Advertisement
Article Detail0/zeeodisha/odisha2283456
Zee OdishaOdisha TrendingSujata Karthikeyan: ନୂଆ ସରାକାର ଆସିବା ପୂର୍ବରୁ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ନେଲେ ୧୮୦ ଦିନର ଛୁଟି

Sujata Karthikeyan: ନୂଆ ସରାକାର ଆସିବା ପୂର୍ବରୁ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ନେଲେ ୧୮୦ ଦିନର ଛୁଟି

Sujata Karthikeyan: ୨୦୦୦ ବ୍ୟାଚ୍‌ର ଆଇଏଏସ୍‌ ଗତ ୩୧ ତାରିଖ ଠାରୁ ଛୁଟିରେ ଅଛନ୍ତି। ଝିଅର ଦଶମ ଶ୍ରେଣୀ ପରୀକ୍ଷା ଥିବାରୁ ତା’ର ପ୍ରସ୍ତୁତି ପାଇଁ ସେ ଆସନ୍ତା ନଭେମ୍ବର ୩୧ ତାରିଖ ଯାଏଁ ଛୁଟିରେ ରହିବେ ବୋଲି ଦର୍ଶାଯାଇଛି।

 

Sujata Karthikeyan on leave for 6 months
Sujata Karthikeyan on leave for 6 months

Sujata Karthikeyan on leave for 6 months: ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ IAS ପତ୍ନୀ ସୁଜାତା କାର୍ତ୍ତିକେୟନ ଛଅ ମାସ ଛୁଟି ନେଇଛନ୍ତି। ସେ ନଭେମ୍ବର ୨୬ ଯାଏଁ ଛୁଟିରେ ଯାଇଛନ୍ତି। ତେବେ ୬ ମାସ ପାଇଁ ଚାଇଲ୍ଡ କେୟାର ଲିଭ୍‌ରେ ସୁଜାତା ରହିଛନ୍ତି ବୋଲି ଜଣାପଡ଼ିଛି। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ସେ ଛୁଟିରେ ରହିଥିବା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଚିଠିରୁ ଜଣାପଡ଼ିଛି। କହି ରଖୁଛୁ ଯେ ନିକଟରେ ମିଶନ ଶକ୍ତିରୁ ଅପସାରଣ ହେବା ପରେ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଥିଲେ ସୁଜାତା। ୨୦୦୦ ବ୍ୟାଚ୍‌ର ଆଇଏଏସ୍‌ ଗତ ୩୧ ତାରିଖ ଠାରୁ ଛୁଟିରେ ଅଛନ୍ତି। ଝିଅର ଦଶମ ଶ୍ରେଣୀ ପରୀକ୍ଷା ଥିବାରୁ ତା’ର ପ୍ରସ୍ତୁତି ପାଇଁ ସେ ଆସନ୍ତା ନଭେମ୍ବର ୩୧ ତାରିଖ ଯାଏଁ ଛୁଟିରେ ରହିବେ ବୋଲି ଦର୍ଶାଯାଇଛି।

ଏନେଇ ରାଜନୈତିକ ମହଲରେ ରେ ଚର୍ଚ୍ଚା ଜୋର ଧରିଛି।ନିକଟରେ ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିବା ବେଳେ ବିଜେଡ଼ି ଅତି ଶୋଚନୀୟ ଭାବରେ ପରାଜୟ କରିଛି। ଯେଉଁଥି ପାଇଁ ଓଡ଼ିଶାବାସୀଙ୍କ ସମେତ ବିରୋଧୀ ମଧ୍ୟ ଏନେଇ କଟାକ୍ଷ କରିବା ସହିତ ବିଜୁ ଜନତା ଦଳର ବରିଷ୍ଠ ବା ଟାଣୁଆ ନେତା ଭି କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ଦୋଷାରୋପ କରିଛନ୍ତି।ତେବେ ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ଫଳାଫଳ ଘୋଷଣା ପରେ ପାଣ୍ଡିଆନ୍ ଗାୟବ ଥିବା ଖବର ମଧ୍ୟ ବିଜେଡିର ପରାଜୟର କାରଣକୁ ସ୍ପଷ୍ଟ ପ୍ରତିପାଦନ କରୁଥିଲା।

