Advertisement
Article Detail0/zeeodisha/odisha986978
Zee OdishaOdisha Politicsଜଳ ଯନ୍ତ୍ରଣାର ସ୍ଥାୟୀ ସମାଧାନ ପାଇଁ ଶ୍ବେତପତ୍ର ଦାବି କଲା BJP

ଜଳ ଯନ୍ତ୍ରଣାର ସ୍ଥାୟୀ ସମାଧାନ ପାଇଁ ଶ୍ବେତପତ୍ର ଦାବି କଲା BJP

ରାଜ୍ୟର ରାଜଧାନୀ ଭୁବନେଶ୍ୱର (Bhubaneswar) ଦେଶର ଏକ ନମ୍ବର ସ୍ମାର୍ଟ ସିଟି, ପୂର୍ବତନ ମେୟର ତଥା ବର୍ତ୍ତମାନର ବିଧାୟକ ଏହି ସହରକୁ ଲଣ୍ଡନ ଓ ପ୍ୟାରିସ ଆଦି ସହର ସହ ତୁଳନା କରିବାକୁ ପଛାଉନାହାନ୍ତି। ମାତ୍ର ବର୍ଷା ହେଲେ ସ୍ଥିତି ସଂଗୀନ ହେଉଛି। ବର୍ଷା ହେବାର ୩ ଦିନ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅନେକ ସ୍ଥାନରେ ପ୍ରଶାସନ ଅପହଂଚ। 

ଜଳ ଯନ୍ତ୍ରଣାର ସ୍ଥାୟୀ ସମାଧାନ ପାଇଁ ଶ୍ବେତପତ୍ର ଦାବି କଲା BJP
ଜଳ ଯନ୍ତ୍ରଣାର ସ୍ଥାୟୀ ସମାଧାନ ପାଇଁ ଶ୍ବେତପତ୍ର ଦାବି କଲା BJP

ଭୁବନେଶ୍ୱର: ବିଗତ ୩ ଦିନ ଧରି ରାଜଧାନୀ ବର୍ଷାରେ ବେହାଲ ହୋଇଥିବା ବେଳେ ବର୍ଷା ପରବର୍ତ୍ତୀ ସ୍ଥିତି ଆହୁରି ଜଟିଳ ହୋଇ ପଡିଛି। ଏହି ଜଳ ଯନ୍ତ୍ରଣାର ସ୍ଥାୟୀ ସମାଧାନ ପାଇଁ ଶ୍ବେତପତ୍ର ଜାରି କରିବାକୁ ବିଜେପି ଦାବି କରିଛି। 

ରାଜ୍ୟର ରାଜଧାନୀ ଭୁବନେଶ୍ୱର (Bhubaneswar) ଦେଶର ଏକ ନମ୍ବର ସ୍ମାର୍ଟ ସିଟି, ପୂର୍ବତନ ମେୟର ତଥା ବର୍ତ୍ତମାନର ବିଧାୟକ ଏହି ସହରକୁ ଲଣ୍ଡନ ଓ ପ୍ୟାରିସ ଆଦି ସହର ସହ ତୁଳନା କରିବାକୁ ପଛାଉନାହାନ୍ତି। ମାତ୍ର ବର୍ଷା ହେଲେ ସ୍ଥିତି ସଂଗୀନ ହେଉଛି। ବର୍ଷା ହେବାର ୩ ଦିନ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅନେକ ସ୍ଥାନରେ ପ୍ରଶାସନ ଅପହଂଚ। ଭୁବନେଶ୍ୱରବାସୀଙ୍କୁ ବଂଚିବାକୁ ଦିଅନ୍ତୁ ନଚେତ ଆଉ କେତେ ବର୍ଷ ସହରବାସୀ ତାଙ୍କୁ ଭୋଟ ଦେଲେ ସେ ଉନ୍ନତି କରିବେ ବୋଲି ବୁଧବାର ଅପରାହ୍ଣରେ ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି (BJP) ସମାଲୋଚନା କରିଛି।

