ ଦଳ ପାଇଁ କାର୍ଯ୍ୟ କରିବା ଜାରି ରଖିବେ। ହେଲେ ସଦ୍ୟ ମିଳିଥିବା ଖବର ଅନୁସାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ ପୁନର୍ବାର ସମୟ ମାଗିଛନ୍ତି ସିଦ୍ଧୁ।  

ଏନେଇ କଂଗ୍ରେସ ଅଧ୍ୟକ୍ଷାଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ ପତ୍ରକୁ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି। ଏହି ୧୩ ସୂତ୍ରୀୟ ଏଜେଣ୍ଡାକୁ ଆସନ୍ତା ବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତ ହେବାକୁ ନିର୍ବାଚନୀ ଇସ୍ତାହାରରେ ସ୍ଥାନ ଦେବାକୁ ଦାବି କରିଛନ୍ତି ସେ। ସିଦ୍ଧୁ ଏହି ପତ୍ରକୁ ଗତ ୧୫ ତାରିଖରେ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ତାଙ୍କ ସହ ସାକ୍ଷାତ କରିବାକୁ ସମୟ ମାଗିଛନ୍ତି।  ହେଲେ ସମୟ ମିଳିନଥିବାରୁ ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ଶନିବାର ଅନୁଷ୍ଠିତ ହୋଇଥିବା ସିଡବ୍ଲ୍ୟୁସି ବୈଠକରେ (CWC Meeting) ବୈଠକରେ ଯୋଗଦେଇ ସୋନିଆ ଗାନ୍ଧୀ (Sonia Gandhi) କହିଥିଲେ ଗଣମାଧ୍ୟମ ଜରିଆରେ ମୋ ସହିତ କଥାବାର୍ତ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଦଳର କୌଣସି ନେତା ମୋ ସହିତ ସିଧାସଳଖ ନିଜେ କଥା ହେବା ଭଲ ହେବ। ହେଲେ କଂଗ୍ରେସ ଅଧ୍ୟକ୍ଷାଙ୍କ ଏହି ଆଦେଶକୁ ଉଲଂଘନ କରିଛନ୍ତି ସିଦ୍ଧୁ।

Also Read: ଝୁଲି ରହିଛି ଇସ୍ତଫା; Sidhu ଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

ଦଳର ଅଧ୍ୟକ୍ଷାଙ୍କ ଉଦ୍ଦେଶ୍ୟରେ ଲେଖିଥିବା ପତ୍ରରେ ସିଦ୍ଧୁ ଦର୍ଶାଇଛନ୍ତି ଦଶନ୍ଧି ପୂର୍ବରୁ ପଞ୍ଜାବ ସବୁଠାରୁ ଧନୀ ରାଜ୍ୟ ଥିଲା ହେଲେ ଏବେ ସବୁଠାରୁ ଋଣଗ୍ରସ୍ତ ରାଜ୍ୟରେ ପରିଣତ ହୋଇଛି। ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ଭଳି ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ମଧ୍ୟ ପ୍ରତିବର୍ଷ ଋଣ ନେବାକୁ ପଡୁଛି। ରାଜ୍ୟରେ ଏକ ଲକ୍ଷରୁ ଅଧିକ ସରକାରୀ ପଦବୀ ଖାଲି ପଡି଼ଛି। ରାଜ୍ୟର ଶିକ୍ଷକଙ୍କୁ ୪ ବର୍ଷ ସର୍ବନିମ୍ନ ମଜୁରୀରେ କାମ କରିବାକୁ ପଡୁଛି। ୫ ବର୍ଷ ବିଳମ୍ବ ପରେ ସହିତ ଷଷ୍ଠ ବେତନ କମିଶନକୁ କାର୍ଯ୍ୟକାରୀ କରାଯାଉଛି। ନଜର ପକାନ୍ତୁ ସିଦ୍ଧୁଙ୍କ ପ୍ରମୁଖ ଦାବି ଉପରେ... 

  • ଯେଉଁମାନେ ଗୁରୁ ଗ୍ରନ୍ଥ ସାହିବକୁ ଅପମାନିତ କରିଛନ୍ତି ଏବଂ କୋଟକାପୁରା ଏବଂ ବେହବାଲ କଲାଁ ଠାରେ ହୋଇଥିବା ପୋଲିସ ଗୁଳି ଚାଳନା ପଛରେ ଯେଉଁଲୋକ ସାମିଲ ଅଛନ୍ତି ସେମାନଙ୍କୁ ଦଣ୍ଡିତ କରାଯାଉବା 
  • ପଞ୍ଜାବର ପ୍ରାୟ ସମସ୍ତ ପିଢି ନିଶା ସହ ଲଢୁଛନ୍ତି। ଏହାର ସମାଧାନ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ରାଜ୍ୟରେ ଡ୍ରଗ୍ ଚୋରା କାରବାର ପଛରେ ଏସଟିଏଫ୍ ରିପୋର୍ଟରେ ଯେଉଁ ଲୋକଙ୍କ ନାଁ ସାମିଲ ରହିଛି ସେମାନଙ୍କୁ ତୁରନ୍ତ ଗିରଫ କରାଯାଇ ଦଣ୍ଡିତ କରାଯାଉ।
  • କୃଷି ସହ ଜଡିତ ତିନୋଟି କେନ୍ଦ୍ରୀୟ କୃଷି ଆଇନକୁ ଆମେ ବିରୋଧ କରୁଛୁ। ଏ ମାମଲାରେ ପଞ୍ଜାବ ସରକାର ମଧ୍ୟ  ଏହା ଘୋଷଣା କରିବା ଉଚିତ ଯେ କୌଣସି ପରିସ୍ଥିତିରେ ଏହି କେନ୍ଦ୍ରୀୟ ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ନାହିଁ।
  • ଆମକୁ ରାଜ୍ୟର ପ୍ରତି ଘରକୁ ୨୪ ଘଣ୍ଟିଆ ଶସ୍ତା ବିଦ୍ୟୁତ୍ ଯୋଗାଇଦେବା ଆବଶ୍ୟକ। ଏନେଇ ଆମେ ୟୁନିଟ୍ ପିଛା ୩ ଟଙ୍କା ମୂଲ୍ୟ ସ୍ଥିର କରିପାରିବା କିମ୍ବା ଆମେ ମାଗଣା ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଦେଇପାରିବା।
  • ଦେଶରେ କୋଇଲା ଅଭାବ ପରିସ୍ଥିତିକୁ ବିଚାରକୁ ନେଇ ପଞ୍ଜାବ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ। ଏହା ସହିତ ଶସ୍ତା ସୌର ଶକ୍ତି ଉପରେ ଧ୍ୟାନ ଦେବା  ଆବଶ୍ୟକ।