NCP Leader Chhagan Bhujbal: ଦେବୀ ସରସ୍ୱତୀଙ୍କ ବାବଦରେ ବିବାଦୀୟ ବୟାନ ରଖି ବିବାଦୀୟ ହୋଇ ପଡ଼ିଛନ୍ତି ଏନସିପି ନେତା ଛଗନ ଭୁଜବଳ। ବିଦ୍ୟାଳୟରେ ମାଆ ସରସ୍ୱତୀଙ୍କୁ କାହିଁକି ପୂଜା କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଏନସିପି ନେତା। ଏନେଇ ସେ କହିଛନ୍ତି ଯେ ମାଆ ସରସ୍ୱତୀ କେବଳ ୩ ପ୍ରତିଶତ ଲୋକଙ୍କୁ ଶିକ୍ଷା ଦେଇଛନ୍ତି। ବିଦ୍ୟାଳୟରେ ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼.ଭୀମରାଓ ଆମ୍ବେଦକର ଏବଂ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କ ଫଟୋ ଲଗାଯିବା ଆବଶ୍ୟକ। 


COMMERCIAL BREAK
SCROLL TO CONTINUE READING

ପୂର୍ବତନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ (Former Maharashtra Deputy Chief Minister) ତଥା ଏନସିପି ନେତା ଛଗନ ଭୁଜବଳ (NCP Leader Chhagan Bhujbal) ପ୍ରଶ୍ନ ପଚାରି କହିଛନ୍ତି ଯେ ବିଦ୍ୟାଳୟରେ ମାଆ ସରସ୍ୱତୀ (Goddess Saeaswati) ଏବଂ ଶାରଦା ମାଆଙ୍କୁ (Goddess Sarada) କାହିଁକି ପୂଜା କରାଯାଉଛି? ତାଙ୍କର ଏହି ବୟାନକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି (Maharashtra Politics)। 


ସୋମବାର ଯଶୋୱନ୍ତରାଓ ଚହ୍ୱାଣ କେନ୍ଦ୍ର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିଲେ ଏନସିପି ନେତା ଛଗନ ଭୁଜବଳ। ଏହି କାର୍ଯ୍ୟକ୍ରମର ଯୋଗ ଦେବା ଅବସରରେ ସେ କହିଥିଲେ ଯେ ବିଦ୍ୟାଳୟରେ ମାଆ ସରସ୍ୱତୀ ଏବଂ ମାଆ ଶାରଦାଙ୍କ ଫଟୋ ଲଗାଯାଇଛି? ଯାହାକୁ କେବେ ଆମେ ଦେଖିନାହୁଁ କିମ୍ବା ନା କିଛି ପଢିଛି। ଯଦିଓ ମାଆ ସ୍ୱରସ୍ୱତୀ କାହାକୁ ପଢାଇଛନ୍ତି ତାହେଲେ କେବଳ ୩ ପ୍ରତିଶତ ଲୋକଙ୍କୁ ପଢାଇଛନ୍ତି। 


Also Read: ଭଗବାନ ରାମଙ୍କ ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠାଇ ବିବାଦରେ ଜିତିନ ରାମ ମାଞ୍ଝି


ଏନସିପି ନେତା ଛଗନ ଭୁଜବଳ ଆହୁରି ମଧ୍ୟ କହିଛନ୍ତି ଯେ, ସାବିତ୍ରୀବାଇ ଫୁଲେ (Savitribai Phule), ମହାତ୍ମା ଜ୍ୟୋତିବା ଫୁଲେ (Mahatma Jyotiba Phule), ଡ.ଭୀମରାଓ ଆମ୍ବେଦକର (Dr.Bhimrao Ambedkar), ଛତ୍ରପତି ଶାହୁଜୀ ମହାରାଜ (Shahu Ji Maharaj) ଏବଂ କର୍ମବୀର ଭାଉରାଓ ପାଟିଲଙ୍କ (Bhaurao Patil) ଫଟୋ ବିଦ୍ୟାଳୟରେ ରଖାଯିବା ଆବଶ୍ୟକ। କାରଣ ଏହି ବ୍ୟକ୍ତିତ୍ୱ ହେତୁ ଆମକୁ ଶିକ୍ଷା ଏବଂ ଅଧିକାର ମିଳିଛି। ସେମାନଙ୍କୁ ଉପାସନା କରାଯିବା ଆବଶ୍ୟକ। ସେମାନେ ହେଉଛନ୍ତି ଆମର ଦେବତା। ସେମାନଙ୍କର ଚିନ୍ତାଧାରାକୁ ପୂଜା କରାଯିବା ଆବଶ୍ୟକ। 


ଏନସିପି ନେତା ଛଗନ ଭୁଜଭଳଙ୍କ ଏହି ବିବୃତ୍ତି ଉପରେ ପାଲଟା ଆକ୍ରମଣ କରିଛି ବିଜେପି। ଏନେଇ ପ୍ରତିକ୍ରିୟା ରଖି ବିଜେପି ବିଧାୟକ ରାମ କାଦାମ (BJP MLA Ram Kadam) କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବିଦ୍ୟାଳୟରୁ ଦେବତାଙ୍କ ଛବି ହଟାଇବା କଥା କହିଛନ୍ତି। ଆଗକୁ ଯାଇ ସେ କହିପାରିବେ ମନ୍ଦିରର ଆବଶ୍ୟକତା କ’ଣ? ଏନସିପି ନେତା ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିଛନ୍ତି। ସେ ଏଥିପାଇଁ କ୍ଷମା ମାଗିବା ଆବଶ୍ୟକ। ନିର୍ବାଚନ ସମୟ ଆସିଲେ ଏହି ନେତା ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ ମୁଣ୍ଡ ନୁଆଁଇବାର ଛଳନା କରୁଛନ୍ତି ଏବଂ ବର୍ତ୍ତମାନ ସେମାନେ କହୁଛନ୍ତି ଯେ ଦେବାଦେବୀଙ୍କ ଫଟୋ କାହିଁକି ଲଗାଯାଉଛି।  ଏହି ଫଟୋ ହଟାଇବାକୁ ସେମାନେ କହୁଛନ୍ତି। ଆମର ସମସ୍ତ ମହାନ ବ୍ୟକ୍ତିଙ୍କ ପ୍ରତି ସମ୍ମାନ ରହିଛି, ହେଲେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିପାରିବୁ ନାହିଁ।