ରାଜ୍ୟ ସରକାରଙ୍କର ଦୂରଦୃଷ୍ଟି ଅଭାବ ଏବଂ ବିଡିଏର ଟାଉନ ପ୍ଲାନରମାନେ ପ୍ରଭାବଶାଳୀ ଲୋକଙ୍କୁ ଡ୍ରେନ ଉପରେ ଜାଗା ଯୋଗାଇ ଦେଇ ଘର କରିବାକୁ ଦେବାରୁ ଏପରି ସ୍ଥିତି ଉପୁଜୁଥିବା ଦଳ ଅଭିଯୋଗ କରିଛି। ପୂର୍ବରୁ ଅନେକ ସଂଗଠନ ତରଫରୁ ଏହାକୁ ନେଇ ବିରୋଧ କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି। ତେବେ ସରକାର ଏକ ଶ୍ୱେତପତ୍ର ଜାରି କରି କେବେ ରାଜଧାନୀରେ ଏହି କୁତ୍ରିମ ବନ୍ୟା ସମସ୍ୟାର ସମାଧାନ କରିବେ ସେନେଇ ସ୍ପଷ୍ଟ କରନ୍ତୁ, ନଚତେ ଆଗାମୀ ଦିନରେ ବିଜେପି ପକ୍ଷରୁ ଏହା ବିରୋଧରେ ସାମ୍ବିଧାନିକ ପ୍ରକ୍ରିୟାରେ ପ୍ରତିବାଦ କରାଯିବ ଏବଂ ଦଳ ରାଜରାସ୍ତାକୁ ଓଲ୍ହାଇବ ବୋଲି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ (Babu Singh) କହିଛନ୍ତି।

Add Zee News as a Preferred Source

Also Read: ଅଫର ନା ଅସନ୍ତୁଷ୍ଟ? ହାତ ଛାଡ଼ିବାର ଦିନକ ପରେ ଶଙ୍ଖ ଧରିଲେ ଚନ୍ଦ୍ରଶେଖର

ସେପଟେ ବୁଧବାର କେନ୍ଦ୍ର ଜଳ କମିଶନଙ୍କ ସହ କେନ୍ଦ୍ର ଜଳସଂପଦ ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ (Bisheswar Tudu) ଆଲୋଚନା କରିଛନ୍ତି। ଭୁବନେଶ୍ବର ଅତିଥୀ ଭବନରେ ଆୟୋଜିତ ସ୍ବତନ୍ତ୍ର ବୌଠକରେ ଓଡ଼ିଶାରେ ୨ଟି ପ୍ରୋଜେକ୍ଟ କାନପୁର ଓ ସୁବର୍ଣରେଖା ଉପରେ ପ୍ରଶ୍ନ କେନ୍ଦ୍ରମନ୍ତ୍ରୀ ଉଠାଇଛନ୍ତି। ଝାଡ଼ଖଣ୍ଡ ସରକାର ଚାନଦିଲୀ ଡ୍ୟାମରେ କିଛି କାମ ବାକି ରଖିଛନ୍ତି ସେହି କାରଣରୁ ପ୍ରକଳ୍ପ ଆଗେଇ ପାରୁନାହିଁ। କାନପୁରରେ କିଛି ଥଇଥାନ ଓ ଲୋକଙ୍କୁ ପୁନସ୍ଥାପନ କରିବାର ବ୍ୟବସ୍ଥା ଥିଲା, ଯାହା ୨୦୨୨ ଶେଷ ସୁଧା ସରିଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। 

ସେହିପରି ଆଦିବାସୀ (Odisha Tribe)ଙ୍କ ପାଇଁ ରାଜ୍ୟରେ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ କେନ୍ଦ୍ର କରାଯାଉ। ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ଆଦିବାସୀ ଭାଇ ଭଉଣୀମାନେ ଅବହେଳିତ ଅସାମାଜିକ ଅବସ୍ଥାରେ ଅଛନ୍ତି। ଏକ ସର୍ଭେ କରି ଏହାକୁ ନେଇ ଆଗାମୀ ଦିନରେ ବ୍ଲକ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ କରାଯିବ। ଆଦିବାସୀଙ୍କ ଅର୍ଥନୈତିକ ଅବସ୍ଥା ସୁଦୃଢ଼ କରାଯିବର ଆଵଶ୍ୟକତା ରହିଥିବା ସେ କହିଛନ୍ତି କେନ୍ଦ୍ର ଜଳସଂପଦ ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି।

 

 

 

 

 

 

 

 

About the Author