NCP Supremo Sharad Pawar: ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ପ୍ରାର୍ଥୀ ଚୟନ କରିବାକୁ ନେଇ ବିଚାର ବିମର୍ଶ ଚଳାଇଛନ୍ତି ଶାସକ ଏବଂ ବିରୋଧି ଦଳ। ହେଲେ ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ନାମ ପଠାଇଛନ୍ତି। ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଶରଦ ପାୱାରଙ୍କୁ ସର୍ବସମ୍ମତି କ୍ରମେ ଚୟନ କରିବା ଲାଗି ସେ ପ୍ରତ୍ୟେକ ଦଳ ପାଖରେ ଦାବି କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ମାତ୍ର ନିଜେ ଏନସିପି ସୁପ୍ରିମୋ ଶରଦ ପାୱାର ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ସପକ୍ଷରେ ନାହାଁନ୍ତି। ଏନସିପି ନେତାଙ୍କ ସହ ଏକ ବୈଠକରେ ସେ କହିଛନ୍ତି ଯେ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ସପକ୍ଷରେ ନାହାଁନ୍ତି। ଶରଦ ପାୱାର କହିଛନ୍ତି ଯେ ମୁଁ ରାଷ୍ଟ୍ରପତି ଦୌଡରେ ନାହିଁ। ମୁଁ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବି ନାହିଁ।


ଯଦିଓ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଶରଦ ପାୱାରଙ୍କୁ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ପକ୍ଷରୁ ସମର୍ଥନ ମିଳିଛି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ନାନା ପାଟୋଲ କହିଛନ୍ତି ଯେ ଯଦି ରାଷ୍ଟ୍ରପତି ନିର୍ବାଚନ ପାଇଁ ଶରଦ ପାୱାରଙ୍କ ନାମ ଆସେ ତାହେଲେ ଦଳ ତାଙ୍କୁ ସମର୍ଥନ କରିବ।


ନାନା ପାଟୋଲେ କହିଛନ୍ତି ଯଦି ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଶରଦ ପାୱାରଙ୍କ ନାଁ ଆସେ ତାହେଲେ ମହାରାଷ୍ଟ୍ର କଂଗ୍ରେସ ତାଙ୍କ ସହ ଅଛି। ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଜୁଲାଇ ୨୧ ତାରିଖରେ ଫଳାଫଳ ଘୋଷଣା କରାଯିବ।


Also Read: ଖୁବଶୀଘ୍ର ହେବ ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା