ଖୁବଶୀଘ୍ର ହେବ ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା
Advertisement
Article Detail0/zeeodisha/odisha1212699

ଖୁବଶୀଘ୍ର ହେବ ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା

ଖୁବଶୀଘ୍ର ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରିବେ ଭାରତୀୟ ନିର୍ବାଚନ ଆୟୋଗ।  

ଖୁବଶୀଘ୍ର ହେବ ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା

Indian Presidential Election 2022: ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ଖୁବ ଶୀଘ୍ର ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ। ଭାରତୀୟ ସମ୍ବିଧାନର ଧାରା ୬୨ ଅନୁସାରେ ଦେଶର ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ ତାରିଖରେ ଶେଷ ହେଉଛି। ପରବର୍ତ୍ତୀ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ବର୍ତ୍ତମାନର ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଅନୁଷ୍ଠିତ ହୋଇପାରେ। 
 
ରାଷ୍ଟ୍ରପତି ନିର୍ବାଚନରେ ଉଭୟ ଲୋକସଭା-ରାଜ୍ୟସଭା ସାଂସଦ, ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେଉଥିବା ବିଧାୟକ ଏବଂ ଦିଲ୍ଲୀ-ପୁଦୁଚେରୀ ଭଳି କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ସଦସ୍ୟ ମତଦାନ କରିଥାନ୍ତି। ମାତ୍ର ରାଜ୍ୟ ବିଧାନ ପରିଷଦକୁ ନିର୍ବାଚିତ ହେଉଥିବା ସଦସ୍ୟ ଏବଂ ଲୋକସଭା, ରାଜ୍ୟସଭା, ବିଧାନସଭାକୁ ମନୋନୀତ ହେଉଥିବା ସଦସ୍ୟଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବା ଲାଗି ଅଧିକାର ମିଳି ନ ଥାଏ।

ଗତ ୨୦୧୭ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୧୭ ତାରିଖରେ ମତଦାନ ଅନୁଷ୍ଠିତ ହୋଇଥିଲା। ଜୁଲାଇ ୨୦ ତାରିଖରେ ଭୋଟ୍ ଗଣନା କରାଯାଇଥିଲା। ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଦେଉଥିବା ଭୋଟର କଲେଜରେ ରାଜନୈତିକ  ମେଣ୍ଟ ବାବଦରେ ଆଲୋଚନା କଲେ ଏହା ଜଣାପଡୁଛି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟ ପାଖରେ ପ୍ରାୟ ୨୩ ପ୍ରତିଶତ ଭୋଟ୍ ରହିଛି। ଅନ୍ୟପଟେ ଶାସକ ଏନଡିଏ ମେଣ୍ଟ ପାଖରେ ପ୍ରାୟ ୪୯ ପ୍ରତିଶତ ଭୋଟ୍ ରହିଛି।

Also Read: ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଚଳାଇବ ଗୋଟି; ଜାଣନ୍ତୁ କେମିତି କରିବ ଖେଳ