ତେବେ ଗତକାଲି (ଗୁରୁବାର) ପଣ୍ଡିଆନ୍  ବିଳମ୍ବିତ ରାତିରେ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି । ଦିଲ୍ଲୀ ଯାଇ ସେଠାରେ ଏକ ପଞ୍ଚ ତାରକା ହୋଟେଲରେ ରହୁଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ସେ ବିମାନ ଯୋଗେ ଦିଲ୍ଲୀ ପଳାଇ ଥିବା ସୂଚନା ମିଳିଛି । ଏହା ପୂର୍ବରୁ ଦିଲ୍ଲୀରେ ନିଲମ୍ବିତ ଆଇପିଏସ୍ ଡିଏସ୍ କୁଟ୍ଟେ ମଧ୍ୟ ଥିଲେ। ଏବେ ଉଭୟଙ୍କ ମଧ୍ୟରେ କି ମସୁଧା ଚାଲିଛି, ତାକୁ ନେଇ ମଧ୍ୟ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।

Add Zee News as a Preferred Source

fallback

ଚଳିତ ନିର୍ବାଚନରେ ବିଜେଡିର ନେତୃତ୍ୱ ନେଉଥିବା ପାଣ୍ଡିଆନ୍ ପ୍ରତି କାର୍ଯ୍ୟକ୍ରମରେ ଆଗରେ ଥିଲେ । ହେଲିକଟପ୍ଟରରେ ବୁଲି ବୁଲି ଫଟୋ ଓ ଭିଡିଓ ଛାଡ଼ୁଥିଲେ । ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚ୍ୟାଲେଞ୍ଜ ବି ଦେଇଥିଲେ।ନବୀନ ଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ବୁଲି ଭିଡିଓ କରିବା ସହିତ ସମସ୍ତଙ୍କୁ ଭୋଟ ଦେବାକୁ ନିବେଦନ ମଧ୍ୟ କରୁଥିଲେ। ତେବେ ବିଜେଡି ନିର୍ବାଚନ ହାରିଯିବା ପରଠୁ ଆଉ ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁନଥିଲା । ଏପରିକି ସବୁବେଳେ ନବୀନଙ୍କ ପାଖ ଛାଡୁନଥିବା ବେଳେ ବୁଧବାର ନବୀନ ନିବାସରେ ବିଜେଡିର ନବ ନିର୍ବାଚିତ ବିଧାୟକଙ୍କ ବୈଠକରେ ମଧ୍ୟ ପାଣ୍ଡିଆନ୍‌ ନଥିଲେ ।  ଏବଂ  ନବୀନ ଇସ୍ତଫା ଦେବାକୁ ରାଜଭବନ ଯିବା ସମୟରେ ପାଣ୍ଡିଆନଙ୍କୁ ତାଙ୍କ ସହ ଦେଖିବାକୁ ମିଳିନଥିଲା ।

ନିର୍ବାଚନର କ୍ୟାମ୍ପେନିଂ ସମୟରେ ପାଣ୍ଡିଆନ୍ ବିଭିନ୍ନ ସଭା ସମିତିରେ ଯୋଗଦେଇ ବିଜେଡି ଦୁଇ ତୃତୀୟାଂଶ ଆସନରେ ବିଜୟଲାଭ କରିବ ଏବଂ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଏକ ଜନସଭାରେ ଦୃଢ଼ୋକ୍ତିର ସହ କହିଥିଲେ । ଏହା ସହ ପାଣ୍ଡିଆନ୍‌ ଆହୁରି କହିଥିଲେ ଯେ, ଯଦି ବିଜେଡି ସରକାର ନ ହୁଏ ତେବେ ସେ ରାଜନୀତିରୁ ସନ୍ୟାସ ନେବେ। ତେବେ ଏହାରି ଭିତରେ ପାଣ୍ଡିଆନ୍ ଲୁଚିକି ଦିଲ୍ଲୀ ଯିବା ଓ ସୁଜାତାଙ୍କ ଛଅ ମାସର ଛୁଟି ଆବେଦନ କୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି।

About the Author