ଯାହାର ଭିଡ଼ିଓ ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।
Trending Photos
ପାଟନା: ଭଗବାନ ରାମଙ୍କ ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠାଇ ବିବାଦୀୟ ହୋଇପଡ଼ିଛନ୍ତି ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା ଅଧ୍ୟକ୍ଷ ଜିତନରାମ ମାଞ୍ଝି। ଗତ ଗୁରୁବାର ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼.ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଭଗବାନ ରାମଙ୍କ ଉପରେ ବିବଦୀୟ ବୟାନ ଦେଇଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।
ଗତ ଗୁରୁବାର ବିହାର ଜମୁଇ ଠାରେ ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼.ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ ସିକନ୍ଦରା ବିଧାୟକ ପ୍ରଫୁଲ୍ଲ ମାଞ୍ଝି। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା ଅଧ୍ୟକ୍ଷ ଜିତନରାମ ମାଞ୍ଝି କହିଥିଲେ ରାମ କୌଣସି ଭଗବାନ ନୁହଁନ୍ତି। ସେ ବାଲ୍ମୀକି ଏବଂ ତୁଳସୀ ଦାସଙ୍କ ଦ୍ୱାରା ରଚିତ ମହାକାବ୍ୟର ଚରିତ୍ର। ରାମ ଭଗବାନ ନୁହେଁ ଏକ ଔପନ୍ୟାସିକ ଚରିତ୍ର ଥିଲେ। କେହି ପୂଜାପାଠ କରି ବଡ଼ ହୁଅନ୍ତି ନାହିଁ। ଅନୁସୂଚିତ ଜାତିର ଲୋକେ ପୂଜାପାଠ ବନ୍ଦ କରିବା ଆବଶ୍ୟକ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ସେ ବ୍ରାହ୍ମଣ ସମ୍ପ୍ରଦାୟକୁ ଟାର୍ଗେଟ କରି କହିଛନ୍ତି ସେମାନେ ମାଂସ ସେବନ ଏବଂ ମଦ୍ୟପାନ କରିଥାନ୍ତ। ସେମାନେ ମିଛ କୁହନ୍ତି। ଏଭଳି ଲୋକଙ୍କ ଠାରୁ ଦୂରରେ ରହିବା ଆବଶ୍ୟକ। ସେମାନଙ୍କୁ ମାଧ୍ୟମରେ କୌଣସି ପୂଜା ପାଠ କରିବା ଠିକ୍ ନୁହେଁ। ଆପଣ ପୂଜା ପାଠ ବନ୍ଦ କରିବା ବନ୍ଦ କରନ୍ତୁ। ରାମ ଶାବରୀ ଅଇଁଠା ଖାଇବା ନେଇ ଅନେକ କଥା କୁହାଯାଉଛି। ମାତ୍ର ସେ ଭଗବାନ ରାମଙ୍କୁ ଏକ କାଳ୍ପନିକ ପାତ୍ର ଭାବେ ଦର୍ଶାଇଛନ୍ତି।
Also Read: ମିଳିଲାନି ମନ୍ତ୍ରୀପଦ, କାମଚଳା ବାଚସ୍ପତି ଦାୟିତ୍ୱରେ ରହିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଞ୍ଝି
ଭଗବାନ ରାମଙ୍କ ଉପରେ ରଖିଥିବା ବୟାନ ପାଇଁ ଜିତନରାମ ମାଞ୍ଝିଙ୍କୁ ଜବାବ ଦେଇଛନ୍ତି ବିହାର କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ। ଏନେଇ ସେ କହିଛନ୍ତି ଗରିବଙ୍କ ରାଜନୀତି କରି ଜିତନ ରାମ ମାଞ୍ଝି ଆଗକୁ ଆସିଛନ୍ତି। ସେ ଜାଣନ୍ତି ଯେ ରାମଙ୍କ ମହତ୍ତ୍ୱ କ’ଣ ଏବଂ ରାମଙ୍କ ବିନା ଏହି ଉପନ୍ୟାସ ସମ୍ପୂର୍ଣ୍ଣ ହୋଇପାରି ନଥାନ୍ତା। ଏହି ବୟାନକୁ ନେଇ ବିଜେପି ବିରୋଧରେ ବର୍ଷି ସେ କହିଛନ୍ତି ବିଜେପି ରାମଙ୍କ ବ୍ୟବସାୟକରଣ କରୁଛି ମାତ୍ର ରାମ କୌଣସି ବ୍ୟବସାୟିକ ପାତ୍ର ନୁହଁନ୍ତି।