ସମ୍ବଲପୁର: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ଯାଏଁ ବିଜେପି ପକ୍ଷରୁ ସେବା ହିଁ ସମର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବୁଧବାର ସମ୍ବଲପୁର କଚେରୀ ରୋଡ଼ସ୍ଥିତ ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ସୂଚନା ଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ (PM Modi) ଙ୍କ ଜନ୍ମଦିବସରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ମଧ୍ୟ ସମ୍ପୂର୍ଣ୍ଣ ରୂପେ ଭାଗ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରିବ ବୋଲି ସମ୍ବଲପୁର (Sambalpur) ରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ କହିଛନ୍ତି। ଅକ୍ଟୋବର ୭ ପର୍ଯ୍ୟନ୍ତ ୨୦ ଦିନ ଧରି ରାଜ୍ୟରେ ବିଜେପି ପକ୍ଷରୁ ସେବା ହିଁ ସମର୍ପଣ କାର୍ଯ୍ୟକ୍ରମ ଅନୁସାରେ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯିବ। 


Also Read: ଜଳ ଯନ୍ତ୍ରଣାର ସ୍ଥାୟୀ ସମାଧାନ ପାଇଁ ଶ୍ବେତପତ୍ର ଦାବି କଲା BJP


ସେବା ହିଁ ସମର୍ପଣ (Seva hin Samarpan) କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଉପଖଣ୍ଡ ସ୍ତରରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ବୃକ୍ଷ ରୋପଣ, ପୋଖରୀ ସଫେଇ, ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତିମୂର୍ତ୍ତି ସଫେଇ ଆଦି ବିଭିନ୍ନ କାର୍ଯ୍ୟକ୍ରମ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୁଖୀ ଯୋଜନା ନେଇ ଗ୍ରାମାଞ୍ଚଳରେ ଲୋକଙ୍କ ସହ ଆଲୋଚନା କରି ସଚେତନ କରାଯିବ। ଏହି ୨୦ ଦିନର ସେବା ହିଁ ସମର୍ପଣ କାର୍ଯ୍ୟକ୍ରମ ଜରିଆରେ ବିଜେପି ଯୁବ ମୋର୍ଚ୍ଚା ଗାଁ ଗାଁକୁ ଯାଇ ବିଭିନ୍ନ କାର୍ଯ୍ୟ କରିବ।